ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡି ର ଛାନଭିନ୍

ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡି ର ଛାନଭିନ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦିଲ୍ଲୀ ସ୍ଥିତ ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ଚଢଉ କରିଛି ଇଡି । ଏହାସହ ଆଉ ୧୧ ଟି ସ୍ଥାନରେ ମଧ୍ୟ ଚଢାଉ କରାଯାଇଥିବା ଜଣା ପଡିଛି। ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟ ସମେତ ଏହି ସମସ୍ତ ସ୍ଥାନରେ ଛାନଭୀନ୍ କରୁଛି ED । ନିକଟରେ ତଦନ୍ତକାରୀ ସଂସ୍ଥା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ତାଙ୍କ ପୁଅ ତଥା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରିଥିଲା।

ଉଲ୍ଲେଖ ଯୋଗ୍ୟ ଯେ, କଂଗ୍ରେସ ଦଳ କ୍ଷତିରୁ ମୁକୁଳିବା ପାଇଁ ନ୍ୟାସନାଲ ହେରାଲ୍ଡ ଖବରକାଗଜ ପ୍ରକାଶ କରିଥିବା କମ୍ପାନୀ AJLକୁ ୯୦ କୋଟି ଟଙ୍କା ଋଣ ଦେଇଥିବାର ଅଭିଯୋଗ ହୋଇଛି। ପରେ, ଏହି ଋଣ ବଦଳରେ, AJL ତାହାର ୯୯% ଅଂଶ ୟଙ୍ଗ ଇଣ୍ଡିଆନ୍ କମ୍ପାନୀକୁ ଦେଇଥିଲା। ୟଙ୍ଗ ଇଣ୍ଡିଆନ୍ କମ୍ପାନୀରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ୩୮ ପ୍ରତିଶତ ଅଂଶଧନ ଧାରଣ କରିଛନ୍ତି। ୟଙ୍ଗ ଇଣ୍ଡିଆନଙ୍କ ଆକାଉଣ୍ଟରେ ମିଳିଥିବା ଟଙ୍କାକୁ ୟଙ୍ଗ ଇଣ୍ଡିଆନ ଦ୍ୱାରା ପ୍ରାପ୍ତ AJL ସେୟାର ସହିତ ଇଡି ଯାଞ୍ଚ କରୁଛି।

ଏହି ମାମଲାରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି, ପୱନ ବନସଲ, ମଲ୍ଲିକାର୍ଜୁନ ଖଡଗେ ଇତ୍ୟାଦିଙ୍କୁ ପଚରାଉଚରା କରାଯାଇଛି। କଂଗ୍ରେସ ଯୁକ୍ତି କରୁଛି ଯେ ଏହାର ନେତାମାନେ ସ୍ୱାଧୀନତାର ଉତ୍ତରାଧିକାରୀ ସହିତ ଜଡିତ AJLକୁ ସାହାଯ୍ୟ କରିଥିଲେ ଓ ଯେଉଁ ନିୟମ ଅନୁଯାୟୀ ୟଙ୍ଗ ଇଣ୍ଡିଆନ୍ କମ୍ପାନୀ ଗଠନ ହୋଇଥିଲା, ଅଂଶୀଦାରମାନେ ଗୋଟିଏ ଟଙ୍କା ମଧ୍ୟ ପ୍ରତ୍ୟାହାର କରିପାରିବେ ନାହିଁ। ଏଭଳି ପରିସ୍ଥିତିରେ କଳା ଟଙ୍କାକୁ ଧଳା କରିବାର ଅଭିଯୋଗ ଭିତ୍ତିହୀନ। ତେବେ ଏହି ମନି ଲଣ୍ଡରିଂ ଘଟଣାରେ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧିଙ୍କୁ ୩ ଦିନ ଧରି ଇଡି ପଚରାଉଚରା କରିଥିଲା। ଯାହାକି କଂଗ୍ରେସ ପକ୍ଷରୁ ସମ୍ପୂର୍ଣ୍ଣ ବିରୋଧ କରାଯିବା ସହ ବିଭିନ୍ନ ରାଜ୍ୟରେ ସତ୍ୟାଗ୍ରହ ପାଳନ କରାଯାଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: