ଇଣ୍ଟରନେଟ୍ କ୍ଷେତ୍ରରେ ଆସିବ ବୈପ୍ଲବିକ ପରିବର୍ତ୍ତନ; ଫାଇଭ୍-ଜି ପାଇଁ  କାଉଣ୍ଟଡାଉନ

ଇଣ୍ଟରନେଟ୍ କ୍ଷେତ୍ରରେ ଆସିବ ବୈପ୍ଲବିକ ପରିବର୍ତ୍ତନ; ଫାଇଭ୍-ଜି ପାଇଁ କାଉଣ୍ଟଡାଉନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ୟୁଟ୍ୟୁବ, ଫେସବୁକ୍ ୱାଚ, ଆମାଜନ, ନେଟଫ୍ଲିକ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ହେଉ କି ଓଟିଟି ପ୍ଲାଟଫର୍ମ l ଏଣିକି ଏ ସବୁ ମଞ୍ଚରେ ଫିଲ୍ମ, ୱେବ୍ ସିରିଜ୍ ଦେଖିଲା ବେଳେ ଆଉ ରହିବନି ନେଟୱର୍କ ସମସ୍ୟା l ନେଟୱର୍କ ସମସ୍ୟା ପାଇଁ ବଫେରିଙ୍ଗ ସମସ୍ୟା ବି ଭୋଗିବେ ନାହିଁ ୟୁଜର୍ସ l କାହିଁକିନା ଦେଶରେ ମିଳିବାକୁ ଯାଉଛି 5ଜି ହାଇସ୍ପିଡ୍ ଇଣ୍ଟରନେଟ୍  l ସେପ୍ଟେମ୍ବର ସୁଦ୍ଧା ଦେଶରେ 5ଜି ସେବା ମିଳିବାକୁ ଯାଉଥିବା ବେଳେ ଆସନ୍ତାକାଲି ଏଥିଲାଗି ସ୍ପେକ୍ଟ୍ରମ ନିଲାମୀ ହେବାକୁ ଯାଉଛି l ଏହା ହେଲେ ଭାରତରେ ଆରମ୍ଭ ହେବ ଫାଇଭ୍ -ଜି ଯୁଗ l  ଇଣ୍ଟରନେଟ୍ କ୍ଷେତ୍ରରେ ଆସିବ ବୈପ୍ଲବିକ ପରିବର୍ତ୍ତନ l ଏଣୁ କହିବାକୁ ଗଲେ ଏବେ ଠୁ ହିଁ ଫାଇଭ୍-ଜି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ l

ଭାରତୀୟ ଉପଭୋକ୍ତା ଖୁବଶୀଘ୍ର ପାଇବାକୁ ଯାଉଛନ୍ତି ବହୁ ପ୍ରତୀକ୍ଷିତ 5G ସେବା  l ଦୁଇ ମାସ ତଳେ ଭାରତରେ ଫାଇଭ୍ ଜି ଟେକନୋଲଜିର ସଫଳ ପରୀକ୍ଷଣ ହୋଇଥିବା ବେଳେ ଆସନ୍ତାକାଲି ଫାଇଭ୍ ଜି ସ୍ପ୍ରେମ ନିଲାମ ହେବାକୁ ଯାଉଛି  l ୫ଜି ସ୍ପ୍ରେମର ବିଭିନ୍ନ ଲୋ ଫ୍ରିକ୍ୟୁଏନ୍ସ ବ୍ୟାଣ୍ଡ , ମିଡ୍ ଫ୍ରିକ୍ୟୁଏନ୍ସ ଏବଂ ହାଇ ଫ୍ରିକ୍ୟୁଏନ୍ସ ବ୍ୟାଣ୍ଡ ୨୬ ଗିଗାହର୍ଜ ପାଇଁ ନିଲାମୀ ହେବ l ଫାଇଭି ଜି ନେଟଓ୍ୱାର୍କ,  ଯୋଗାଯୋଗ କ୍ଷେତ୍ରରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିବାକୁ ଯାଉଛି l  ଆସନ୍ତାକାଲି ଫାଇଭ୍-ଜି ଟେଲିକମ ସ୍ପେକ୍ଟ୍ରମର ନିଲାମୀ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ, ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ, ଭୋଡାଫୋନ୍ ଆଇଡିଆ, ଆଦାନୀ ଗ୍ରୁପ ଏହି ରେସ୍ ରେ  ସାମିଲ ହୋଇ ୨୧ ହଜାର ୪ଶହ କୋଟି ଟଙ୍କାର ଇଏମଡି ବା ଟୋକନ୍ ମନି ଦାଖଲ କରିଛନ୍ତି  l ସୂଚନା ଅନୁସାରେ ଦେଶର ସର୍ବବୃହତ

ମୋବାଇଲ ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ୍ ୧୪ ହଜାର କୋଟିର ଇଏମଡି ଦାଖଲ କରିଛି l ଭାରତୀ ଏୟାରଟେଲ୍ ୫ ହଜାର ୫ ଶହ କୋଟି, ଆଦାନୀ  ଗ୍ରୁପ ୧୦୦ କୋଟି ଏବଂ ଭୋଡାଫୋନ୍ ଆଇଡିଆ ୨୨ଶହ କୋଟି ଟଙ୍କା ଇଏମଡି  ଦାଖଲ କରିଛନ୍ତି  l  ଏହି ଇଏମଡି ଦାଖଲ ରାଶି ଉପରେ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଥିବା କମ୍ପାନୀମାନଙ୍କ ପାଇଁ ଅନ୍ତିମ ନିର୍ଦ୍ଧାରିତ ୫ଜି ସ୍ପେକ୍ଟ୍ରମ ଦର ନିର୍ଦ୍ଧାରିତ ହେବ l ଇଏମଡି ଦାଖଲ ହିସାବରେ ପଏଣ୍ଟ ତାଲିକାରେ ଯୋଗ୍ୟ ପ୍ରାର୍ଥୀ ଭାବେ ରିଲାଏନ୍ସ ଜିଓ ୧ ଲକ୍ଷ ୫୯ ହଜାର ୮୩୦ ପଏଣ୍ଟ ହିସାବରେ ଆଗରେ ରହିଛି  l  ୬୬ ହଜାର ୩୩୦ ପଏଣ୍ଟ ସହ ତାଲିକାର ଦ୍ୱିତୀୟରେ ଏୟାରଟେଲ୍ ରହିଛି l  ତୃତୀୟରେ ରହିଛି ଭୋଡାଫୋନ୍ ଆଇଡିଆ  l ଭୋଡାଫୋନକୁ ମିଳିଛି ୨୯ ହଜାର ୩୭୦ ପଏଣ୍ଟ l ଅଦାନୀ ଡାଟା ନେଟଓ୍ୱର୍କ ୧୬୫୦ ପଏଣ୍ଟ ସହ ତାଲିକାର ଶେଷରେ ରହିଛି  l

 ୭୨ ଗିଗାହର୍ଜ ସ୍ପ୍ରେମ ନିଲାମୀ ଆସନ୍ତାକାଲି ହେବାକୁ ଥିବା ବେଳେ, ଚଳିତ ମାସ ଶେଷ ସୁଦ୍ଧା ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି  l ଆସନ୍ତା ସେମ୍ବେର ସୁଦ୍ଧା ଦେଶରେ ୫ଜି ସେବା ମିଳିବ ବୋଲି ଆଶା ରଖାଯାଇଛି  l ୨୦ ବର୍ଷ ପାଇଁ ଏହି ନିଲାମୀ ଅଧିକାର ପ୍ରଦାନ କରାଯିବ  l ଆସନ୍ତାକାଲି ହେବାକୁ ଥିବା ଏହି ନିଲାମୀ ପ୍ରକ୍ରିୟାରେ ଟେଲିକମ୍ କ୍ଷେତ୍ରରେ ବଡ଼ ବଡ଼ ପୁଞ୍ଜିପତିମାନେ ସାମିଲ ହେବେ ବୋଲି ଆଶା ରଖିଛନ୍ତି   ସରକାର l ୫ଜି ସ୍ପେକ୍ଟ୍ରମ ନିଲାମୀରୁ ଭାରତ ସରକାର ମୋଟା ଅଙ୍କର ରାଜସ୍ୱ  ପାଇବାର ଆଶା ରଖିଛନ୍ତି l

୨ ମାସ ତଳେ ଭାରତରେ ଫାଇଭ୍ ଜି ଟେକନୋଲଜିର ସଫଳ ପରୀକ୍ଷଣ ସରିଛି  l କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ କଲ୍ କରି ଏହାର ଟ୍ରାଏଲ କରିଛନ୍ତି l ଏହି ଅବସରରେ ସେ ସୂଚନା ଦେଇଥିଲେ ଯେ, ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ-ସେପ୍ଟେମ୍ବରରୁ ଦେଶର ୨୦ରୁ ୨୫ଟି ସହରରେ 5G ସେବା ଆରମ୍ଭ ହେବ  ହେଲେ ଏଥିରେ ଓଡ଼ିଶାର କୌଣସି ସହର ନାହିଁ  ତେବେ ପରବର୍ତ୍ତୀ ପଯର୍ୟାୟରେ ଖୁବଶୀଘ୍ର ଓଡ଼ିଶାରେ ବି ଫାଇଭ୍-ଜି ମିଳିବ ବୋଲି କହିଥିଲେ ଅଶ୍ୱିନୀ ବୈଷ୍ଣବ  

ଦେଶରେ ୫ଜି ସେବା ତ୍ୱରାନ୍ୱିତ ଏବଂ ଉପଭୋକ୍ତାଙ୍କୁ ଉନ୍ନତମାନର ହାଇସ୍ପିଡ୍ ଇଣ୍ଟରନେଟ୍ ଓ ଟେକ୍ନୋଲଜି ସେବା ପ୍ରଦାନ ପାଇଁ ସରକାର ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି  l କେନ୍ଦ୍ର କ୍ୟାବିନେଟ୍ ଏକ ପ୍ରାଇଭେଟ କ୍ୟାପଟିଭ୍ ନେଟଓ୍ୱର୍କ ଗଠନ ଲାଗି ପ୍ରସ୍ତୁତ ହେଉଛି l ବଦଳୁଥିବା ନେଟଓ୍ୱର୍କ ଦୁନିଆରେ ମସିନ୍ ଟୁ ମସିନ୍ କମ୍ୟୁନିକେଶନ, ଇଣ୍ଟରନେଟ୍ ଅଫ ଥିଙ୍ଗ୍ସ, ଆର୍ଟିଫିସିଆଲ ଇଣ୍ଟିଲଜେନ୍ସିର ବିକଶିତ କରିବାକୁ ଚାହୁଁଛନ୍ତି   l ଯାହାକି ସ୍ୱାସ୍ଥ୍ୟ, କୃଷି, ଶକ୍ତି ଭଳି ଅନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଲାଗି ବରଦାନ ସଦୃଶ୍ୟ ହେବl

ଭାରତରେ ୨୦୧୨ରେ ପ୍ରଥମେ 4G ନେଟ୍ଓ୍ୱର୍କ ଆସିବାର ପ୍ରାୟ ୧୦ ବର୍ଷ ପରେ ମିଳିବାକୁ ଯାଉଛି ଫାଇଭ୍ ଜି ନେଟଓ୍ୱର୍କ l  ଫାଇଭି ଜି ନେଟଓ୍ୱର୍କ ଆସିଲେ ଯୋଗାଯୋଗ କ୍ଷେତ୍ରରେ ବ୍ୟବହାରକାରୀଙ୍କୁ ଯୋଗାଇ ଦେବ ସର୍ବୋତ୍କୃଷ୍ଟ ସେବା ବିଶେଷକରି ମୋବାଇଲ କଲ କ୍ଷେତ୍ରରେ ଏହା ଫୋର ଜିଠାରୁ ୧୦୦ ଗୁଣ ଅଧିକ ସ୍ପିଡ୍ ରହିବ  l ବିଶେଷ କରି  ଥ୍ରୀ-ଜିଠୁ ୩ ଗୁଣ ଓ ଫୋର୍-ଜିଠୁ ୧୦ ଗୁଣ ଅଧିକ ସ୍ପିଡ୍ ମିଳିବ l ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ ୫ଜି l ଟୁ ଜି ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନଲୋଡ ପାଇଁ ୨ଦିନ ୮ ଘଣ୍ଟା ଲାଗୁଥିଲା, ୩ଜି ସେବାରେ ୨ ଘଣ୍ଟା ଏବଂ ୪ଜିରେ ୪୦ ମିନିଟ ଲାଗୁଥିଲା, ଏବେ ଫାଇଭ୍-ଜିରେ ସେହି ଫାଇଲ ଡାଉନ୍ଲୋଡ୍ ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ  l ଏଥିରୁ ଆପଣ ଅନୁମାନ କରିପାରୁଥିବେ ଏହା  ଆପଣଙ୍କ ଡିଜିଟାଲ ଲାଇଫ୍ କୁ କେତେ ସହଜ କରିଦେବ l 

ନଜର ପକାନ୍ତୁ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଅନ୍ୟ କଣ ସବୁ ଫାଇଦା ଦେବ ୫ଜି ନେଟଓ୍ୱର୍କ 

୧. ହାଇଡେଫିନେସନ୍ ବା ଉଚ୍ଚ ମାନର ଭିଡିଓ ଫାଇଲ ଦେଖିବାରେ ଅସୁବିଧା ହେବନି

୨. ଷ୍ଟ୍ରିମିଂ ବେଳେ ଆଉ ସମସ୍ୟା ରହିବ ନାହିଁ

୩. ଅନଲାଇନ୍ ପାଠପଢ଼ାରେ ସମସ୍ୟା ରହିବନି ନେଟଓ୍ୱର୍କ ସମସ୍ୟା

0 Comments

Leave Your Comment

Your email address will not be published. Required fields are marked *

%d bloggers like this: