କଳା ଲୋକଙ୍କ ଉପରେ କରୋନାର ଭୟଙ୍କର କୁପ୍ରଭାବ

କଳା ଲୋକଙ୍କ ଉପରେ କରୋନାର ଭୟଙ୍କର କୁପ୍ରଭାବ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା ଭାଇରସ୍ ଦ୍ୱିତୀୟ ଲହର ସଂକ୍ରମିତ ଲୋକଙ୍କ ଶରୀରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରୁଛି । ଯଦିଓ ଅନେକ ଲୋକ ଏହି ଭାଇରସକୁ ପରାସ୍ତ କରି ସୁସ୍ଥ ହେଉଛନ୍ତି, କିନ୍ତୁ ସେମାନଙ୍କ ଶରୀରରେ କରୋନା ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏଥିରେ ଜିଭ ଫୁଲି ଯାଇ ବାହାରକୁ ବାହାରିଯିବା ମଧ୍ୟ ଅନ୍ୟତମ । ଫ୍ଲୋରିଡାରେ ରହୁଥିବା ଆନ୍ଥୋନି ନାମକ ବ୍ୟକ୍ତି ଗତ ବର୍ଷ ଜୁଲାଇ ମାସରେ କରୋନାରେ ସଂକ୍ରମିତ ହୋଇଥିଲେ । ସେ କରୋନାକୁ ହରାଇ ସୁସ୍ଥ ହୋଇଥିଲେ ସତ, କିନ୍ତୁ ଏହା ପରେ ତାଙ୍କର ଆଶ୍ଚର୍ଯ୍ୟଜନକ ଭାବେ ଜିଭ ଫୁଲିଯାଇଥିଲା। ଫୁଲା ଏତେ ବଢିଥିଲା ଯେ ଜିଭ ଓହଳିକି ବାହାରକୁ ବାହାରି ଆସିଥିଲା।

ଜିଭର ଏହି ଫୁଲା ସମସ୍ୟାକୁ ମାକ୍ରୋଗ୍ଲୋସିଆ(Macroglossia) କୁହାଯାଏ । ଏଥିରେ ଲୋକଙ୍କ ଜିଭ ଫୁଲିବା ଆରମ୍ଭ କରେ। କରୋନା ଉପରେ ହେଉଥିବା ଗବେଷଣା ସହ ଜଡ଼ିତ ଗବେଷକ ଡଃ ଜେମ୍ସ ମେଲଭିଲ୍ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହିଭଳି ସମୁଦାୟ ୯ଟି ମାମଲା ତାଙ୍କ ନିକଟକୁ ଆସିଛି । କୋଭିଡ ସଂକ୍ରମଣ ପରେ ଲୋକମାନେ ମାଇକ୍ରୋଗ୍ଲୋସିଆ ରୋଗର ଶିକାର ହେଉଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ଲୋକମାନେ ସମସ୍ତେ କଳା ରଙ୍ଗର ଅଟନ୍ତି। ସେମାନଙ୍କ ମଧ୍ୟରୁ ଆନ୍ଥୋନି ଅନ୍ୟତମ।

କରୋନାର ଏହି ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଅଧିକ ସୂଚନା ଦେଇ ଡଃ ଜେମ୍ସ କହିଛନ୍ତି ଯେ, କରୋନା କାରଣରୁ ଆନ୍ଥୋନିଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଯେତେବେଳେ ସେ କରୋନାରୁ ସୁସ୍ଥ ହୋଇଥିଲେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା। କିନ୍ତୁ କିଛି ସମୟ ପରେ ଆନ୍ଥୋନିଙ୍କ ଜିଭ ଫୁଲିବା ଆରମ୍ଭ ହୋଇଥିଲା। ଫୁଲା ଏତେ ବୃଦ୍ଧି ପାଇଥିଲା ଯେ ତାଙ୍କ ଜିଭ ଓହଳିକି ବାହାରକୁ ଆସିଥିଲା। ଏହି ରୋଗ ହେତୁ ଆନ୍ଥୋନିଙ୍କୁ ଅନେକ ମାସ ଯନ୍ତ୍ରଣା ଭୋଗିବାକୁ ପଡିଥିଲା। ଅନେକ ଅସ୍ତ୍ରୋପଚାର ପରେ ତାଙ୍କ ଜିଭକୁ ସାଧାରଣ ଆକାରକୁ ଆଣିବାରେ ଡାକ୍ତରମାନେ ସକ୍ଷମ ହୋଇଥିଲେ। ଗତ ବର୍ଷ ଡକ୍ଟର ଜେମ୍ସଙ୍କୁ ଏହିପରି ଦୁଇଟି ମାମଲା ଦେଖିବାକୁ ମିଳିଥିଲା, କିନ୍ତୁ ଚଳିତ ବର୍ଷ ଏହିପରି ଅନେକ ମାମଲା ତାଙ୍କ ନଜରକୁ ଆସିଛି ବୋଲି ସେ କୁହନ୍ତି। ଅନୁସନ୍ଧାନ ଅନୁଯାୟୀ, କରୋନା ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଏହା ଘଟୁଛି।

ଡକ୍ଟର ଜେମ୍ସଙ୍କ ଅନୁଯାୟୀ, କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଯାଉଛି। ବୃକକ୍, ଫୁସଫୁସ୍ ଏବଂ ରୋଗୀଙ୍କ ଆଭ୍ୟନ୍ତରୀଣ ଅଂଶରେ ଫୁଲା ଦେଖିବାକୁ ମିଳୁଛି। ଆମେରିକୀୟ ଡାକ୍ତରଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ କେବଳ କଳା ରଙ୍ଗର ଲୋକଙ୍କଠାରେ ଜିଭରେ ଫୁଲିବା ସମସ୍ୟା ଦେଖାଦେଇଛି। ଏହାର ଅର୍ଥ ହେଉଛି ଏହି ପାର୍ଶ୍ୱ ପ୍ରତିକ୍ରିୟା ସହିତ ରେସ୍ ର ମଧ୍ୟ ଏକ ସଂଯୋଗ ରହିଛି। ବର୍ତ୍ତମାନ ଏହି ଦିଗରେ ଡାକ୍ତରମାନେ ଅନୁସନ୍ଧାନ ଅଧିକରୁ ଅଧିକ ତ୍ୱରିତ କରିଛନ୍ତି। ତେବେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଫୁଲିବା ସମସ୍ୟା ଆପେ ଆପେ ଭଲ ହୋଇପାରିବ ନାହିଁ। ଏଥିପାଇଁ ଅସ୍ତ୍ରୋପଚାର କରିବାକୁ ପଡିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: