ଶହେ କୋଟିରେ ରାଜ୍ୟପାଳ ପଦ !

ଶହେ କୋଟିରେ ରାଜ୍ୟପାଳ ପଦ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଟଙ୍କା ଦେଇ କ’ଣ ରାଜ୍ୟପାଳ ପଦ କିଣି ହୁଏ ? ଏକଥା ଶୁଣି ଆପଣଙ୍କୁ ବିଶ୍ବାସ ହେଉ ନ ଥିବ । କିନ୍ତୁ ଦେଶରେ ଏମିତି ମହାଠକ ଅଛନ୍ତି, ଯେଉଁମାନଙ୍କ ପାଇଁ ରାଜ୍ୟପାଳଙ୍କ ପଦ ବିକିବା କଷ୍ଟସାଧ୍ୟ ନୁହେଁ । ଏଭଳି ୪ ଜଣ ଠକଙ୍କୁ ଗିରଫ କରିଛି ସିବିଆଇ। ସେମାନେ ରାଜ୍ୟପାଳ, ରାଜ୍ୟସଭା ସଦସ୍ୟ ଏବଂ କେନ୍ଦ୍ର ସରକାରଙ୍କ କୌଣସି ବିଭାଗର ଅଧ୍ୟକ୍ଷ କରାଇ ଦେବା ନାଁରେ ଶହେ କୋଟି ଟଙ୍କା ଚଳୁ କରିଛନ୍ତି। ଗିରଫ ଠକମାନେ ହେଲେ ମହାରାଷ୍ଟ୍ର ଲାତୁରର ପ୍ରେମ କୁମାର ବଁଦଗର, କର୍ଣ୍ଣାଟକ ବେଲଗାମ୍‌ର ରବୀନ୍ଦ୍ର ବିଠଲ୍ ନାଇକ, ଦିଲ୍ଲୀ ଏନସିଆର୍‌ର ମହେନ୍ଦ୍ର ପାଲ ଅରୋରା ଏବଂ ଅଭିଷେକ ବୁରା ।
ସିବିଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଗତ କିଛି ସପ୍ତାହ ଧରି ସିବିଆଇ ସେମାନଙ୍କ ଉପରେ ନଜର ରଖିଥିଲା । ଟଙ୍କା ସେମାନଙ୍କ ହାତକୁ ଯିବା ସମୟରେ ହିଁ କେନ୍ଦ୍ରୀୟ ଏଜେନ୍ସି କାବୁ କରିଥିଲା । ଆଉ ୪ ଜଣଙ୍କୁ ଗିରଫ କରିଥିଲା । ତେବେ ଫୋନ୍ ଟେପିଂ ଜରିଆରେ ହିଁ ସିବିଆଇ ସେମାନଙ୍କ ପାଖରେ ପହଞ୍ଚି ଥିଲା । ତେବେ ଚଢ଼ାଉ ସମୟରେ ଜଣେ ଠକ ଖସି ପଳାଇଥିବା ସିବିଆଇ ପକ୍ଷରୁ ସୂଚନା ମିଳିଛି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଲୋକଙ୍କୁ ଠକିବାକୁ ସେମାନେ ଏକ ବଡ଼ ରାକେଟ୍ ଚଳାଉଥିଲେ। ଅଭିଷେକ ବୁରା, ପ୍ରେମକୁମାର ସହ ମିଶି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟତର ହେବାକୁ କହି ଷଡ଼ଯନ୍ତ୍ର କରୁଥିଲେ । ତେବେ ଏହି ମାମଲାରେ ଅଧିକ ଖୋଳତାଡ଼ କରୁଛି ସିବିଆଇ । ଖୁବଶୀଘ୍ର ଏହି ମାମଲାର ବଡ଼ ପର୍ଦ୍ଦାଫାସ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: