ଦୁନିଆର ସବୁଠୁ ବିଷାକ୍ତ ଗଛ, ଛୁଇଁଲେ ଚାଲିଯାଏ ଜୀବନ

ଦୁନିଆର ସବୁଠୁ ବିଷାକ୍ତ ଗଛ, ଛୁଇଁଲେ ଚାଲିଯାଏ ଜୀବନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବୃକ୍ଷ ଜୀବଜଗତ ପାଇଁ ଅତ୍ୟନ୍ତ ମୂଲ୍ୟବାନ । ବୃକ୍ଷ ବିନା ମନୁଷ୍ୟ ବଞ୍ଚି ରହିବା ଅସମ୍ଭବ । ବୃକ୍ଷ ଆମକୁ ବଞ୍ଚିବା ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ ସହ ଅମ୍ଳଜାନ ଦେଉଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୁନିଆରେ ଏପରି ଅନେକ ଗଛ ଅଛି । ଯାହା ମଣିଷ ପାଇଁ ବିପଜ୍ଜନକ ହୋଇଥାଏ। ଏପରି ଅନେକ ଗଛ ରହିଛି ଆମ ସମାଜରେ ଯାହା ମଣିଷକୁ ମଧ୍ୟ ମାରିପାରେ।

 ଏହି ମାରାତ୍ମକ ଉଦ୍ଭିଦ ଲଣ୍ଡନରେ ମିଳିଥାଏ, ଯାହାକୁ ସେଠାରେ ସାଧାରଣ ଭାଷାରେ ହୋଗବିଜ୍ କିମ୍ବା କିଲର୍ ଟ୍ରି କୁହାଯାଏ । ଉଦ୍ଭିଦଟିର ବୈଜ୍ଞାନିକ ନାମ ହେଉଛି ହେରକିଲମ୍ ମେଟାଗୋଜିଏନମ । ଏହି ଉଦ୍ଭିଦଗୁଡିକ ବ୍ରିଟେନର ଲକାଶାୟର ନଦୀ କୂଳରେ ଦେଖିବାକୁ ମିଳେ।

    ଏହି ମାରାତ୍ମକ ଉଦ୍ଭିଦର ଲମ୍ବ ସର୍ବାଧିକ ୧୫ ଫୁଟ ପର୍ଯ୍ୟନ୍ତ ହୋଇଥାଏ । ଯଦି କେହି ଏହି ଉଦ୍ଭିଦକୁ ସ୍ପର୍ଶ କରନ୍ତି, ତେବେ ତାଙ୍କ ହାତ ବା ଶରୀର ଫଳି ଯାଇଥାଏ । ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ, ଏହାକୁ ଛୁଇଁବାର ୪୮ ଘଣ୍ଟା ମଧ୍ୟରେ ଏହାର ବିପଜ୍ଜନକ ପ୍ରଭାବ ଦେଖାଇବା ଆରମ୍ଭ କରେ । ଏହି ଉଦ୍ଭିଦଟି ଯେତିକି ବିପଜ୍ଜନକ, ସେତିକି ସୁନ୍ଦର ମଧ୍ୟ ।

ଏକ ଅନୁସନ୍ଧାନ ଅନୁଯାୟୀ ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ, ଏହି ଉଦ୍ଭିଦ ସାପ ଠାରୁ ଅଧିକ ବିଷାକ୍ତ ଅଟେ । ଯଦି ଆପଣ କେବେ ଏହି ଗଛକୁ ସ୍ପର୍ଶ କରନ୍ତି, କିଛି ଘଣ୍ଟା ମଧ୍ୟରେ ଆପଣ ଅନୁଭବ କରିବେ ଯେ, ଆପଣଙ୍କର ସମ୍ପୂର୍ଣ୍ଣ ଚର୍ମ ଜଳିବା ଆରମ୍ଭ କରୁଛି । ଏଥି ସହିତ ଡାକ୍ତରମାନେ ବିଶ୍ବାସ କରନ୍ତି ଯେ, ଯଦି କେହି ଏହି ଉଦ୍ଭିଦକୁ ସ୍ପର୍ଶ କରନ୍ତି, ତେବେ ମନୁଷ୍ୟର ଆଖିରୁ ରଶ୍ମୀ ଚାଲି ଯିବାର ବିପଦ ରହିଛି ଏବଂ ଏହା ଦ୍ଵାରା ହୋଇଥିବା କ୍ଷୟକ୍ଷତିର ଭରଣା କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ପ୍ରସ୍ତୁତ କରାଯାଇ ପାରି ନାହିଁ। ଉଦ୍ଭିଦଟି ବିଷାକ୍ତ ହେବାର କାରଣ ହେଉଛି ଏହା ଭିତରେ ମିଳୁଥିବା ସମ୍ବେଦନଶୀଳ ରାସାୟନିକ ଫୁରାନୋକୋମାରିନ୍, ଯାହା ଏହାକୁ ବିଷାକ୍ତ କରିଥାଏ। 

0 Comments

Leave Your Comment

Your email address will not be published. Required fields are marked *

%d bloggers like this: