ସାବଧାନ! ପୁରୁଷଙ୍କ ପାଇଁ ଘାତକ ହେଉଛି ନନଭେଜ ଖାଦ୍ୟ

ସାବଧାନ! ପୁରୁଷଙ୍କ ପାଇଁ ଘାତକ ହେଉଛି ନନଭେଜ ଖାଦ୍ୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୁନିଆ ଯେତିକି ଆଗକୁ ଯାଉଛି ମଣିଷ ଆୟୁଷ ସେତିକି କମୁଛି, ଅସୁସ୍ଥତା ବଢ଼ିବାରେ ଲାଗିଛି। ସମୟ ବଦଳିବା ସହ ଲୋକଙ୍କ ଖାଦ୍ୟପେୟ ମଧ୍ୟ ବଦଳୁଛି। ଫାଷ୍ଟ ଫୁଡ୍, ଅଧା ସିଝା ଖାଦ୍ୟ ସାଙ୍ଗକୁ ଆମିଷ ଖାଦ୍ୟ ପ୍ରତି ଅଧିକ ଆଗ୍ରହ ବଢୁଛି। ତେବେ ଏକ ଅଧୟନରୁ ଏଭଳି ଏକ ସତ ଜଣା ପଡ଼ିଛି ଯାହାକି ଚିନ୍ତାର କାରଣ ପାଲଟି ଛି। ନନ୍ ଭେଜ୍ ଖାଉଥିବା ଲୋକମାନଙ୍କୁ ଟିକେ ସତର୍କ ହେବା ଆବଶ୍ୟକ ବୋଲି ଏଥିରେ କୁହାଯାଇଛି, ବିଶେଷ କରି ପୁରୁଷମାନଙ୍କୁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ନିରାମିଷ ଖାଦ୍ୟରୁ ମିଳୁଥିବା ପ୍ରୋଟିନ୍ ଅପେକ୍ଷା ଆମିଷ ଖାଦ୍ୟରୁ ମିଳୁଥିବା ପ୍ରୋଟିନ୍ ଆମ ଶରୀର ପାଇଁ ଅଧିକ ବିପଦଜନକ ହୋଇଥାଏ।
ନିକଟରେ ହୋଇଥିବା ସେହି ଅଧୟନ୍ ରିପୋର୍ଟ ଅନୁଯାୟୀ ଯଦି ପୁରୁଷମାନେ ପ୍ରୋଟିନ୍ ଯୁକ୍ତ ମାଂସ କିମ୍ବା ଅଣ୍ଡା ଅଧିକ ଖାଆନ୍ତି, ତେବେ ସେମାନଙ୍କର ମୃତ୍ୟୁ ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ। ଏହି ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ ପୁରୁଷମାନେ ପନିପରିବା ପ୍ରୋଟିନ୍ ଅପେକ୍ଷା ଅଧିକ ମାଂସ ପ୍ରୋଟିନ୍ ଖାଉଛନ୍ତି। ଏହାସହ ଶାକାହାରୀ ଖାଦ୍ୟ ଖାଉଥିବା ପୁରୁଷଙ୍କ ତୁଳନାରେ ଆମିଷ ଖାଉଥିବା ପୁରୁଷଙ୍କ ମୃତ୍ୟୁ ଆଶଙ୍କା ୨୩ ପ୍ରତିଶତ ଅଧିକ ବୋଲି ଏଥିରୁ ଜଣା ପଡ଼ିଛି।
ପୂର୍ବାଞ୍ଚଳ ଫିନଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ କହିଛନ୍ତି, “ଆମର ଅନୁସନ୍ଧାନର ଫଳାଫଳ ସାଧାରଣ ଭାବିବା ଉଚିତ ନୁହେଁ। ବୃଦ୍ଧଙ୍କ ଖାଦ୍ୟରେ ପ୍ରୋଟିନର ପରିମାଣ ଆବଶ୍ୟକ ସ୍ତରଠାରୁ କମ୍ ଅଟେ। ଏହି କାରଣରୁ ବୃଦ୍ଧାବସ୍ଥାରେ ପୁଷ୍ଟିହୀନତା ସମସ୍ୟା ଦେଖାଦେଇଥାଏ। “
ଏହାସହ ସେ କହିଛନ୍ତି ଯେ ଟାଇପ୍-୨ ମଧୁମେହ, ହୃଦୟ ସମ୍ବନ୍ଧୀୟ ରୋଗୀ ଏବଂ କର୍କଟ ରୋଗରେ ପୀଡିତ ପୁରୁଷଙ୍କ ଦ୍ଵାରା ପ୍ରୋଟିନ୍ ଅଧିକ ଗ୍ରହଣ କରିବା ଦ୍ୱାରା ମୃତ୍ୟୁ ଆଶଙ୍କା ବଢ଼ିଥାଏ। କିନ୍ତୁ ଯେଉଁ ପୁରୁଷମାନଙ୍କର ଏହି ସବୁ ରୋଗ ନାହିଁ, ସେମାନେ ପ୍ରଚୁର ପରିମାଣର ପ୍ରୋଟିନ୍ ଗ୍ରହଣ କଲେ ମଧ୍ୟ ସେତେ ବିପଦ ରହିବ ନାହିଁ। ଆମେରିକୀୟ ଜର୍ନାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟ୍ରେଶନ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ ଏହାର ସବୁଠାରୁ ବଡ ପ୍ରଭାବ ବୃଦ୍ଧଙ୍କ ଉପରେ ପଡିଥାଏ। ତେଣୁ ପୁରୁଷମାନଙ୍କୁ ନନ୍ ଭେଜ୍ ଅପେକ୍ଷା ଅଧିକ ଭେଜ ଖାଦ୍ୟ ଖାଇବା ଉଚିତ୍।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: