କରୋନା ସରକାରୀ ତଥ୍ୟ: ୨୩ ଜିଲ୍ଲାରୁ ୫୪୩ ପଜିଟିଭ୍ ଚିହ୍ନଟ , ରେକର୍ଡ ପାର୍ କରୁଛି ଗଞ୍ଜାମ…

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ:ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୫୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ହୋଇଥିବା ବେଳେ ୧୮୯ ଲୋକାଲ କଣ୍ଟାକ୍ଟ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ସୂଚନା ଅନୁଯାୟୀ, ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮, ଖୋର୍ଦ୍ଧାରୁ ୮୭, ସୁନ୍ଦରଗଡ଼ରୁ ୫୨, ଗଜପତିରୁ ୨୯, ରାୟଗଡ଼ାରୁ ୨୪, କଟକରୁ ୩୯, କେନ୍ଦୁଝର ଓ ମୟୂରଭଞ୍ଜରୁ ୨୨ ଜଣ ଲେଖାଏଁ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ, ମାଲକାନଗିରି ଜିଲ୍ଲାରୁ ୧୧, କେନ୍ଦ୍ରାପଡ଼ା ୧୦, ବାଲେଶ୍ବର ୮, ପୁରୀ ୭, ଝାରସୁଗୁଡ଼ା ୬, ବୌଦ୍ଧ ୭, ବଲାଙ୍ଗୀର ୫, ବରଗଡ଼ ଜିଲ୍ଲାରୁ ୩ ଜଣ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ଅନୁଗୁଳ, ଭଦ୍ରକ, ଯାଜପୁର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୯୨୫୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯୨୯ ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: