ରାହୁଲ ଗାନ୍ଧୀଙ୍କ ନାମରେ ସବୁ ସମ୍ପତ୍ତି କଲେ ବୃଦ୍ଧା , କହିଲେ…

ରାହୁଲ ଗାନ୍ଧୀଙ୍କ ନାମରେ ସବୁ ସମ୍ପତ୍ତି କଲେ ବୃଦ୍ଧା , କହିଲେ…

ପ୍ରିଜମ ନ୍ୟୁଜ ବ୍ୟୁରୋ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କର ଆବଶ୍ୟକତା ଦେଶକୁ ରହିଛି। ତାଙ୍କର ଚିନ୍ତାଧାରା ଦେଶକୁ ବହୁ ଆଗକୁ ନେବ। ଏପରି କହିବା ସହ ରାହୁଲ ଗାନ୍ଧୀଙ୍କ ନାଁରେ ସବୁ ସମ୍ପତ୍ତି କଲେ ୭୮ବର୍ଷୀୟା ବୃଦ୍ଧା। ବୃଦ୍ଧା ଜଣଙ୍କ ନିଜର ପ୍ରାୟ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ରାହୁଲଙ୍କ ନାଁରେ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ସହ ୧୦ ତୋଳା ସୁନା ଅଳଙ୍କାର ମଧ୍ୟ ରାହୁଲଙ୍କ ନାଁରେ କରିଛନ୍ତି ବୃଦ୍ଧା ।ଘଟଣାଟି ଏପରି ଯେ ଉତ୍ତରାଖଣ୍ଡ ଦେହରାଦୁନର ଡାଲନବାଲା ନେହରୁ ରୋଡ୍‌ରେ ରୁହନ୍ତ ୭୮ ବର୍ଷୀୟା ମହିଳା ପୁଷ୍ପା ମୁଞ୍ଜିଲାଲ୍। ଯାହାଙ୍କର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ରହିଛି ଦୃଢ ଭରସା। ଏଣୁ ସେ ନିଜର ସମସ୍ତ ସମ୍ପତ୍ତି ରାହୁଲ ଗାନ୍ଧୀଙ୍କୁ ନାଁରେ କରିଦେଇଛନ୍ତି ।କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ୭୮ ବର୍ଷୀୟା ବୃଦ୍ଧା ମହିଳାଙ୍କ ଦୃଢ଼ ଭରସା ଥିବା ବେଳେ, ଦେଶକୁ ରାହୁଲ ଦରକାର ବୋଲି ସେ ନିଜ ଦୃଢକ୍ତି ପ୍ରକାଶ କରିଛନ୍ତି । ତାଙ୍କର ଆଇଡିଆ ହିଁ ଦେଶକୁ ଆଗକୁ ନେବ ବୋଲି କହୁଛନ୍ତି । ଏନେଇ କୋର୍ଟରେ ବୃଦ୍ଧାଙ୍କର ସମସ୍ତ ସମ୍ପତ୍ତିର ମାଲିକାନା ରାହୁଲ ଗାନ୍ଧୀଙ୍କ ନାଁରେ ଟ୍ରାନ୍ସଫର କରାଯାଇଛି। ଏଥିରେ ଜମିବାଡ଼ି ସହ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଓ ୧୦ ତୁଳା(୧୧୬.୬ ଗ୍ରାମ) ସୁନା ରହିଛି। ପୁଷ୍ପାଙ୍କୁ ଏ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଓ ତାଙ୍କର ଆଇଡିଆ ଦେଶ ପାଇଁ ଆବଶ୍ୟକ। ସେ ରାହୁଲଙ୍କ ଚିନ୍ତାଧାରାରେ ଗଭୀର ଭାବେ ଅନୁପ୍ରାଣିତ ହୋଇଛନ୍ତି। ଏଥିପାଇଁ ସେ ତାଙ୍କର ସମସ୍ତ ସମ୍ପତ୍ତି ତାଙ୍କ ନାଁରେ ଲେଖି ଦେଇଛନ୍ତି ବୋଲି ପୁଷ୍ପା କହିଛନ୍ତି।ଏନେଇ କଂଗ୍ରେସ ମେଟ୍ରୋପଲିଟାନ ଅଧ୍ୟ ଲାଲ୍‌ଚାନ୍ଦ ଶର୍ମା ସୂଚନା ଦେଇ କହିଛନ୍ତି ଯେ ପୁଷ୍ପା ତାଙ୍କର ସମସ୍ତ ସମ୍ପତ୍ତି ରାହୁଲ ଗାନ୍ଧୀଙ୍କ ନାଁରେ କରିଦେଇଛନ୍ତି। ଉତ୍ତରାଖଣ୍ଡର ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷଙ୍କ ଘରେ ପୁଷ୍ପା ସମସ୍ତ ସମ୍ପତ୍ତି ରାହୁଲଙ୍କ ନାଁରେ ୱିଲ୍ କରିଛନ୍ତି ବୋଲି ଲାଲଚାନ୍ଦ ଶର୍ମା ସୂଚନା ଦେଇଛନ୍ତି। ପୁଷ୍ପା ତାଙ୍କ ସମ୍ପତ୍ତି କାଗଜପତ୍ର ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ପ୍ରୀତମ ସିଂହଙ୍କୁ ଦେଇଛନ୍ତି। ସମ୍ପତ୍ତି କାଗଜ ଦେଲାବେଳେ ପୁଷ୍ପା କହିଛନ୍ତି ଯେ ଗାନ୍ଧୀ ପରିବାର ଦେଶ ସ୍ୱାଧୀନ ହେବା ପରଠାରୁ ଆଜି ପର୍ୟ୍ୟନ୍ତ ଦେଶ ପାଇଁ ସବୁବେଳେ ଆଗରେ ରହି ଦେଶ ପାଇଁ ଜୀବନ ଦେଇଛନ୍ତି। ଶ୍ରୀମତି ଇନ୍ଦିରା ଗାନ୍ଧୀ ହୁଅନ୍ତୁ ବା ରାଜୀବ ଗାନ୍ଧୀ ଦୁଇ ଜଣ ଏହି ଦେଶର ଅଖଣ୍ଡତା ପାଇଁ ନିଜର ପ୍ରାଣବଳି ଦେଇଛନ୍ତି। ତେଣୁ ସେ ତାଙ୍କ ସମ୍ପତ୍ତି ପାଇଁ ରାହୁଲ ଗାନ୍ଧୀଙ୍କୁ ସବୁଠାରୁ ଉପଯୁକ୍ତ ଦାୟାଦ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: