ଦୁନିଆର ସବୁଠୁ ହଟ୍ ଦାଦି, ଥରେ ଦେଖିଲେ ଲାଖିଯାଏ ନଜର

ଦୁନିଆର ସବୁଠୁ ହଟ୍ ଦାଦି, ଥରେ ଦେଖିଲେ ଲାଖିଯାଏ ନଜର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପ୍ରତ୍ୟେକ ମହିଳା ଚାହାଁନ୍ତି ତାଙ୍କ ବୟସ ଥମିଯାଉ । ସେମାନେ କେବେ ବି ବୁଢ଼ି ନ ହୁଅନ୍ତୁ । ତାଙ୍କ ଚେହେରାରେ କୌଣସି ବୟସ ରେଖା ମଧ୍ୟ ଦେଖା ନ ଯାଉ । ଏଥିପାଇଁ  କେତେକ ମହିଳା ଦାମୀ ସର୍ଜରୀ, ଇଞ୍ଜେକ୍ସନ ନେବା ସହ ପାର୍ଲର ଯାଇ ଅନେକ ଦାମୀ କ୍ରିମ୍ ଲଗାଇ ମଧ୍ୟ ବିଫଳ ହୁଅନ୍ତି । ତଥାପି କିଛି ଲୋକଙ୍କୁ ଦେଖି ଅନୁଭବ ହୁଏ ଯେ, ସେମାନଙ୍କର ବୟସ ବଢୁନି ସ୍ଥିର ଅଛି । ଜିନା ଷ୍ଟୁଆର୍ଟ ସେମାନଙ୍କ ମଧ୍ୟରୁ ଅନ୍ୟତମ । ଜିନା ମଡେଲିଂ ଦୁନିଆରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିଲେ। ବର୍ତ୍ତମାନ ସେ ୫୦ ବର୍ଷ ବୟସ ଅତିକ୍ରମ କରିଲେ ମଧ୍ୟ ଏବେ ବି ତାଙ୍କର ଫଟୋ ଗୁଡ଼ିକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଜିନାଙ୍କ ଫଟୋକୁ ଦେଖିଲେ ତାଙ୍କ ବୟସ କେତେ କେହି ବି ଅନୁମାନ କରିବା କଷ୍ଟକର ହୋଇଯିବ। ତେବେ ବର୍ତ୍ତମାନ ସେ ତାଙ୍କ ଯୁବା ରହିବାର ରହସ୍ୟ ପ୍ରକାଶ କରିଛନ୍ତି।

 ଜିନା ୫୦ରୁ ଅଧିକ ବୟସ ଅତିକ୍ରମ କରିସାରିଥିବା ବେଳେ ଇନଷ୍ଟାଗ୍ରାମରେ ତାଙ୍କର ଅନେକ ହଟ୍ ଫଟୋ ସେୟାର କରି ଲୋକଙ୍କୁ ଘାଇଲା କରନ୍ତି । ଯୁବପିଢ଼ି ଏହି ହଟ୍ ଦାଦିଙ୍କ ଫୋଟ ଦେଖି ପ୍ରେମରେ ପଡିଯାଆନ୍ତି କହିଲେ ଭୁଲ ହେବନି । ତେବେ ଲୋକମାନେ ତାଙ୍କ ପ୍ରକୃତ ବୟସ ଜାଣିବା ପରେ ତାଙ୍କ ଚିରଯୌବନ ରହିବାର ରହସ୍ୟ ମଧ୍ୟ ପଚାରନ୍ତି । ତାଙ୍କର ଶେଷ ଇନଷ୍ଟାଗ୍ରାମର ପୋଷ୍ଟର ସେ ୟଙ୍ଗ ଦେଖାଯିବାର ରହସ୍ୟ ବିଷୟରେ ପ୍ରକାଶ କରିଛନ୍ତି। ଜିନା କହିଛନ୍ତି ଯେ, ତାଙ୍କ ସୌନ୍ଦର୍ଯ୍ୟର ରହସ୍ୟ ହେଉଛି ରେଡ୍ ୱାଇନ୍ । ସେ ପ୍ରତିଦିନ ଏକ ଗ୍ଲାସ୍ ରେଡ୍ ୱାଇନ୍ ପିଇଥାନ୍ତି । ଏହି କାରଣରୁ ତାଙ୍କ ଚର୍ମ ଏତେ ଉଜ୍ଜ୍ୱଳ । ଜିନା ଆହୁରି ମଧ୍ୟ କହିଛନ୍ତି ଯେ, ସେ ଭୂମଧ୍ୟସାଗରୀୟ ଖାଦ୍ୟ ଅନୁସରଣ କରନ୍ତି। ଏହି ଡାଏଟ୍ ମଣିଷର ଜୀବନକାଳ ବଢ଼ାଇଥାଏ। ଜିନାଙ୍କ ଅନୁଯାୟୀ, ରେଡ୍ ୱାଇନ୍ରେ ପଲିଫେନୋଲ୍ ଥାଏ। ଏହା ହୃଦୟ ଜନିତ ରୋଗରୁ ଦୂରେଇ ରଖିବା ସହ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥର କରିଥାଏ । ତେବେ ଜିନା କହିଛନ୍ତି କେବଳ ସ୍ଵତନ୍ତ୍ର ପ୍ରକାରର ମଦ ଏଭଳି ପ୍ରଭାବ ପକାଇଥାଏ । ରେସଭାଟ୍ରୋଲ୍ ଥିବା ମଦ ଚୟନ କରନ୍ତୁ। ଏଥିରେ ଆୟୁଷ ବୃଦ୍ଧି ହୋଇଥାଏ।

     ଜିନାଙ୍କର ଇନଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଅନୁସରଣକାରୀ ଅଛନ୍ତି। ସେମାନଙ୍କର ପ୍ରଶଂସକମାନେ ସେମାନଙ୍କ ବୟସ ଅନୁମାନ କରିବାକୁ ସକ୍ଷମ ହୁଅନ୍ତି ନାହିଁ । ଅନେକ ପ୍ରଶଂସକ ତାଙ୍କ ସୌନ୍ଦର୍ଯ୍ୟ ଉପରେ ମନ୍ତବ୍ୟ ଦେବା ସହିତ ଲେଖନ୍ତି ଯେ, ଜିନା ତାଙ୍କ ବୟସର ଅଧା ଦେଖାଯାଉଛନ୍ତି । ଜିନା ଏହା ମଧ୍ୟ କହିଛନ୍ତି ଯେ, ବୟସକୁ ନିୟନ୍ତ୍ରଣ କରିବାରେ ମାନସିକ ଶାନ୍ତି ବହୁତ ସାହାଯ୍ୟ କରିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: