ଅଲ କାଏଦା ମୁଖ୍ୟ ଅଲ-ଜୱାହିରୀକୁ ନିପାତ କଲା ଆମେରିକାର

ଅଲ କାଏଦା ମୁଖ୍ୟ ଅଲ-ଜୱାହିରୀକୁ ନିପାତ କଲା ଆମେରିକାର

ପ୍ରିଜମ ନ୍ୟୁଜ ବ୍ୟୁରୋ: ନିପାତ ହେଲା ଆତଙ୍କବାଦୀ ସଂଗଠନ ଅଲ କାଏଦାର ମୁଖ୍ୟ ଆୟମାନ ଅଲ-ଜୱାହିରୀ। ଆଫଗାନିସ୍ତାନରେ ଡ୍ରୋନ୍‌ ଆକ୍ରମଣ କରି ଅଲ-ଜୱାହିରୀକୁ ଶନିବାର ଦିନ ନିପାତ କରିଥିବାର ସୋମବାର ସ୍ପଷ୍ଟ କରିଛି ହ୍ୱାଇଟ ହାଉସ । ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜେ ପ୍ରତିକ୍ରିୟା ଦେଇ କହିଛନ୍ତି, ଅଲ କାଏଦାର ନେତା ଆୟମାନ ଅଲ-ଜାୱାହିରିଙ୍କୁ ହତ୍ୟା କରାଯାଇଛି । କାବୁଲରେ ଡ୍ରୋନ୍ ଷ୍ଟ୍ରାଇକ୍ ଦ୍ଵାରା ଆମେରିକା ଏହି ବିପଜ୍ଜନକ ମିଶନକୁ ସଫଳ କରିଥିଲା । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନିଜେ ଅଲ-ଜାୱାହିରୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି ।

ଏହି ମିଶନ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଆମେରିକା ଅଲ-ଜାୱାହିରୀଙ୍କୁ କୌଣସି ବିସ୍ଫୋରଣ କିମ୍ବା କାହାରି କ୍ଷତି ନକରି ହତ୍ୟା କରିଛି । ତେବେ ଅଲ-ଜାୱାହିରୀଙ୍କୁ ହତ୍ୟା ପାଇଁ ଅନେକ ମାସ ହେବ ଯୋଜନା ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ୨୦୦୧ ସେପ୍ଟେମ୍ବର ୧୧ ରେ ଆମେରିକା ଉପରେ ହୋଇଥିବା ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଅଲ-ଜାୱାହିରୀ ଥିଲା ବୋଲି କୁହାଯାଉଛି। ଏହି ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୩୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଅଲ-ଜାୱାହିରୀ ମୁଣ୍ଡ ପାଇଁ ୨୫ ମିଲିୟନ ଡଲାର ପୁରସ୍କାର ରଖିଥିଲା ଆମେରିକା। ୨୦୧୧ରେ ଅଲ କାଏଦାର ପ୍ରତିଷ୍ଠାତା ଓସାମା ବିନ୍‌ ଲାଡେନକୁ ନିହତ କରାଯିବା ପରେ ଆତଙ୍କବାଦୀ ସମୁହକୁ ବଡ଼ ଝଟକା ଲାଗିଥିଲା, ଆଉ ଏବେ ଅନେକ ଆତଙ୍କବାଦୀ ସଙ୍ଗଠନଙ୍କ ଛାତିରେ ଭୟ ସୃଷ୍ଟି ହୋଇଛି। ଅଲ-ଜାୱାହିରୀ ଓସାମା ବିନ୍‌ ଲାଡେନର ମୃତ୍ୟୁ ପରେ ଥିଲା ଅଲ କାଏଦାର ମୁଖ୍ୟ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: