ଗଞ୍ଜାମରେ କେମିତି ଅଛି ବିଜେଡିର ସ୍ଥିତି ?

ଗଞ୍ଜାମରେ କେମିତି ଅଛି ବିଜେଡିର ସ୍ଥିତି ?

କଣ ଭାଗ ଭାଗ  ହେଉଛି  ବିଜେଡି ? କାହାର କଟିବ ଟିକଟ, କାହାକୁ ମିଳିବ ଶଙ୍ଖାଧିପତିଙ୍କ ଆର୍ଶୀବାଦ ? ବାଟରେ ପଡ଼ି ହାଟରେ ଗଡ଼ୁଛି ବିଜେଡିର ଗୋଷ୍ଠୀ କନ୍ଦଳ। ଆଉ ଏଥିପାଇଁ ଜିଲ୍ଲାର ତୁଙ୍ଗ ନେତାଙ୍କୁ ନେଇ ବ୍ରହ୍ମପୁରରେ ରୁଦ୍ଧଦ୍ୱାର ବୈଠକ କରିଛନ୍ତି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ସମସ୍ତ ନିର୍ବାଚିତ ଜନ ପ୍ରତିନିଧିଙ୍କ ସହ ବ୍ଲକ ଓ ନଗରସ୍ତରୀୟ ବିଜେଡି ନେତାଙ୍କୁ ବି ଡକେଇ ପଠେଇଥିଲେ ବବି ।

ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ସମେତ ବିବାଦରେ ଫଶି ମନ୍ତ୍ରୀ ପଦ ହରାଇଥିବା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହିଥିଲେ କରିଛନ୍ତି ।

ଗଞ୍ଜାମ ବିଜେଡି ସଂଗଠନକୁ ଅଧିକ ମଜଭୂତ କରିବା, ମନମାଳିନ୍ୟକୁ ଭୁଲି ଏକ ମନ ହୋଇ କାମ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି । ଏହି ବୈଠକରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ସମେତ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ରହିଥିଲେ ।

ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ ଆଉ ତା ପୂର୍ବରୁ ଦଳର ସ୍ଥିତି ମଜଭୂତ କରିବା ବି ଏକ ଚ୍ୟାଲେଞ୍ଜ । ସେପଟେ ଆସନ୍ତା ସପ୍ତାହରେ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ ଥିବାରୁ ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: