ଆକାଶରେ ବାହାଘର, ଦମ୍ପତିଙ୍କ ଫଟୋ ଭାଇରାଲ୍

ଆକାଶରେ ବାହାଘର, ଦମ୍ପତିଙ୍କ ଫଟୋ ଭାଇରାଲ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା ମହାମାରୀ ପାଇଁ ଦେଶର ଅନେକ ରାଜ୍ୟରେ ଲକଡାଉନ୍, ସଟଡାଉନ୍ ଲାଗୁ ହୋଇଛି । ବିଭିନ୍ନ ପ୍ରକାରର ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ କରିବା ଉପରେ କଟକଣା ଲାଗୁ କରାଯାଇଛି । ଏହାସହ ବାହାଘର – ବ୍ରତଘରରେ ମଧ୍ୟ କଟକଣା ଲାଗୁ ହୋଇଛି। ଏହି କାରଣରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେତେକ ଲୋକ ବାହାଘର ସ୍ଥଗିତ ରଖୁଥିବା ବେଳେ ଆଉ କେତେକ ଲୋକ ଅଳ୍ପ ଲୋକଙ୍କୁ ନେଇ ଯାହିତାହିରେ ବାହାଘର କରୁଛନ୍ତି । କିନ୍ତୁ ଏକ ଦମ୍ପତି ସେମାନଙ୍କ ବାହାଘରରେ କରୋନା କି ଲକଡାଉନକୁ ବାଧା ସୃଷ୍ଟି କରିବାକୁ ଦେଇନାହାନ୍ତି । କରୋନା ପ୍ରତିବନ୍ଧକ ଦେଖି ଏହି ଦମ୍ପତି ପୃଥିବୀ ଛାଡ଼ି ଆକାଶରେ ବାହା ହୋଇଛନ୍ତି।

ତାମିଲନାଡୁର ମଦୁରାଇରେ ଏହି ନିଆରା ବିବାହ ହୋଇଥିବାର ଜଣାପଡିଛି। ଦମ୍ପତି ନିଜ ସମ୍ପର୍କୀୟଙ୍କ ସହ ବିମାନରେ ଉଡ଼ି ମଝି ଆକାଶରେ ବିବାହ କରିଥିଲେ । ତାମିଲନାଡୁରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସେଠାକାର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମେ ୨୪ ତାରିଖରୁ ୩୧ ପର୍ଯ୍ୟନ୍ତ ୭ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି ।

ଖବର ଅନୁଯାୟୀ ଏହି ଲକଡାଉନ୍ ଅବଧି ଭିତରେ ପୂର୍ବ ନିର୍ଦ୍ଧାରିତ ତିଥି ଅନୁଯାୟୀ ମଦୁରାଇରେ ରହୁଥିବା ରାକେଶ ଏବଂ ଦୀକ୍ଷା ଏକ ଚାର୍ଟାର୍ଡ ​​ବିମାନ ଭିତରେ ବିବାହ କରିଥିଲେ। ସେମାନେ ଏହି ବିମାନ ଭଡ଼ାରେ ନେଇ ୧୩୦ ସମ୍ପର୍କୀୟଙ୍କ ଉପସ୍ଥିତିରେ ପରସ୍ପର ହାତ ଧରିଥିଲେ । ରାଜ୍ୟରେ ଗୋଟିଏ ଦିନ ଲକଡାଉନ୍ ଛାଡ ଘୋଷଣା ହେବା ମାତ୍ରେ ସେମାନେ ସେମାନଙ୍କର ବିବାହ କରିବାର ଯୋଜନା କରିଥିଲେ ବୋଲି କୁହନ୍ତି । ଏହି ଦମ୍ପତି କହିଛନ୍ତି ତାଙ୍କ ବାହାଘରରେ ଉପସ୍ଥିତ ସମସ୍ତ ୧୩୦ ଯାତ୍ରୀ ସେମାନଙ୍କର ସମ୍ପର୍କୀୟ ଏବଂ ସମସ୍ତେ ଆରଟି- PCR ପରୀକ୍ଷା କରି ନେଗେଟିଭ ରିପୋର୍ଟ ଦାଖଲ କରି ବିମାନରେ ଚଢି ଥିଲେ। ତେବେ ଏହି ନିଆରା ବାହାଘରର ଫଟୋ ଓ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: