ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା: ତଦନ୍ତ ଦାୟିତ୍ୱରୁ ହଟିଲେ ସମୀର ୱାଙ୍ଖଡେ

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା: ତଦନ୍ତ ଦାୟିତ୍ୱରୁ ହଟିଲେ ସମୀର ୱାଙ୍ଖଡେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଝଟକା । ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ସହ ଜଡ଼ିତ ମାମଲାରୁ ସମୀର ୱାଙ୍ଖଡେଙ୍କଠାରୁ ଛଡ଼ାଇ ନିଆଯାଇଛି। ଅକ୍ଟୋବର ୨ ତାରିଖରେ ଆର୍ୟନ ଖାନ, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ସମେତ ଅନ୍ୟ ୮ ଜଣଙ୍କୁ ମୁମ୍ବାଇ ସମୁଦ୍ର ଉପକୂଳରେ ଥିବା ଏକ କ୍ରୁଜରେ ଚଢ଼ାଉ କରି ଏନସିବି ଗିରଫ କରିଥିଲା ।
ଏବେ ମୁମ୍ବାଇ ଏନସିବି ଉକ୍ତ କ୍ରୁଜ୍ ମାମଲା ସହ ଅନ୍ୟ ୫ଟି ମାମଲାର ଯାଞ୍ଚ କରିବ ନାହିଁ ବୋଲି ଜଣାପଡିଛି। ଏସବୁ ମାମଲାର ତଦନ୍ତ ଦିଲ୍ଲୀ ଏନସିବି କରିବ । ଏନେଇ ପ୍ରଶାସନିକ ନିଷ୍ପତ୍ତି ହୋଇଥିବା ଏନସିବିର ଦକ୍ଷିଣ-ପଶ୍ଚିମାଞ୍ଚଳ ଡେପୁଟି ଡିଜି ମୁଥା ଅଶୋକ ଜୈନ ସୂଚନା ଦେଇଛନ୍ତି । ସମୀର ୱାଙ୍ଖଡେଙ୍କୁ ଆର୍ୟନ ମାମଲାରୁ ହଟାଇ ଦିଆଯାଇଥିବା ବେଳେ ସେ ମୁମ୍ବାଇ ଏନସିବିର ନିର୍ଦ୍ଦେଶକ ରହିବେ ।
ସମୀରଙ୍କ ବଦଳରେ ମାମଲାର ତଦନ୍ତ ଏନସିବି ଅଧିକାରୀ ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍ କରିବ । ଆର୍ୟନଙ୍କ ମାମଲା ପରେ ୱାଙ୍ଖଡେଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିଲା । ଯେଉଁ କାରଣରୁ ସମୀର ୱାଙ୍ଖଡେଙ୍କୁ ଆର୍ୟନ ମାମଲାର ତଦନ୍ତରୁ ଦୂରେଇ ଦିଆଯାଇ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ ଦିଆଯାଇଥିବାର କୁହାଯାଉଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: