ଏହି ମନ୍ଦିରରୁ ପ୍ରସାଦ ଆଣିବା ମନା

ପ୍ରିଜମ ନ୍ୟୁଜ ବ୍ୟୁରୋ:  ଆପଣ ଯେଉଁ ମନ୍ଦିରକୁ ଯାଆନ୍ତୁ ନା କାହିଁକି, କିଛିନା କିଛି ଭୋଗ ଠାକୁରଙ୍କ ପାଖରେ ଲାଗି ହୋଇଥାଏ, ଆଉ ଭକ୍ତମାନଙ୍କୁ ଦିଆଯାଇଥାଏ। କିନ୍ତୁ ଭାରତରେ ଏମିତି ଏକ ହନୁମାନଙ୍କ ମନ୍ଦିର ଅଛି ଯେଉଁଠୁ ଘରକୁ ପ୍ରସାଦ ଆଣିବା ମନା। ବିଶ୍ୱାସ କରାଯାଏ ଯେ ହନୁମାନଙ୍କ ପୂଜା କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ଦୁଃଖ ଦୂର ହୋଇଥାଏ।

ଭକ୍ତମାନେ ଖୁସିରେ ଫେରିନ୍ତି:-

ମାନ୍ୟତା ରହିଛି ଯେ ମେହେନ୍ଦୀପୁର ବାଲାଜୀ ମନ୍ଦିରରେ ହନୁମାନଙ୍କ ଦର୍ଶନ ପରେ ଲୋକମାନଙ୍କ ଉପରେ ଲାଗିଥିବା ସମସ୍ତ ବନ୍ଧନରୁ ମୁକ୍ତି ମିଳିଯାଏ। ତେଣୁ ବହୁ ସଂଖ୍ୟାରେ ଭକ୍ତ ଏଠାରେ ପହଞ୍ଚିଥାନ୍ତି। ଏଠାରେ ପ୍ରେତରାଜ ସାର୍କ ଏବଂ ଭୈରବ ବାବାଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ ହୋଇଛି। ଏହିଠାରେ ଲୋକଙ୍କ ଉପରେ ଲାଗିଥିବା ଖରାପ ନଜର ଅପସାରିତ କରାଯାଏ। ହନୁମାନଙ୍କ ଏହି ମନ୍ଦିର ପରିଦର୍ଶନ କରିବା ପରେ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରି ଆସନ୍ତି ବୋଲି ବିଶ୍ୱାସ କରାଯାଏ।

ଏହି କାରଣରୁ ପ୍ରସାଦ ଆଣିବା ମନା:-

ମେହେନ୍ଦୀପୁର ବାଲାଜୀ ମନ୍ଦିରର ଆଉ ଏକ ଅନନ୍ୟ ନିୟମ ରହିଛି। ବିଶ୍ୱାସ କରାଯାଏ ଯେ ଏଠାରେ ଭୋଗ ଲାଗୁଥିବା ପ୍ରସାଦ ନା ଖିଆଯାଏ ନା କାହାକୁ ଦିଆଯାଏ। ଏହା ବ୍ୟତୀତ ପ୍ରସାଦ ଘରକୁ ଅଣାଯିବା ଉପରେ କଟକଣା ରହିଥାଏ। ପ୍ରସାଦକୁ କେବଳ ମନ୍ଦିରରେ ଅର୍ପଣ କରାଯାଏ।ମନ୍ଦିରରୁ କେହି ଖାଦ୍ୟ, ପାନୀୟ କିମ୍ବା ସୁଗନ୍ଧିତ ଜିନିଷ ନିଜ ଘରକୁ ଆଣି ପାରିବେ ନାହିଁ। ଯଦି କେହି ଏହା କରନ୍ତି, ତେବେ ତାଙ୍କ ଉପରେ ଖରାପ ସାୟା ପଡ଼େ ବୋଲି କୁହାଯାଏ।

Leave a Reply

Your email address will not be published. Required fields are marked *