ବକେୟା ଦରମା ପାଇଁ ଇଣ୍ଡିଗୋକୁ ଗାଳିକଲେ ୭ ପାଇଲଟ

ବକେୟା ଦରମା ପାଇଁ ଇଣ୍ଡିଗୋକୁ ଗାଳିକଲେ ୭ ପାଇଲଟ

ପ୍ରିଜମ ନ୍ୟୁଜ ବ୍ୟୁରୋ: କୋଭିଡ୍ ସମୟରେ କାଟ୍ ହୋଇଥିବା ଦରମା ଭରଣା ନ ହେବାରୁ ବିମାନରେ ଇଣ୍ଡିଗୋକୁ ଗାଳି କରି ଫସିଯାଇଛନ୍ତି ପାଇଲଟ୍। ଜରୁରୀ ସେବା ପାଇଁ ଥିବା ୧୨୧.୫ ଫ୍ରିକ୍ବେନ୍ସି ରେ ପ୍ରାୟ ସାତ ଜଣ ଇଣ୍ଡିଗୋ ପାଇଲଟ୍ କମ୍ପାନୀ କୁ ଗାଳି କରୁଥିଲେ । ଏନେଇ ଏଟିସି(ଏୟାର ଟ୍ରାଫିକ କଣ୍ଟ୍ରୋଲ) ଡିଜିସିଏ କୁ ଅଭିଯୋଗ କରିବା ପରେ ସେମାନଙ୍କ ବିରୋଧରେ ତଦନ୍ତ କରାଯାଉଛି ।ଏପ୍ରିଲ ୯ ରେ ଗୋଟିଏ ସାତ ଜଣିଆ ପାଇଲଟ୍ ଗୋଷ୍ଠୀ ବିମାନ ଆକାଶରେ ଉଡୁଥିବା ସମୟରେ ଇଣ୍ଡିଗୋ କୁ ଦରମା ଭରଣା ନ କରବା ପାଇଁ ଗାଳି କରୁଥିଲେ ।

ସମାଲୋଚନା କରିବା ପାଇଁ ସେମାନେ ୧୨୧.୫ ଫ୍ରିକ୍ବେନ୍ସି ବ୍ୟବହାର କରିଥିଲେ । ଯାହା ଜରୁରୀ ସମୟରେ କିମ୍ବା ଯାତ୍ରୀଙ୍କୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବା ସକାଶେ ବ୍ୟବହାର ହୁଏ ।ଏଭଳି ସମାଲୋଚେନା ପାଇଲଟଙ୍କ ମୌଳିକ ଟ୍ରେନିଂ ଗାଇଡଲାଇନ ବିରୁଦ୍ଧାଚରଣ କରୁଛି ବୋଲି ଡିଜିସିଏ କହିଛି । ଏବେ ତଦନ୍ତ ଚାଲୁଛି ଏବଂ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ଡିଜିସିଏ କହିଛି । ପାଇଲଟ ମାନେ ଜରୁରୀକାଳୀନ ସେବାର ନିୟମାବଳୀକୁ ପାଳନ କରିବାକୁ ପ୍ରତିବଦ୍ଧ ହେବା ଉଚିତ୍ ।ଇଣ୍ଡିଗୋ ମୁଖପାତ୍ର କହିଛନ୍ତି ଯେ, ପାଇଲଟ ମାନଙ୍କ ବିରୋଧରେ ରେଗୁଲେଟର ବୋର୍ଡ ତଦନ୍ତ କରୁଛି ଏବଂ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: