ଘୋଷଣା ହେଲା ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ଅଷ୍ଟମ ଟେଲି ପୁରସ୍କାର

ଘୋଷଣା ହେଲା ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ଅଷ୍ଟମ ଟେଲି ପୁରସ୍କାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୨୦୧୯ ମସିହା ଲାଗି ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ଅଷ୍ଟମ ଟେଲି ପୁରସ୍କାର ଘୋଷଣା କରାଯାଇଛି। ଚଳଚ୍ଚିତ୍ର ଖୁସିରେ ଅଭିନୟ ଲାଗି ସରୋଜ ପରିଡ଼ା ପାଇବେ ଶ୍ରେଷ୍ଠ ଅଭିନେତା ପୁରସ୍କାର, ‘ଖୁସି’ ପାଇଁ କାବ୍ୟା କିରଣ ପାଇବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର, ‘କାଳିଆ କରୁଛି ଲୀଳା’କୁ ମିଳିବ ଶ୍ରେଷ୍ଠ ଟେଲି ଫିଲ୍ମ ପୁରସ୍କାର ଏହାସହ ଜଣାଶୁଣା ପ୍ରଯୋଜକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପ୍ରଦାନ କରାଯିବ। ଏହା ହେଉଛି ରାଜ୍ୟ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ପୁରସ୍କାର। ସେହିପରି ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ନୀଳମାଧବ ପଣ୍ଡା ପାଇବେ ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର। ତାଙ୍କ ଫିଲ୍ମ ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଥିବା ଯୋଗୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।
୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଉ କିଏ କେଉଁ ପୁରସ୍କାର ପାଇବେ ତାହାର ବିବରଣୀ :
-ଶ୍ରେଷ୍ଠ ଚଳଚ୍ଚିତ୍ର: କାଲିର ଅତୀତ (ପ୍ରଯୋଜକ: ନୀଳମାଧ ପଣ୍ଡା)
-ଶ୍ରେଷ୍ଠ ନିର୍ଦ୍ଦେଶକ: ନୀଳମାଧବ ପଣ୍ଡା (କାଲିର ଅତୀତ)
-ଶ୍ରେଷ୍ଠ ଅଭିନେତା: ସରୋଜ ପରିଡ଼ା (ଖୁସି)
-ଶ୍ରେଷ୍ଠ ଅଭିନେତ୍ରୀ: କାବ୍ୟା କିରଣ (ଖୁସି)
-ଶ୍ରେଷ୍ଠ କାହାଣୀ: କପିଳେଶ୍ୱର ପ୍ରସାଦ ମହାପାତ୍ର (ଶଲାବୁଢ଼ାର ବଦ୍‌ଲା)
-ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ: ବୈଦ୍ୟନାଥ ଦାସ (ନାୟକର ନାଁ ଦେବଦାସ୍‌)
-ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ: ସ୍ୱୟମ୍‌ ପାଢ଼ୀ (ଭିଜା ଭିଜା ପ୍ରେମ ଛିଟା…ଦେଖା ହେଲା ପ୍ରେମ ହେଲା)
-ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା: ଦୀପ୍ତିରେଖା ପାଢ଼ୀ (ଏ କେଉଁ ଋତୁ ଏ କେଉଁ ରାସ୍ତା…ଫ୍ରମ୍‌ ମିଟୁ ଇଉ)
-ଶ୍ରେଷ୍ଠ ଚିତ୍ରଗହ୍ରଣ: ରବୀନ୍ଦ୍ର ବେହେରା (ବାବୁ ଭାଇଜାନ୍‌)
-ଶ୍ରେଷ୍ଠ ସଂପାଦନା: ରାଜେଶ ଦାସ (ଖୁସି)

-ଶ୍ରେଷ୍ଠ ଗୀତିକାର: ଅରୁଣ ମନ୍ତ୍ରୀ (ଭିଜେଇ ଦେଇ ଯା ଥରେ… ବାପା ତୁମେ ଭାରି ଦୁଷ୍ଟ)
-ଶ୍ରେଷ୍ଠ ଚିତ୍ରନାଟ୍ୟ: ସନ୍ତୋଷ ନାରାୟଣ ଦାଶ (ବାବୁ ଭାଇଜାନ୍‌)
-ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା: ବବି ମିଶ୍ର (ବାବୁ ଭାଇଜାନ୍‌)
-ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ: ଅଞ୍ଜନା ଦାଶ (ବାପା ତୁମେ ଭାରିଦୁଷ୍ଟ)
-ଶ୍ରେଷ୍ଠ ହାସ୍ୟ କଳାକାର: ତ୍ରିଭୂବନ ପଣ୍ଡା (ଗୋଲମାଲ୍‌ ଲଭ୍‌)
-ଶ୍ରେଷ୍ଠ ଶିଶୁ କଳାକାର: ଐଶ୍ୱର୍ଯ୍ୟା ମିଶ୍ର (ଖୁସି)
-ଶ୍ରେଷ୍ଠ କଳା ନିର୍ଦ୍ଦେଶକ: କଳିଙ୍ଗ କେଶରୀ ନାୟକ (କାଲିର ଅତୀତ)
-ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ: ଚନ୍ଦ୍ର ଶେଖର ଶର୍ମା (ଶଲାବୁଢ଼ାର ବଦ୍‌ଲା)
-ସ୍ୱତନ୍ତ୍ର ଜୁରୀ ପୁରସ୍କାର: ଅଭିନେତା: ରୋହିତ୍‌ ରାଜ୍‌ (କୋଟିଏରେ ଗୋଟିଏ ମନ)
-ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର: ସୁବ୍ରତ କୁମାର ରଥ(ବାଜି) ଓ ଅଭିଷେକ କୁମାର (ଫ୍ରମ୍‌ ସଂଜୁ)
-ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର: ପ୍ରଯୋଜକ: ଆଶୁତୋଷ ପଟ୍ଟନାୟକ (ଶ୍ରୀକ୍ଷେତ୍ରର ସହିଯାତ)
-ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର: ପ୍ରଯୋଜକ ସ୍ୱରାଜ ମିଶ୍ର ଓ ନିର୍ଦ୍ଦେଶକ ବନମାଳୀ ରଣା (ରସଗୋଲା)

୮ମ ଟେଲି ପୁରସ୍କାର:
-ଶ୍ରେଷ୍ଠ ଚଳଚ୍ଚିତ୍ର: କାଳିଆ କରୁଛି ଲୀଳା
-ଶ୍ରେଷ୍ଠ ପ୍ରଯୋଜକ: ଦୋବାଶିଷ ପାତ୍ର (କାଳିଆ କରୁଛି ଲୀଳା)
-ଶ୍ରେଷ୍ଠ ନିର୍ଦ୍ଦେଶକ: ଡି. ଅଶ୍ୱିନୀ ଗଡ଼ନାୟକ (କାଳିଆ କରୁଛି ଲୀଳା)
-ଶ୍ରେଷ୍ଠ ଟେଲି ଧାରାବାହିକ: ସରଗମ୍‌
-ଶ୍ରେଷ୍ଠ ଟେଲି ଧାରାବାହିକ ନିର୍ଦ୍ଦେଶକ: ଚଣ୍ଡୀ ପରିଜା (ସରଗମ୍‌)
-ଶ୍ରେଷ୍ଠ ଅଭିନେତା: ଦେବାଶିଷ ପାତ୍ର (କାଳିଆ କରୁଛି ଲୀଳା)
-ଶ୍ରେଷ୍ଠ ଅଭିନେତ୍ରୀ: ଲିପ୍ସା ମିଶ୍ର (ରଙ୍ଗିଲା ବୋହୂ)
-ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା: ଜୀବନ ପଣ୍ଡା (କାଳିଆ କରୁଛି ଲୀଳା)
-ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ: ମଧୁସ୍ମିତା ପ୍ରଧାନ (ରଙ୍ଗିଲା ବୋହୂ)
-ଶ୍ରେଷ୍ଠ ହାସ୍ୟଭିନେତା:ଶଙ୍କର୍ଷଣ ପ୍ରଧାନ (ରଙ୍ଗିଲା ବୋହୂ)
-ଶ୍ରେଷ୍ଠ ଶିଶୁ କଳାକାର: ପ୍ରସିଦ୍ଧି ନାୟକ (ରଙ୍ଗିଲା ବୋହୂ)

0 Comments

Leave Your Comment

Your email address will not be published. Required fields are marked *

%d bloggers like this: