ଶାଳୀ ସାଙ୍ଗେ କଥା ହେବାକୁ ମନା କରିବାରୁ ବଡ଼ ଭାଇକୁ ଗୁଳି କରି ମାରିଦେଲା ସାନ ଭାଇ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦିଲ୍ଲୀର ଉତ୍ତର ପୂର୍ବ ଜିଲ୍ଲା ଅନ୍ତର୍ଗତ କରୱାଲ ନଗର ଅଞ୍ଚଳରେ ଜଣେ ସାନ ଭାଇ ତାଙ୍କ ବଡ ଭାଇକୁ ଗୁଳି କରି ହତ୍ୟା କରିଛି। ତେବେ ହତ୍ୟାର କାରଣ ସମସ୍ତଙ୍କୁ ଚକିତ କରିଛି। ବଡ଼ଭାଇ ତାଙ୍କ ଶାଳୀ ସହିତ ଫୋନରେ କଥା ହେବାକୁ ବାରଣ କରୁଥିବାରୁ ସାନ ଭାଇ ତାଙ୍କୁ ହତ୍ୟା କରିଥିବାର ଜଣାପଡିଛି। ମୃତକଙ୍କ ନାମ ପ୍ରେମ ଶଙ୍କର ଓ ତାଙ୍କ ବୟସ ୨୨ ବର୍ଷ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଏହି ଘଟଣା ଘଟିବା ପରେ ତାଙ୍କ ପରିବାର ଲୋକ ଏହି ମାମଲାକୁ ଚାପିଦେବାକୁ ଚେଷ୍ଟା କରୁଥିଲେ। ଏଥିସହ ପୋଲିସକୁ ନଜଣାଇ ମାମଲାକୁ ଚାପି ଦେବା ଉଦ୍ଦେଶ୍ୟରେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନେଇଯାଇଥିଲେ କିନ୍ତୁ ଘଟଣାର ସତ୍ୟ ଲୁଚି ପାରି ନଥିଲା। ପଣ୍ଡିତକୁ ଘଟଣା ବିଷୟରେ ସନ୍ଦେହ ହେବାରୁ ସେ ଲୁଚିକି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚିତାରୁ ଶବ ଜବତ କରିବା ସହ ସାନଭାଇ ପ୍ରସାନ୍ତଙ୍କୁ ଗିରଫ କରିଥିଲା।
ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ପ୍ରେମ ଶଙ୍କର ପରିବାର ସହିତ କାରୱାଲ ନାଗରର ଗଳି ନଂ- ୨ ରେ ରହୁଥିଲେ। ତାଙ୍କ ପରିବାରରେ ପିତା ରମେଶ ଚାନ୍ଦ, ମା, ତିନି ଭଉଣୀ ଏବଂ ସାନ ଭାଇ, ସ୍ତ୍ରୀ ରୁହନ୍ତି। ପ୍ରେମ ଶଙ୍କର ଦିଲ୍ଲୀ ହୋମ ଗାର୍ଡରେ ଚାକିରି କରୁଥିଲେ। ଅଭିଯୁକ୍ତ ସାନ ଭାଇ ପ୍ରଶାନ୍ତ କରୱାଲ ନାଗରର ଏକ ଶାଢ଼ୀ ଦୋକାନରେ କାମ କରୁଥିଲା। ପରିବାର ପୋଲିସକୁ କହିଛନ୍ତି ଯେ ମେ ମାସରେ ପ୍ରେମ ଶଙ୍କରଙ୍କ ବିବାହ ହୋଇଥିଲା। ଏହି ସମୟରେ ପ୍ରଶାନ୍ତ ପ୍ରେମ ଶଙ୍କରଙ୍କ ଶାଳୀ ସହିତ ବନ୍ଧୁତା କରିଥିଲେ। ଲଗାତାର ତାଙ୍କ ସହିତ ଫୋନରେ କଥା ହେବା ସହ ହ୍ୱାଟସାପରେ ମଧ୍ୟ ଚାଟ୍ କରୁଥିଲେ। ହେଲେ ପ୍ରେମ ଶଙ୍କର ଏହି ଜିନିଷକୁ ପସନ୍ଦ କରୁ ନଥିଲେ। ତେଣୁ ସେ ତାଙ୍କ ସାନ ଭାଇକୁ ଶାଳୀ ସହିତ କଥା ହେବାକୁ ବାରଣ କରିଥିଲେ । ବଡ ଭାଇ ମନା କରିବା ପରେ ମଧ୍ୟ ପ୍ରଶାନ୍ତ ମାନିନଥିଲେ। ବାରମ୍ବାର ମନା କରିବା ପରେ ମଧ୍ୟ ସେ ନମାନିବାରୁ ସାନଭାଇକୁ ଦୁଇଥର ଚାପୁଡ଼ା ମାରିଥିଲେ। ଏହାଦ୍ୱାରା ପ୍ରଶାନ୍ତ ବହୁତ କ୍ରୋଧିତ ହୋଇ ତାଙ୍କୁ ଗୁଳି କରିଦେଇଥିଲେ। କରୱାଲ ନାଗର ପୋଲିସ ଷ୍ଟେସନ ପକ୍ଷରୁ ଏକ ମାମଲା ରୁଜୁ କରି ହତ୍ୟା ଅଭିଯୋଗରେ ସାନ ଭାଇକୁ ଗିରଫ କରାଯିବା ସହ ଅଧିକ ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *