ସ୍ମିଥଙ୍କ ପୁଣି ଏକ ବିଶ୍ୱ ରେକର୍ଡ଼

ସ୍ମିଥଙ୍କ ପୁଣି ଏକ ବିଶ୍ୱ ରେକର୍ଡ଼

ପ୍ରିଜମ ନ୍ୟୁଜ ବ୍ୟୁରୋ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ଅାଉ ଏକ ନୂଆ ରେକର୍ଡ। ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟର ୪ର୍ଥ ଦିବସରେ ଆଉ ଏକ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି । ଟେଷ୍ଟ କ୍ରିକେଟରେ ସ୍ମିଥ ଦ୍ରୁତ ୮୦୦୦ ରନ ସଂଗ୍ରହ କରି ଏହି ଗୌରବ ଅର୍ଜନ କରିଛନ୍ତି । ସେ ୧୫୧ ଇନିଂସରେ ଏହି କୀର୍ତିମାନ ସ୍ଥାପନ କରି କୁମାର ସଙ୍ଗକାରା (୧୫୨ ଇନିଂସ)ଙ୍କ ରେକର୍ଡ ଭାଙ୍ଗିଛନ୍ତି । ସଚିନ ତେନ୍ଦୁଲକର ୧୫୪ ଇନିଂସରେ ଏହି ସଫଳତା ହାସଲ କରିଥିଲେ । ପୂର୍ବରୁ ଦ୍ରୁତ ୭୦୦୦ ରନ ସଂଗ୍ରହ କରିବାରେ ସେ ରେକର୍ଡ କରିଥିଲେ ।ସୂଚନାଯୋଗ୍ୟ, ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୯୧ ରନ ଜବାବରେ ପାକିସ୍ତାନ ୨୬୮ ରନ ସଂଗ୍ରହ କରିଥିଲା । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୩ ୱିକେଟ ବିନିମୟରେ ୨୨୭ ରନ କରି ୩୫୧ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ସ୍ମିଥ ପ୍ରଥମ ଇନିଂସରେ ୫୯ ଓ ଦ୍ୱିତୀୟ ଇନିଂସରେ ୧୭ ରନ ସଂଗ୍ରହ କରିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: