ଚାଷ ଓ ଚାଷୀଙ୍କୁ ସ୍ୱାବଲମ୍ବୀ କରିବ ଜୈବିକ କୀଟନାଶକ; ଗ୍ରାମାଞ୍ଚଳ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ

ଚାଷ ଓ ଚାଷୀଙ୍କୁ ସ୍ୱାବଲମ୍ବୀ କରିବ ଜୈବିକ କୀଟନାଶକ; ଗ୍ରାମାଞ୍ଚଳ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ

ଭୁବନେଶ୍ୱର, ୧୪ ଅଗଷ୍ଟ ୨୦୨୩ : କୃଷି ଓ କୃଷି କାର୍ଯ୍ୟରେ କେମିକାଲ ନୁହଁ ବରଂ ଜୈବିକ କୀଟନାଶକ ବ୍ୟବହାରକୁ ଗୁରୁତ୍ୱ ଦେଲେ କ୍ଷେତ ଓ କୃଷକର ଲାଭ ଅଧିକ ହେବ। ଆଉ ଏହି ବାର୍ତ୍ତାକୁ ନେଇ ଚାଷୀଙ୍କୁ ସଚେତନ କରୁଛନ୍ତି ସୋଆ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ଆଜି ଚନ୍ଦକା ସ୍ଥିତ କୁଜିମହଲ ଗ୍ରାମରେ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଚାଷୀ ଭାଇମାନଙ୍କ ମଧ୍ୟରେ ଜୈବିକ ସାର ପ୍ରତି ଅଧିକ ସଚେତନ କରାଯାଇଥିଲା । ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ- ଭିଏପି ମାଧ୍ୟମରେ ଚାଷୀମାନଙ୍କୁ ତୃଣକ ବା ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷର ପତ୍ରର ବ୍ୟବହାର କରି କେମିତି ସେମାନେ ଜୈବିକ କୀଟନାଶକ ବା ମେଡିସିନ ପ୍ରସ୍ତୁତ କରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା ।


ବର୍ତ୍ତମାନର ବ୍ୟୟବହୁଳ ଚାଷ କାର୍ଯ୍ୟ ଚାଷୀଙ୍କୁ ପ୍ରଭାବିତ କରୁଥିବା ବେଳେ ରାସାୟନିକ ସାରର ମାତ୍ରାଧିକ ବ୍ୟବାହାର, ରୋଗ ପୋକ କ୍ଷେତର ଉର୍ବରତା ଓ କ୍ଷମତାକୁ ଦୁର୍ବଳ କରିଥାଏ । ଏହାର ସମାଧାନ କେବଳ ଜୈବିକ କୀଟନାଶକ ପ୍ରୟୋଗ ହେଲେ ହିଁ ହୋଇପାରିବ ବୋଲି ପ୍ରଶିକ୍ଷାର୍ଥୀମାନେ ଚାଷୀଙ୍କୁ ବୁଝାଇ ଥିଲେ ।


ନିମ୍ବ ପତ୍ର, ବାଇଗବା, ଘି କୁଆଁରୀ, ଆତ, ନାଗଇରି, ଅମୃତଭଣ୍ଡା, ଗଞ୍ଜେଇ ଗଛର ପତ୍ରକୁ ବ୍ୟବହାର କରି ଜୈବିକ କୀଟନାଶକ ପ୍ରସ୍ତୁତ କରି ଏହାର ବ୍ୟବାହାର କଲେ ରୋଗ ପୋକ ତୁରନ୍ତ ନାଶ ହେବ ବୋଲି ସଚେତନ କରାଯାଇଛି ।

ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ସୋଆ କୃଷି ମହାବିଦ୍ୟାଳୟର ସହକାରୀ ଅଧ୍ୟାପକ ରାକେଶ ରୋଶନ ଶତପଥୀ ଏବଂ ରାମକୃଷ୍ଣ ବସ୍ତିଆ । ମହାବିଦ୍ୟାଳୟ କୃଷି ବିଭାଗର ଛାତ୍ରୀ ପଲ୍ଲବୀ ପଣ୍ଡା, ଜ୍ୟୋତିରେଖା ସିଂ, ସ୍ୱସ୍ତିକା ରଥ, ଲିପ୍ସାମୟୀ ବେହେରା, ମଧୁସ୍ମିତା ବଳ, ପ୍ରଥମା ପ୍ରତୀକ୍ଷା, ପ୍ରଜ୍ଞାମଞ୍ଜରୀ ପଟେଲ, ଅଙ୍କିତା ମହାପାତ୍ର, ଅର୍ପିତା ବିଶ୍ୱାଳ, ପ୍ରଲିପ୍ତା ସାମନ୍ତରାୟ, ରୁତମଭାରା ମିଶ୍ର , ଶ୍ରୀସୁଶ୍ରୀମୟୀ ପ୍ରମୁଖ ସାମିଲ ହୋଇ ଚାଷୀଙ୍କୁ ସଚେତନ କରାଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: