ରାଜ୍ୟରେ କୋରନା ସ୍ଥିତି ଅତି ଗମ୍ଭୀର: ଆଜି ଭାଇରସ ସଂକ୍ରମଣ ଯୋଗୁଁ ଗଲା ୪ ଜୀବନ, ୭୪କୁ ବୃଦ୍ଧି ମୃତ୍ୟୁ ସଂଖ୍ୟା

ରାଜ୍ୟରେ କୋରନା ସ୍ଥିତି ଅତି ଗମ୍ଭୀର: ଆଜି ଭାଇରସ ସଂକ୍ରମଣ ଯୋଗୁଁ ଗଲା ୪ ଜୀବନ, ୭୪କୁ ବୃଦ୍ଧି ମୃତ୍ୟୁ ସଂଖ୍ୟା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଓଡ଼ିଶାରେ ଆଜି ପୁଣି ୪ ଜଣ ଜୀବନ ନେଇଛି କରୋନା । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪ ଛୁଇଁଛି। ୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ୨ ଜଣ ଥିବା ବେଳେ ଗଞ୍ଜାମ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।

କଟକର ଜଣେ ୭୧ ବର୍ଷୀୟ ବୃଦ୍ଧ ଆଜି କରୋନାରେ ଆଖି ବୁଜିଛନ୍ତି। ସେ ପୂର୍ବରୁ  ମୁଖ କର୍କଟରେ ଆକ୍ରାନ୍ତ ହୋଇଥିଲେ। ଖୋର୍ଦ୍ଧାର ଜଣେ ୪୦ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେହିପରି ଭୁବନେଶ୍ୱରର ଜଣେ ୭୧ ବର୍ଷୀୟ ବୃଦ୍ଧ କରୋନାରେ ଆଖି ବୁଜିଛନ୍ତି ଏବଂ ସେ ପୂର୍ବରୁ ରକ୍ତ କର୍କଟରେ ଆକ୍ରାନ୍ତ ଥିଲେ।

ଅନ୍ୟଜଣେ ଗଞ୍ଜାମର ୮୦ ବର୍ଷ ବୟସ୍କ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସେ ମଧ୍ୟ ଡାଇବେଟିସ ଏବଂ ହୃଦରୋଗ ଆକ୍ରାନ୍ତ ଥିଲେ । ଏହାକୁ ମିଶାଇ ଖୋର୍ଦ୍ଧାରେ କରୋନା ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ ୪୪ ଓ କଟକରେ ୮ରେ ପହଞ୍ଚିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: