ଏକ ବୋତଲ କୋଲ୍ଡ ଡ୍ରିଙ୍କସ ମୂଲ୍ୟ ୩୬ ଲକ୍ଷ !

ଏକ ବୋତଲ କୋଲ୍ଡ ଡ୍ରିଙ୍କସ ମୂଲ୍ୟ ୩୬ ଲକ୍ଷ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅନେକ ଲୋକ କିଣାକିଣି ସମୟରେ ରିହାତି ବୋର୍ଡ ପ୍ରତି ଭଲ ଭାବେ ଧ୍ୟାନ ନଦେଇ ନିଜର କ୍ଷତି ଘଟେଇ ସପିଂ କରି ପକାନ୍ତି। ଆମେରିକାର ଜୋସେଫ ସୋବୋଲେଭସ୍କି ନାମକ ଜଣେ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଛି। ରିହାତି ଦ୍ୱନ୍ଦ୍ୱରେ, ସେ ଗୋଟିଏ ବୋତଲ ଥଣ୍ଡା ପାନୀୟ କିଣି ସମ୍ପୂର୍ଣ୍ଣ ଅର୍ଥ ଦେଇନଥିଲେ, ଯେଉଁଥି ପାଇଁ ବର୍ତ୍ତମାନ ତାଙ୍କୁ ବଡ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।
ଜୋସେଫ ସୋବୋଲେଭସ୍କି ଆମେରିକାର ପେନସିଲଭାନିଆରେ ରୁହନ୍ତି। ସେ ଗୋଟିଏ ଦୋକାନରୁ ଥଣ୍ଡା ପାନୀୟ ଏକ ବୋତଲ କିଣିଥିଲେ ଏବଂ ସେ ସେହି ବୋତଲ ପାଇଁ ସମ୍ପୂର୍ଣ୍ଣ ଅର୍ଥ ଦେଇନଥିଲେ। ସୋବୋଲେଭସ୍କି ନିଜେ ମଧ୍ୟ ଜାଣି ନଥିଲେ ଯେ ତାଙ୍କୁ କେବଳ ୪୩ ସେଣ୍ଟ୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୧.୫ ଟଙ୍କା କମ୍ ହେତୁ କୋର୍ଟ-କଚେରି ମାମଲାରେ ଜଡିତ ହେବାକୁ ପଡିବ।
ନ୍ୟୁଜ୍ ୱିକ୍ ରିପୋର୍ଟ ଅନୁଯାୟୀ, ୩୮ ବର୍ଷିୟ ଜୋସେଫ୍ ସୋବୋଲେଭସ୍କି ଦୋକାନକୁ ଯାଇ ରିହାତି ବୋର୍ଡ ପଢ଼ିଥିଲେ, ଯେଉଁଥିରେ ଲେଖାଥିଲା ୩ ଡଲାରରେ ୨ ବୋତଲ ଉପଲବ୍ଧ ହେବ । ଜୋସେଫ ସେଥିରୁ ଗୋଟିଏ ବୋତଲ ଉଠାଇ କାଉଣ୍ଟରରେ ୨ ଡଲାର ଦେଇ ଚାଲିଗଲେ। ଜୋସେଫ ଜାଣି ନଥିଲେ ଯେ କେବଳ ୨ ଟି ବୋତଲ କିଣିଲେ ହିଁ ସେହି ରିହାତି ଉପଲବ୍ଧ ହେବ। ସାଧାରଣ ଭାବେ ଗୋଟିଏ ବୋତଲର ମୂଲ୍ୟ ୨.୨୯ ଡଲାର ରହିଥିଲା, ୧.୫୦ ଡଲାର ନୁହେଁ। କ୍ୟାସିଅର୍ ୪୩ ସେଣ୍ଟ୍ କମ୍ ପାଇଥିବାର ଜାଣି ଚାଲିଯାଇଥିବା ଜୋସେଫଙ୍କ ପଛରେ ଦୌଡ଼ିଥିଲେ। କିନ୍ତୁ ସେ ତାଙ୍କୁ ପାଇ ନଥିଲେ।
କ୍ୟାସିଅରଙ୍କ ସୂଚନା ପରେ ତୁରନ୍ତ ପୋଲିସ ଜୋସେଫ ସୋବୋଲେଭସ୍କିଙ୍କୁ ଖୋଜି ଗିରଫ କରିବା ସହ ତାଙ୍କୁ ଜେଲରେ ରଖିଥିଲେ। ଏହି ମାମଲାର ଶୁଣାଣି ହେବା ପରେ କୋର୍ଟ ଜୋସେଫଙ୍କୁ ୫୦,୦୦୦ ଡଲାର ଜୋରିମାନା କରିଥିଲେ। ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ ତାଙ୍କୁ ୧୬୮ ଟଙ୍କାର କୋଲ୍ଡ ଡ୍ରିଙ୍କସ ବୋତଲ ପାଇଁ ୩୬ ଲକ୍ଷ ଟଙ୍କା ଦେବାକୁ ପଡିବ। କେବଳ ଏତିକି ନୁହେଁ, ଯଦି ଯୋସେଫ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ୭ ବର୍ଷ ଜେଲଦଣ୍ଡ ମଧ୍ୟ ମିଳିପାରେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: