ସେଲିବ୍ରିଟଙ୍କ ଠାରୁ ଅଧିକ ଲୋକପ୍ରିୟ ଜାପାନର ଏହି କଇଁଛ

ସେଲିବ୍ରିଟଙ୍କ ଠାରୁ ଅଧିକ ଲୋକପ୍ରିୟ ଜାପାନର ଏହି କଇଁଛ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଭାରତୀୟ ରାସ୍ତାରେ ଭିଡ଼ ଦେଖାଗଲେ, ସମସ୍ତେ ଭାବନ୍ତି କିଛି ଗୋଟିଏ ମ୍ୟାଜିକ୍ ହେଉଛି ନଚେତ୍ କୌଣସି ଅଭିନେତା, ନେତା ସେଠାରେ ଅଛନ୍ତି । ଅବା ଦୁର୍ଘଟଣା ଘଟିଛି । କିନ୍ତୁ ଜାପାନର ଟୋକିଓରେ ଭିଡ଼ ଲାଗ ଏକ ୨୫ ବର୍ଷର ଗୋଟିଏ କଇଁଛକୁ ଦେଖିବା ଲାଗି । ଦିନେ କି ମାସେ ନୁହେଁ, ପ୍ରତିଦିନ ରାସ୍ତାରେ ଏକାଠି ହୋଇଥିବାର ଦେଖିବାକୁ ମିଳୁଛି । ଶୁଣିବାକୁ ମିଳୁଛି କାଳେ ଏହି କଇଁଛ ପାଇଁ ସେଠାକାର ଲୋକମାନେ ପାଗଳ ଅଟନ୍ତି । ସୋସିଆଲ ମିଡିଆରେ ବୋନ୍ ନାମକ ଏହି କଇଁଛକୁ ନେଇ ଅନେକ ଚର୍ଚ୍ଚା ହେଉଛି । ବୋନ୍ ଚାନ୍ ହେଉଛି ୬୮ ବର୍ଷିୟ ମିଟାନି ହିସାଓଙ୍କ ପୋଷା କଇଁଛ । ମିଟାନି ତାଙ୍କର ସେହି ପୋଷା କଇଁଛର ଅନେକଗୁଡ଼ିଏ ଭିଡିଓ ଟିକଟକରେ ସେୟାର କରିଛନ୍ତି । ଏହି ଭିଡିଓଗୁଡିକରେ ଲକ୍ଷ ଲକ୍ଷ ଭ୍ୟୁ ମିଳିଛୁ । ବିଶେଷକରି ବୋନର ମନ୍ଥର ଗତି ଭିଡିଓ ଗୁଡିକୁ ଅଧିକ ପସନ୍ଦ କରାଯାଉଛି ।

ବୋନର ମାଲିକ ହିସାଓ କହିଛନ୍ତି ଯେ, ପ୍ରଥମ ବୋନଙ୍କୁ ୧୦ ବର୍ଷ ଧରି ଘର ଭିତରେ ରଖାଯାଇଥିଲା। ଯେତେବେଳେ ତାଙ୍କୁ ୧୦ ବର୍ଷ ହୋଇଥିଲା, ତାଙ୍କୁ ପ୍ରଥମ ଥର ପାଇଁ ରାସ୍ତାରେ ବୁଲେଇବାକୁ ବାହାରକୁ ଅଣାଯାଇଥିଲା । ସେବେଠାରୁ ବୋନ୍ ସହରର ୩ଟି ଭିନ୍ନ ମାର୍ଗରେ ବୁଲାବୁଲି କରି ଆସୁଛି । ଯେତେବେଳେ ବି ବୋନ୍ ବାହାରକୁ ଯାଇଥାଏ, ଲୋକମାନେ ତାକୁ ଦେଖିବା ପାଇଁ ଭିଡ଼ ଲଗାଇ ଥାଆନ୍ତି। ଲୋକମାନେ ତାଙ୍କ ଚାଲିବା ଶୈଳୀକୁ ବେଶ ପସନ୍ଦ କରନ୍ତି । ଝିଅମାନେ ବୋନ୍ ସହିତ ସେଲଫି ନେବାକୁ ଭିଡ଼ ଲଗାଇଥାନ୍ତି।

ବୋନ୍ ବର୍ତ୍ତମାନ ୨୫ ବର୍ଷର ହୋଇଥିବା ବେଳେ ତାର ଓଜନ ପ୍ରାୟ ୭୦ କିଲୋଗ୍ରାମ । ହିସାଓଙ୍କ ଅନୁଯାୟୀ, ଯେତେବେଳେ ସେ ବୋନକୁ ଆଣିଥିଲେ ସେତେବେଳେ ସେ ତାଙ୍କ ପାପୁଲି ପରି ହୋଇଥିଲେ। ବର୍ତ୍ତମାନ ସେ ବହୁତ ବଡ଼ ହୋଇଯାଇଛି । ତେବେ ବର୍ତ୍ତମାନ ସେ ବୃଦ୍ଧା ହୋଇଯାଇଥିବା ବେଳେ ତାଙ୍କର ଯଦି କିଛି ହୋଇଯାଏ, ତେବେ ବୋନ କାହା ସହିତ ରହିବ ବୋଲି ହିସାଓ ଚିନ୍ତା ପ୍ରକଟ କରି କୁହନ୍ତି । ସେଥିପାଇଁ ହିସାଓ ବୋନ୍ ପାଇଁ ଏକ ନୂତନ ମାଲିକ ଖୋଜୁଛନ୍ତି ମଧ୍ୟ ହିସାଓ କହିଛନ୍ତି ଯେ, ସେ ଆସନ୍ତା ୧୦ ବର୍ଷ ପାଇଁ ବୁଲିବାକୁ ବୋନଙ୍କୁ ନେଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: