କାଷ୍ଟିଂ କାଉଚ୍‌ ଅଭିଯୋଗ ଥିଲା ମିଥ୍ୟା ? ନିର୍ଦ୍ଦୋଷରେ ପପୁ ଖଲାସ୍‌

କାଷ୍ଟିଂ କାଉଚ୍‌ ଅଭିଯୋଗ ଥିଲା ମିଥ୍ୟା ? ନିର୍ଦ୍ଦୋଷରେ ପପୁ ଖଲାସ୍‌

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ନିର୍ଦ୍ଦୋଷରେ ଖଲାସ । ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍‌ ମାମଲାରେ କୋର୍ଟରୁ ତାଙ୍କୁ ମିଳିଛି କ୍ଲିନଚିଟ୍‌ । ମାମଲାରେ ରାୟ ଶୁଣାଇବା ସହ କମେଡି କିଙ୍ଗ ତଥା ଅଭିନେତା ପପୁ ପମ୍‌ ପମ୍‌ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଭୁବନେଶ୍ବରର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ। ଏହାସହ ପପୁଙ୍କ ସହଯୋଗୀ ଗିଟୁଙ୍କୁ ମଧ୍ୟ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୧୬ ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ ମାମଲାରେ ଗିରଫ ହୋଇଥିଲେ ପପୁ ଏବଂ ତାଙ୍କ ସହଯୋଗୀ ଗିଟୁ । ଜଣେ ନାବାଳିକାଙ୍କ ଅଭିଯୋଗ ଆଧାରରେ ପପୁ ଓ ଗିଟୁଙ୍କୁ କମିଶନରେଟ ପୋଲିସ ଗିରଫ କରିଥିଲା। ଏନେଇ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ମାମଲା ଚାଲିଥିଲା। ମଙ୍ଗଳବାର କୋର୍ଟ ଏହି ମାମଲାର ଶୁମାଣି କରି ଉଭୟ ପପୁ ପମ୍‌ପମ୍‌ ଏବଂ ତାଙ୍କ ସହଯୋଗୀ ଗିଟୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତେବେ କୋର୍ଟଙ୍କ ରାୟ ଆସିବା ପରେ ଗଣମାଧ୍ମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ପପୁ । ସେ କହିଛନ୍ତି ଯେ, କଳଙ୍କରୁ ମୁକ୍ତ ହୋଇଛି, ନ୍ୟାୟ ମିଳିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: