ଦୁନିଆର ସବୁଠୁ ଦାମୀ ଚା’, ଦାମ୍ ଜାଣିଲେ ଉଡ଼ିଯିବ ହୋସ୍

ଦୁନିଆର ସବୁଠୁ ଦାମୀ ଚା’, ଦାମ୍ ଜାଣିଲେ ଉଡ଼ିଯିବ ହୋସ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆମ ଦେଶ ତଥା ବାହାରେ ବିଭିନ୍ନ ପ୍ରକାରର ଚା’ ମିଳିଥାଏ। ଯେପରି କ୍ଷୀର ଚା, ବ୍ଲକ୍ ଟି’, ଲେମନ୍ ଟି, ଗ୍ରୀନ୍ ଟି ଇତ୍ୟାଦି। ଚା’ ପ୍ରେମୀମାନେ ମଧ୍ୟ ବିଭିନ୍ନ ସ୍ଥାନରୁ ଆଉ ବିଭିନ୍ନ ପ୍ରକାରର ଚା’ ସ୍ବାଦ ନେବାକୁ ଆଗ୍ରହୀ ହୁଅନ୍ତି । ଚା’ ପତି ଅନୁଯାୟୀ ଏହାର ଫ୍ଲେବର୍ ଅଲଗା ଅଲଗା ହୋଇଥାଏ। ଚା’ ପତ୍ରର ସ୍ୱାଦ ଏହାର ଟେଷ୍ଟକୁ ବଦଳାଇଥାଏ। ଚା’ ସାଧାରଣ ଭାବେ ଆମ ଦେଶରେ ୫ ଟଙ୍କାରୁ ଆରମ୍ଭ କରି ୫୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସବୁଠୁ ଦାମୀ ଚା’ ପତ୍ର ବିକ୍ରି ହୁଏ ବୋଲି ଏବଂ ଏହାର ମୂଲ୍ୟ କେତେ?

      ଚାଇନାରେ ମିଳୁଥିବା ଡା-ହଙ୍ଗ୍ ପାଓ ଟି (Da-Hong Pao Tea) ଦୁନିଆର ସବୁଠୁ ଦାମୀ ଚା’ ପତି ଭାବେ ପରିଚିତ।  ଏହି ଚା’ ପତ୍ର କେବଳ ଚାଇନାର ଫୁଜିଆନର ୱୁଇସେନ୍ ଅଞ୍ଚଳରେ ମିଳିଥାଏ । ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ। କୁହାଯାଏ ଯେ ଏହି ଚା’ ପିଇଲେ ଅନେକ ଗୁରୁତର ରୋଗ ଭଲ ହୋଇଯାଏ । ଚା’ ପତିର ମୂଲ୍ୟ ହେଉଛି କିଲୋଗ୍ରାମ ପ୍ରତି ୯ କୋଟି ଟଙ୍କା । ଯାହାକି ବିଳାପୂର୍ଣ୍ଣ ବଙ୍ଗଳାର ଦାମ୍ ସହ ସମାନ।

ଡା-ହଙ୍ଗ୍ ପାଓ ଚା’ ପତ୍ରଗୁଡିକ ଅଳ୍ପ ପରିମାଣରେ ଉତ୍ପାଦିତ ହୁଏ । ଏହି କ୍ଷେତ୍ରରେ ଏହାର ତାଜା ପତ୍ର ବହୁତ ମହଙ୍ଗା ହୋଇଥାଏ। ଅନେକ ସ୍ଥାନରେ ଲୋକମାନେ ଏହି ପତ୍ରର ୧୦ ଗ୍ରାମ ପାଇଁ ୧୦ ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ଏହି ପତ୍ର କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଗଛରୁ ଚୟନ କରାଯାଇଥାଏ।  ଏହାକୁ ସାଧାରଣ ଚା’ ଗଛ ପରି ଚାଷ କରାଯାଏ ନାହିଁ । ଏହାର ପତ୍ର ବିକି ଚୀନ ନାଗରିକମାନେ ଭଲ ଲାଭ କରୁଛନ୍ତି।

ଚାଇନାରେ ମିଳୁଥିବା ଏହି ଚା’ ପତ୍ରକୁ ଜୀବାନାଦାନୀ କୁହାଯାଏ। ପ୍ରକୃତରେ ଚାଇନାର ଲୋକଙ୍କ ଅନୁଯାୟୀ, ମେଙ୍ଗ ଶାସନ ସମୟରେ ସେଠାରେ ଥିବା ମହାରାଣୀ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ବହୁ ଚେଷ୍ଟା ପରେବି ତାଙ୍କ ଉପରେ କୌଣସି ଔଷଧର ପ୍ରଭାବ ପଡି ନଥିଲା। ଏଭଳି ପରିସ୍ଥିତିରେ ଡାକ୍ତରମାନେ ତାଙ୍କୁ ଏହି ଚା’ ପିଇବାକୁ କହିଥିଲେ। ସେ ଚା’ ପିଇବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ। ଏଥିରେ ସନ୍ତୁଷ୍ଟ ହୋଇ ରାଜା ଏହାର ଚାଷ କରିବାକୁ ନାଗରିକମାନଙ୍କୁ ଆଦେଶ ଦେଇଥିଲେ। ସେହି ରାଜାଙ୍କର ନାମ ଅନୁଯାୟୀ ଏହି ଚା’ ପତିର ନାମ କରଣ ହୋଇଛି ବୋଲି କୁହାଯାଏ। ଏହା କର୍କଟ, ହୃଦରୋଗଠୁ ଆରମ୍ଭ କରି ଅନେକ ମାରାତ୍ମକ ରୋଗ ଭଲ କରିବାରେ ସହାୟ ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: