ଚୀନ୍‌ରେ ୫୦ ବର୍ଷ ପରେ ଭୟଙ୍କର ବର୍ଷା, ବନ୍ୟା ପାଣି ପଶି ଉହାନ ସମେତ ବିଭିନ୍ନ ସହର ଜଳମଗ୍ନ

ଚୀନ୍‌ରେ ୫୦ ବର୍ଷ ପରେ ଭୟଙ୍କର ବର୍ଷା, ବନ୍ୟା ପାଣି ପଶି ଉହାନ ସମେତ ବିଭିନ୍ନ ସହର ଜଳମଗ୍ନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ଭାଇରସ୍‌ ପରି ଭୟଙ୍କର ଭୂତାଣୁ ଉତ୍ପନ୍ନ କରିଥିବା ଚୀନ ପାଇଁ ବିପଦ ବଢିବାରେ ଲାଗିଛି । ମହାମାରୀ ଜନ୍ମ କରି ସାରା ବିଶ୍ୱକୁ ଆତଙ୍କିତ କରିଥିବା ଚୀନ୍‌ ଏବେ ପ୍ରକୃତିର ତାଣ୍ଡବରେ ଥରହର ହେଉଛି । ଭୀଷଣ ବର୍ଷା ଯୋଗୁ ଚୀନ୍‌ର ୪୩୩ଟି ନଦୀରେ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହୋଇଛି । ଜଳମଗ୍ନ ହୋଇଛି ବଡ଼ ବଡ଼ ସହର । ଏମିତି କି କୋରୋନାର ପେଣ୍ଠସ୍ଥଳୀ କୁହାଯାଉଥିବା ଉହାନ୍‌ ସହର ଜଳସମାଧି ନେବାକୁ ବସିଛି । ଶେଷ ସୂଚନା ଅନୁସାରେ ବନ୍ୟାରେ ଏଯାବତ୍‌ ୧୪୧ ଲୋକଙ୍କ ମୃତ୍ୟୁ ହୋଇଛି । ଏସବୁ ଦେଖିଲେ ଲାଗୁଛି ବିଧାତା ଯେମିତି ଚୀନରେ ବିନାଶ କରିବାକୁ ପ୍ରତିଜ୍ଞା କରିଛି। ଆଉ କୋରୋନା ପରି ମହାମାରୀ ଜନ୍ମ ଦେଇଥିବା ଚୀନ୍‌ ତା’ର ପରିଣାମ ଭୋଗୁଛି ।

ଉହାନ ସହର ଜଳମଗ୍ନ

ଗତ ମାସରେ ବନ୍ୟାରେ ୨୮ ହଜାର ଘର କ୍ଷତିଗ୍ରସ୍ତ ହୋଇଛି । ଶହେରୁ ଅଧିକ ଲୋକ ମରିଛନ୍ତି କି ନିଖୋଜ ଅଛନ୍ତି ସେନେଇ କୌଣସି ସୂଚନା ମିଳିନାହିଁ । ପୂରା ଚୀନରେ ତାଣ୍ଡବ ରଚାଇଛି ବନ୍ୟା । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଆଗକୁ ବର୍ଷା ଲାଗି ରହିଲେ ସ୍ଥିତି ଆହୁରି ଜଟିଳ ହୋଇପଡ଼ିବ । କୁହାଯାଉଛି, ୧୯୬୧ ମସିହା ପରେ ଏହା ହେଉଛି ଚୀନ୍‌ରେ ସବୁଠୁ ଭୟଙ୍କର ବର୍ଷା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: