ପ୍ରତି ବର୍ଷ ବଢୁଛନ୍ତି ମହାଦେବ, ଶିଳପୁଆରୁ ହେଲାଣି ବିରାଟ ପାହାଡ଼

ପ୍ରତି ବର୍ଷ ବଢୁଛନ୍ତି ମହାଦେବ, ଶିଳପୁଆରୁ ହେଲାଣି ବିରାଟ ପାହାଡ଼

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆମେ ସମସ୍ତେ ଜାଣୁ ଯେ, ଭଗବାନ ଶିବଙ୍କର ୧୨ ଜ୍ୟୋତିର୍ଲିଙ୍ଗ ଦେଶର ବିଭିନ୍ନ ସ୍ଥାନରେ ଅବସ୍ଥିତ | ଏହି ଶିବଲିଙ୍ଗମାନେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ନାମରେ ଜଣାଶୁଣା । ବିଶ୍ୱାସ କରାଯାଏ ଯେ, କେବଳ ଏହି ଚମତ୍କାର ଜ୍ୟୋତିର୍ଲିଙ୍ଗକୁ ଥରେ ଦର୍ଶନ କରିଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଶିବ ମନ୍ଦିର ଓ ଶିବଲିଙ୍ଗ ବିଷୟରେ କହିବୁ ଯାହା ଦୁନିଆର ସବୁଠୁ ବଡ଼ ଶିବଲିଙ୍ଗ ଭାବରେ ପରିଚିତ।

କୁହାଯାଏ ଯେ, ଏହି ଶିବଲିଙ୍ଗକୁ କେହି ତିଆରି କରିନାହାନ୍ତି, ଏହା ପ୍ରକୃତିରୁ ସୃଷ୍ଟି ହୋଇଛି ଏବଂ ଭୋଳାନାଥଙ୍କର ଏହା ଏକ ଚମତ୍କାରିତା । ଏହାର ଉଚ୍ଚତା ପ୍ରତି ବର୍ଷ ମାପ କରାଯାଏ । ସ୍ଥାନୀୟ ଲୋକମାନେ କୁହନ୍ତି ଯେ, ଏହି ଶିବ ଲିଙ୍ଗର ଆକାର ପ୍ରଥମେ ବହୁତ ଛୋଟ ଥିଲା, କିନ୍ତୁ କିଛି ବର୍ଷ ପରେ ଏହାର ଲମ୍ବ ଏବଂ କ୍ଷେତ୍ରରେ  ପରିବର୍ତ୍ତନ ହେବାକୁ ଲାଗିଲା।

ଛତିଶଗଡରେ ରହିଛି ଏହି ଶିବଲିଙ୍ଗ । ଯାହା ୧୨  ଜ୍ୟୋତିର୍ଲିଙ୍ଗ ସହ ସମାନ ବୋଲି ବିଶ୍ୱାସ କରାଯାଏ । ଛତିଶଗଡର ଗରିଆବାନ୍ଧ ଜିଲ୍ଲାରେ ପୂଜା ପାଆନ୍ତି ଏହି ଭୁତେଶ୍ୱର ମହାଦେବ । ଗାରିଆବନ୍ଧର ଘନ ଜଙ୍ଗଲରେ ରହିଛି ଅର୍ଦ୍ଧନାରୀଶ୍ୱର ଆକୃତିର ଏହି ପ୍ରାକୃତିକ ଶିବଲିଙ୍ଗ । ଶିବ ଭକ୍ତମାନେ ତାଙ୍କ ପୂଜା କରିବା ପାଇଁ ବହୁ ଦୂରରୁ ଏଠାକୁ ଆସିଥାନ୍ତି।

ଏଠାକାର ଲୋକମାନେ କୁହନ୍ତି ଯେ, ଭୁତେଶ୍ୱର ମହାଦେବ ଏକ ଛୋଟ ମୁଣ୍ଡ ଆକାରରେ ଥିଲେ । କିନ୍ତୁ କିଛି ବର୍ଷ ପରେ ତାଙ୍କର ଆକାର ବଢିବାକୁ ଲାଗିଥିଲା। ଏବେ ମଧ୍ୟ ସେହି ଶିବ ଲିଙ୍ଗର ଆକୃତି ବଢ଼ିବାରେ ଲାଗିଛି ବୋଲି କୁହାଯାଏ । ଶିବଲିଙ୍ଗରେ ପ୍ରକୃତି ପ୍ରଦତ୍ତ ଜଳଲହରୀ ମଧ୍ୟ ଦେଖିବାକୁ ମିଳେ, ଯାହା ଧୀରେ ଧୀରେ ଭୂମି ଉପରକୁ ଆସୁଥିବାର ଦେଖାଯାଏ। ତେବେ ଶିବ ଲିଙ୍ଗ ବଢିବା କାରଣରୁ ଏହା ଭୁତେଶ୍ୱର ମହାଦେବ ନାମରେ ଜଣାଶୁଣା।  ଶ୍ରାବଣ ମାସ ଓ ଜାଗର ସମୟରେ ଏଠାରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: