ପ୍ରଧାନମନ୍ତ୍ରୀଙ୍କୁ ଏକାକୀ ଭେଟିଲେ ଅପରାଜିତା, କାରଣ…

ପ୍ରଧାନମନ୍ତ୍ରୀଙ୍କୁ ଏକାକୀ ଭେଟିଲେ ଅପରାଜିତା, କାରଣ…

ପ୍ରିଜମ ନ୍ୟୁଜ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଷଡଙ୍ଗୀ ଏକାକୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଫଟୋ ଆଜି ଟୁଇଟରରେ ସେୟାର କରିଛନ୍ତି। ଫଟୋ ସେୟାର କରିବା ସହିତ ଲେଖିଛନ୍ତି ବିଭିନ୍ନ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରେରଣା ଓ ଦିଗ୍‍ଦର୍ଶନ ତାଙ୍କୁ ପ୍ରେରଣା ଯୋଗାଇଛି । ତେବେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହାକୁ ସେ ପ୍ରକାଶ କରିନାହାନ୍ତି । ଷଡଙ୍ଗୀ ଏକାକୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ନେଇ ରାଜ୍ୟ ବିଜେପି ରାଜନୀତି ଉଷ୍ମ ହେବାରେ ଲାଗିଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେପି ନେତୃବୃନ୍ଦ ଦିଲ୍ଲୀ ଗସ୍ତ କରିବା ସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କୁ ସାକ୍ଷାତ କରିଥିଲେ । ଏହାପରେ ବିଜେପି ବିଧାୟକମାନେ ମିଳିତ ଭାବେ ଦିଲ୍ଲୀ ଗସ୍ତ କରିଥିଲେ । ତେବେ ସେମାନଙ୍କ ଦିଲ୍ଲୀ ଗସ୍ତ କେବଳ ଚିକିତ୍ସାଧିନ ଥିବା ବିରୋଧିଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ଭେଟିବାପାଇଁ ଉଦ୍ଦିଷ୍ଟ ଥିଲା ବୋଲି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ସ୍ପଷ୍ଟ କରିଥିଲେ ।ଦୁଇ ଦୁଇଟି ଟିମ୍‍ ଦିଲ୍ଲୀ ଗସ୍ତ କରିଥିଲେ ମଧ୍ୟ କେହି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିନଥିଲେ । ତେବେ ଏମାନେ ଓଡିଶା ପ୍ରତ୍ୟାବର୍ତ୍ତନ କରିବା ପରେ ପରେ ଅପରାଜିତା ଏକାକୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: