ସାବଧାନ! ଏହି ପିମ୍ପୁଡ଼ିଠୁ ଦୂରେଇ ରୁହନ୍ତୁ, ଗୋଟିଏ ଚୋଟରେ ନେଇଯିବ ଆପଣଙ୍କ ଜୀବନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପିମ୍ପୁଡ଼ିକି କିଏ ବା ଦେଖି ନଥିବ, ଆମ ଚାରିପଟେ ସର୍ବଦା ଘୁରି ବୁଲୁଥିବା ଅତ୍ୟନ୍ତ କ୍ଷୁଦ୍ର ଜୀବଟିଏ। ବହୁସମୟରେ ଆମ ଖାଦ୍ୟ, ପୋଷାକ, ବହିରେ ମଧ୍ୟ ପିମ୍ପୁଡ଼ିକୁ ଦେଖିବାକୁ ମିଳେ। ଏମାନେ କାମୁଡ଼ିଲେ ସାଧାରଣତଃ ଟିକିଏ କଷ୍ଟ ହୁଏ। ତେବେ ପିମ୍ପୁଡ଼ି କାମୁଡିବା ଦ୍ବାରା କେବେ କାହାର ମୃତ୍ୟୁ ହେବା କଥା ଶୁଣିଛନ୍ତି କି? ହୁଏତ ଆପଣ ନାହିଁ କରି ପାରନ୍ତି। କିନ୍ତୁ ଏପରି ଏକ ପିମ୍ପୁଡ଼ି ଆମ ଜୀବଜଗତରେ ରହିଛି ଯାହା ମଣିଷକୁ କାମୁଡ଼ିଲେ ତାର ମୃତ୍ୟୁ କିଛି ସମୟ ଭିତରେ ହୋଇଯାଏ। ଏହା କୌଣସି ଗୁଜବ ନୁହେଁ ସମ୍ପୂର୍ଣ୍ଣ ସତ୍ୟ ଘଟଣା। କେବଳ ସେତିକି ନୁହେଁ, ଏହି ପିମ୍ପୁଡ଼ିର ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ତେବେ ଦୁନିଆର ସବୁଠାରୁ ବିପଜ୍ଜନକ ପିମ୍ପୁଡ଼ିର ନାମ ହେଉଛି ବୁଲଡୋଗ୍ ପିମ୍ପୁଡ଼ି, ଯାହାର ବୈଜ୍ଞାନିକ ନାମ ହେଉଛି ମିରମେସିଆ ପିରିଫର୍ମିସ୍। ଏହା ପ୍ରାୟତଃ ଅଷ୍ଟ୍ରେଲିଆର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖାଯାଏ।
ବୁଲଡୋଗ୍ ପିମ୍ପୁଡ଼ି ଆକ୍ରମଣ କରିବା ସମୟରେ ତାହାର ଶୁଣ୍ଢ ଏବଂ ମୁହଁର ବ୍ୟବହାର କରିଥାଏ। ଏହା ଅତ୍ୟନ୍ତ ବିପଜ୍ଜନକ ଏବଂ ଘାତକ ଅଟେ। ୧୯୩୬ ମସିହା ପରଠାରୁ ଏହି ବିପଜ୍ଜନକ ପିମ୍ପୁଡ଼ି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହି ପିମ୍ପୁଡ଼ କାମୁଡାରେ ଶେଷ ମୃତ୍ୟୁ ୧୯୮୮ ମସିହାରେ ହୋଇଥିଲା, ଯାହାକି ଜଣେ କୃଷକଙ୍କର ଥିଲା। ନିର୍ଦ୍ଦୟ ଆକ୍ରମଣ ହେତୁ ଏହି ପିମ୍ପୁଡ଼ିର ନାମ ବୁଲଡୋଗ୍ ରଖା ଯାଇଛି। ଏହା ଅତ୍ୟନ୍ତ ଆକ୍ରମଣାତ୍ମକ ଏବଂ ଏହାର ଦ୍ରୁତ ଆକ୍ରମଣ ପାଇଁ ବେଶ ଜଣାଶୁଣା। ପିମ୍ପୁଡ଼ିଟିକୁ ମଣିଷମାନେ ଅତ୍ୟନ୍ତ ଭୟ କରି ଥାଆନ୍ତି।
ବୁଲଡୋଗ ପିମ୍ପୁଡ଼ିର ପ୍ରତ୍ୟେକ ଆକ୍ରମଣ ଏକ ଭୟଙ୍କର ବିଷ ଧର ସାପ ସହ ସମ୍ମାନ ହୋଇଥାଏ। ତେବେ ବେଳେବେଳେ ପିମ୍ପୁଡ଼ି ଶୁଣ୍ଢ ଦ୍ଵାରା କରିଥିବା ଆକ୍ରମଣ କାରଣରୁ ମାତ୍ର ୧୫ ମିନିଟରେ ଲୋକଙ୍କର ମୃତ୍ୟୁ ହୋଇଥାଏ। ପିମ୍ପୁଡ଼ି ଶରୀରର ଆକାର କହିବାକୁ ଗଲେ ତାର ଲମ୍ବ ୨୦ ମିମି, ଓଜନ ୦.୦୧୫ ଗ୍ରାମ, ଏମାନେ ମାତ୍ର ୨୧ ଦିନର ପର୍ଯ୍ୟନ୍ତ ବଞ୍ଚି ଥାଆନ୍ତି ଏବଂ ଏହି ବିପଜ୍ଜନକ ପିମ୍ପୁଡ଼ି ୧୭୯୩ ମସିହାରେ ଆବିଷ୍କୃତ ହୋଇଥିଲା।

Leave a Reply

Your email address will not be published. Required fields are marked *