ସୋମବାରରୁ ପୁଣି ଖୋଲିବ ସ୍କୁଲ

ସୋମବାରରୁ ପୁଣି ଖୋଲିବ ସ୍କୁଲ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ତାତି କମିବା ନେଇ ସମ୍ଭାବନା ଦେଖା ଦେବାପରେ ସ୍କୁଲ ପୂର୍ବ ନିଷ୍ପତ୍ତି ଅନୁଯାୟୀ ମେ ଦୁଇ ତାରିଖ ଅର୍ଥାତ ମଙ୍ଗଳବାର ଖୋଲିବ । ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ମେ’ ୨ ତାରିଖରୁ ସମସ୍ତ ବିଦ୍ୟାଳୟରେ ସକାଳ ୬ ଟାରୁ ୯ ଯାଏ ପାଠ ପଢ଼ା ହେବ।ସରକାର ବିବୃତ୍ତି ଜାରି କରି କହିଛନ୍ତି, ପାଣିପାଗରେ ପରିବର୍ତ୍ତନକୁ ଦେଖି ସୁଚିନ୍ତିତ ଭାବେ ବିଚାର କରିବା ପରେ, ସମସ୍ତ ବିଦ୍ୟାଳୟରେ ପାଠ ପଢା ସମୟ ମେ ୨ ତାରିଖରୁ ସକାଳ ୬ ରୁ ୯ ଯାଏ ପରିବର୍ତ୍ତନ କରାଯାଇଛି। ତେବେ ଏହି ସମୟରେ ଯେଉଁଭଳି ବିଭିନ୍ନ ବୋର୍ଡର ପରୀକ୍ଷା ଯେଉଁ ସମୟରେ ଚାଲିଛି ତାହା ପୂର୍ବ ଭଳି ଚାଲିବ ।ଉଲ୍ଲେଖଯୋଗ୍ୟ, ନିକଟରେ ରାଜ୍ୟରେ ତାପମାତ୍ରା ବଢିବା ସହିତ ଅସହ୍ୟ ତାତି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିଲା । ଏହାକୁ ନଜରରେ ରଖି ରାଜ୍ୟ ସରକାର ଏପ୍ରିଲ ୩୦ ଯାଏ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଖୋଲିବା ଉପରେ ସାମୟିକ ରୋକ୍ ଲଗାଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: