ଆହତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲେ ଯୁବଗୋଷ୍ଠୀ: ସମାଜସେବାର ଦେଲେ ପ୍ରକୃତ ଉଦାହରଣ

ଆହତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲେ ଯୁବଗୋଷ୍ଠୀ: ସମାଜସେବାର ଦେଲେ ପ୍ରକୃତ ଉଦାହରଣ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମାନବ ସେବା ହିଁ ମାଧବ ସେବା । ସେବା ମନବୃତ୍ତି ନେଇ କାଣିଚାଏ ସହଯୋଗ କଲେ ମଧ୍ୟ ସାହାଯ୍ୟ ଚାହୁଁଥିବା ବ୍ୟକ୍ତି ପାଇଁ ତାହା ଅମୂଲ ମୂଲ ହୋଇଥାଏ । ଠିକ୍ ଏମିତି କିଛି ସେବା ମନୋଭାବ ପୋଷଣ କରି ଏବେ ସମସ୍ତଙ୍କ ହୃଦୟ ଜିତିଛନ୍ତି ଗଞ୍ଜାମ କବିସୂର୍ଯ୍ୟନଗର ବ୍ଲକ ବୁଢାମ୍ବ ଗୁଡ଼ିଆପଲ୍ଲୀ ଗ୍ରାମର ମା ଭରାଣ୍ଡୀ ବଣିକ ସଂଘର କର୍ମକର୍ତ୍ତା ।

ଗ୍ରାମର ଜଣେ ବ୍ୟକ୍ତି ସଞ୍ଜୟ ବେହେରା ସରକାରୀ ଯୋଜନାରେ ଆସିଥିବା ବାସଗୃହ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଥିଲେ । ଆଉ ଏହି ସମୟରେ କୌଣସି କାରଣ ବଶତଃ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ଜାଣିବା ପରେ ଭରାଣ୍ଡୀ ବଣିକ ସଂଘର କର୍ମକର୍ତ୍ତା ଭୁବନେଶ୍ୱର ଆସି ଆହତ ସଞ୍ଜୟ ବେହେରାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ । ଏହା ସହ ମେଡିକାଲ ଟ୍ରିଟମେଣ୍ଟ ବାବଦରେ ଡାକ୍ତରୀ ଟିମ୍ ସହ ଆଲୋଚନା କରିବା ସହ ଆଗକୁ କେମିତି ଉନ୍ନତ ଚିକିତ୍ସା ମିଳିପାରିବ ସେ ନେଇ ଡାକ୍ତରୀ ଟିମ୍ ସହ ଆଲୋଚନା କରିଥିଲେ ।

ସେପଟେ ନିଜ ଗ୍ରାମର ଜଣେ ବ୍ୟକ୍ତିଙ୍କ ଏପରି ଅବସ୍ଥା ଜାଣିବା ପରେ ଦୁଃଖ ପ୍ରକାଶ କରିବା ସହ ସଞ୍ଜୟଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେପଟେ ମେଡିକାଲ ଖର୍ଚ୍ଚ ବାବଦକୁ ସଂଘର କର୍ମକର୍ତ୍ତା ନିଜସ୍ୱ ଖର୍ଚ୍ଚ ଅର୍ଥରେ କିଛି କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: