ଏହି ସବୁ ଦେଶକୁ ଗଲେ କୋଟିପତି ହୋଇ ଫେରିବେ ଭାରତୀୟ

ଏହି ସବୁ ଦେଶକୁ ଗଲେ କୋଟିପତି ହୋଇ ଫେରିବେ ଭାରତୀୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଜି ସମୟରେ ଆମ ଦେଶରେ ଗୋଟିଏ ଟଙ୍କାର ମୂଲ୍ୟ କହିଲେ କିଛି ନାହିଁ । ବିଶ୍ଵର ଅନେକ ଦେଶର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ବହୁତ କମ୍ ଅଟେ। ହେଲେ ଏପରି କିଛି ଦେଶ ଅଛି ଯେଉଁଠାରେ ଭାରତୀୟ ଟଙ୍କାର ମୂଲ୍ୟ ଆମ ଭାବନାଠୁ ଢେର ଅଧିକ। ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ଯେ ଗୋଟିଏ ଭାରତୀୟ ଟଙ୍କା ବଦଳରେ ଆପଣ ସେହି ଦେଶମାନଙ୍କରୁ ଶହ ଶହ ଟଙ୍କା ପାଇ ପାରିବେ। ଏହି ସବୁ ଦେଶକୁ ଅଳ୍ପ ଟଙ୍କା ନେଇ ଯାଉଥିବା ଭାରତୀୟମାନେ ମଧ୍ୟ ଧନୀ ହୋଇଯିବେ। ଏପରିକି ଭାରତରେ ଗରିବ ଶ୍ରେଣୀର ଲୋକମାନେ ସେଠାରେ ଧନୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହେବେ। ଆଜି ଆମେ ଆପଣଙ୍କୁ ଏପରି କିଛି ଦେଶ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଭାରତୀୟ ମୁଦ୍ରା ତୁଳନାରେ ସେଠାକାର ମୁଦ୍ରାର ମୂଲ୍ୟ ଅତ୍ୟନ୍ତ ନଗନ୍ୟ ଅଟେ।
ଇରାନର ରିୟାଲ୍:-
ଆପଣ କେବେ ସ୍ବପ୍ନରେ ଭାବୁଛନ୍ତି କି ୧ ଟଙ୍କା ବଦଳରେ ଆପଣଙ୍କୁ ୫୯୨.୭୩ ଟଙ୍କା ମିଳିବ ବୋଲି। କିନ୍ତୁ ସ୍ବପ୍ନ ନୁହେଁ ବାସ୍ତବତା ଅଟେ। ଭାରତର ଗୋଟିଏ ଟଙ୍କା ଇରାନରେ ୫୯୨.୭୩ ରିଆଲ ସହ ସମାନ ହୋଇଥାଏ। ଇରାନର ମୁଦ୍ରା ନାମ ହେଉଛି ରିୟାଲ୍ । ଇରାନ-ଇରାକ ଯୁଦ୍ଧ, ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ଏବଂ ଇରାନ ସରକାର ପରମାଣୁ ଅସ୍ତ୍ରରେ ବିଶ୍ୱକୁ ଧମକ ଦେଇଥିବା କାରଣରୁ ସେଠାରେ ଅର୍ଥନୈତିକ ମାନ୍ଦା ଅବସ୍ଥା ଦେଖିବାକୁ ମିଳିଛି। ଏହି ସମୟରେ ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକ ଇରାନକୁ ଅର୍ଥନୈତିକ ଏବଂ ରାଜନୈତିକ ପ୍ରତିବନ୍ଧକ ଲଗାଇବାକୁ ବାଧ୍ୟ କରିଛନ୍ତି। ଏହି କାରଣରୁ, ଇରାନର ରିୟାଲ୍ ଦୁନିଆର ଅନ୍ୟତମ ‘ଖରାପ’ ମୁଦ୍ରା ହୋଇଛି। ଆଜି ସମଗ୍ର ବିଶ୍ୱର ଦୁର୍ବଳ ମୁଦ୍ରା ମଧ୍ୟରେ ଇରାନର ମୁଦ୍ରା ଏକ ନମ୍ବରରେ ରହିଛି।
ଭିଏତନାମ ଡୋଙ୍ଗ:-
ଇରାନ ପରେ ଭିଏତନାମ ଡୋଙ୍ଗ ହେଉଛି ଦୁନିଆର ସବୁଠାରୁ ଦୁର୍ବଳ ମୁଦ୍ରା। ଗୋଟିଏ ଭାରତୀୟ ଟଙ୍କା ୩୧୦.୦୭ ଭିଏତନାମ ଡୋଙ୍ଗ ସହିତ ସମାନ ହୋଇଥାଏ। ଏବେ ମଧ୍ୟ ଭିଏତନାମ କେନ୍ଦ୍ରୀଭୂତ ଅର୍ଥନୀତି ଉତ୍ତମ ବଜାର ବ୍ୟବସ୍ଥା ପର୍ଯ୍ୟନ୍ତ ପହଞ୍ଚି ପାରିନି। ଏହି କାରଣରୁ, ଏହି ଦେଶର ମୁଦ୍ରାର ମୂଲ୍ୟ କ୍ରମାଗତ ହ୍ରାସ ପାଇଛି। ସମ୍ପ୍ରତି ଭିଏତନାମ ଡୋଙ୍ଗ ‘ଖରାପ ମୁଦ୍ରା’ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ମୁଦ୍ରା ଦୁର୍ବଳ ହେତୁ ଭିଏତନାମର ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଇଣ୍ଡୋନେସିଆ ଟଙ୍କା:-
ଇଣ୍ଡୋନେସିଆର ରୁପିଆ ଦୁନିଆର ସବୁଠାରୁ ଖରାପ ମୁଦ୍ରାରେ ତୃତୀୟ ସ୍ଥାନରେ ରହିଛି। ଭାରତର ଏକ ଟଙ୍କା ଇଣ୍ଡୋନେସିଆରେ ୧୯୫.୯୧ ରୁପିଆ ସହିତ ସମାନ ହୋଇଥାଏ। ଦକ୍ଷିଣ ପୂର୍ବ ଏସିଆରେ ଇଣ୍ଡୋନେସିଆ ଏକ ଆର୍ଥିକ ଦୃଷ୍ଟିରୁ ସ୍ଥିର ଏବଂ ବିକଶିତ ଦେଶ। ଏହା ପରେ ମଧ୍ୟ ସେଠାରେ ଅର୍ଥ ବିନିମୟ ମୂଲ୍ୟ ବହୁତ କମ୍ ଅଟେ। ଏହି ଦେଶର ନିୟାମକ କର୍ତ୍ତୃପକ୍ଷ ଜାତୀୟ ମୁଦ୍ରାକୁ ମଜବୁତ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି। ତଥାପି ସେମାନଙ୍କର ସମସ୍ତ ପ୍ରୟାସ ବିଫଳ ହେଉଛି। ଇଣ୍ଡୋନେସିଆର ଦୁର୍ବଳ ମୁଦ୍ରା ଯୋଗୁଁ ଏହି ଦେଶ ପର୍ଯ୍ୟଟନ ପାଇଁ ଏକ ଭଲ ବିକଳ୍ପ ହୋଇପାରିଛି। ଭାରତର ଅଧିକାଂଶ ଲୋକ ଇଣ୍ଡୋନେସିଆରେ ଛୁଟି କାଟିବାକୁ ପସନ୍ଦ କରନ୍ତି। ଏଠାରେ ରହିବା ଖାଇବା ବୁଲା ବୁଲି ଖୁବ୍ କମ ଟଙ୍କାରେ ହୋଇଥାଏ। ତେବେ ଭବନ୍ତୁତ ଗୋଟିଏ ଡଲାର ତୁଳନାରେ ଆପଣ ସେହି ଦେଶରୁ କେତେ ମୁଦ୍ରା ହାତେଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: