ଜିଲ୍ଲା ପରିଷଦରେ ମିଶିବ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଉଚ୍ଛେଦ ହେବ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତଥା DRDA ବ୍ୟବସ୍ଥା। ଜିଲ୍ଲା ପରିଷଦରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମିଶ୍ରଣ ହେବ। ୨୦୨୨ ଏପ୍ରିଲ ୧ତାରିଖରୁ ଏଭଳି ହେବ।
ଏନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖି ସୂଚନା ଦିଆଯାଇଛି। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜଇରାମ ରମେଶ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।ଡିଆରଡିଏରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ନିଜ ମୂଳ ଡିପାର୍ଟମେଣ୍ଟରୁ ଫେରିବେ। ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଡିଆରଡିଏରେ ଥିବା ପାଣ୍ଠିର ଅଡିଟ ହେବ ବୋଲି ସେ କହିଛନ୍ତି। ଏହି ପାଣ୍ଠି ଜିଲ୍ଲା ପରିଷଦ ପାଣ୍ଠିକୁ ଦିଆଯିବ । ସୂଚନା ଥାଉ ଯେ ୨୦୧୪ ମସିହା ଏପ୍ରିଲ ୧ ତାରିଖରେ ଡିଆରଡିଏ ଗଠନ ହୋଇଥିଲା ।

Leave a Reply

Your email address will not be published. Required fields are marked *