ବଳାତ୍କାର ଉଦ୍ୟମ କରିଥିବା ଯୁବକଙ୍କୁ ଅଭୁତ ଦଣ୍ଡ, ଗାଁର ସମସ୍ତ ମହିଳାଙ୍କ ଲୁଗା ୬ ମାସ ମାଗଣା କରିବେ ସଫା

ବଳାତ୍କାର ଉଦ୍ୟମ କରିଥିବା ଯୁବକଙ୍କୁ ଅଭୁତ ଦଣ୍ଡ, ଗାଁର ସମସ୍ତ ମହିଳାଙ୍କ ଲୁଗା ୬ ମାସ ମାଗଣା କରିବେ ସଫା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦୋଷ କଲେ ଅଭିଯୁକ୍ତଙ୍କୁ ଜେଲ୍ ଦଣ୍ଡ ବା ଜୋରିମାନା ହୋଇଥାଏ। ହେଲେ ଜଣେ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଯେଉଁ ଭଳି ଦଣ୍ଡ ମିଳିଛି ଆପଣ ଜାଣିଲେ ଚକିତ ହେବେ। ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ୬ ମାସ ମାଗଣାରେ ଗାଁର ସମସ୍ତ ମହିଳାଙ୍କ ପୋଷାକ ଧୋଇ ଇସ୍ତ୍ରୀ କରିବା ସର୍ତ୍ତରେ ଜାମିନ ପ୍ରଦାନ କରାଯାଇଛି। ମଙ୍ଗଳବାର ଜହ୍ନଜାରପୁର କୋର୍ଟର ଏଡିଜେ ଅବିନାଶ କୁମାର ପ୍ରଥମ ଅଭିଯୁକ୍ତ ଲଲନ କୁମାର ସଫିଙ୍କୁ ସମାନ ସର୍ତ୍ତରେ ଜାମିନ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଏପ୍ରିଲ ୧୯ରେ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନାମରେ ଅଭିଯୋଗ ହୋଇଥିଲା ଯେ, ଏପ୍ରିଲ ୧୭  ରାତିରେ ସେ ଗରମ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଖବର ଅନୁଯାୟୀ ୨୦ ବର୍ଷ ବୟସ୍କ ଯୁବକ ଲଲନ କୁମାର ସଫି ବୃତ୍ତିରେ ଜଣେ ଧୋବା ଅଟନ୍ତି। ତେଣୁ ତାଙ୍କୁ ବୃତ୍ତି ସହ ଜଡିତ କାମ ମାଗଣାରେ କରିବାକୁ କୋର୍ଟ ସର୍ତ୍ତ ରଖିଥିଲେ ଜାମିନ୍ ପାଇଁ। ଶୁଣାଣି ସମୟରେ ପ୍ରତିପକ୍ଷ ଓକିଲ ତାଙ୍କ ପକ୍ଷ ଉପସ୍ଥାପନ କରିଥିଲେ। ଯୁବକଙ୍କୁ ୨୦ ବର୍ଷ ବୋଲି କହିଥିଲେ। ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରାଯିବା ସହ ପୋଲିସର ତଦନ୍ତ ଶେଷ ହୋଇଛି। ଉଭୟ ପକ୍ଷ ମଧ୍ୟରେ ସମାଧାନ ପାଇଁ ଏକ ଆବେଦନ ମଧ୍ୟ ଦିଆଯାଇଛି। ବିତର୍କରେ ଅଭିଯୁକ୍ତ ପକ୍ଷ କହିଥିଲେ ଯେ ଅଭିଯୁକ୍ତ ତାଙ୍କ ବୃତ୍ତି ମାଧ୍ୟମରେ ସମାଜର ସେବା କରିବାକୁ ଚାହୁଁଛି। ଶୁଣାଣି ଶେଷ ହେବା ପରେ ଏଡିଜେ କୋର୍ଟ ଏହି ଅନନ୍ୟ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ କୋର୍ଟ ପ୍ରତ୍ୟେକଙ୍କୁ ୧୦,୦୦୦ ଟଙ୍କାର ଦୁଇଟି ଜାମିନ ଦେବାକୁ ମଧ୍ୟ କହିଛନ୍ତି।

ଛଅ ମାସ ପରେ ତାଙ୍କୁ ଗ୍ରାମର ମୁଖିଆ, ସରପଞ୍ଚ କିମ୍ବା କୋର୍ଟର କୌଣସି ସରକାରୀ କର୍ମଚାରୀଙ୍କଠାରୁ ମାଗଣା ସେବା ପ୍ରମାଣପତ୍ର ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହି ପ୍ରମାଣ ପତ୍ରକୁ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯୁବକ ଜଣଙ୍କ ଗାଁରେ ମାଗଣା ସେବା ଯୋଗାଉଛନ୍ତି କି ନାହିଁ ତାହା ଉପରେ ନଜର ରଖିବାକୁ କୁହାଯାଇଛି। ଏହାସହ ଜାମିନର କପି ଗାଁର ସରପଞ୍ଚ ଏବଂ ମୁଖିଆଙ୍କ ନିକଟକୁ ପଠାଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: