କୁକୁରଙ୍କ ଅନ୍ନଦାତା, ୧୧ ବର୍ଷ ହେଲା ଦେଉଛନ୍ତି ବିରିୟାନୀ

କୁକୁରଙ୍କ ଅନ୍ନଦାତା, ୧୧ ବର୍ଷ ହେଲା ଦେଉଛନ୍ତି ବିରିୟାନୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବର୍ତ୍ତମାନର ସ୍ବାର୍ଥପର ଦୁନିଆରେ ନିଜ ମା’ ବାପାଙ୍କୁ ଖାଦ୍ୟ ଗଣ୍ଡେ ଦେବା ପାଇଁ ପିଲାମାନେ କୁଣ୍ଠାବୋଧ କରନ୍ତି। ବୁଲା ଗାଈଗୋରୁ, କୁକୁର ଘର ମୁହଁକୁ ଆସି ଗଲେ ଦୂର ଦୂର ମାର ମାର କରନ୍ତି । ହେଲେ ଏବେ ବି କିଛି ଲୋକଙ୍କ ପାଖରେ ମାନବିକତା ରହିଛି, ଯିଏ ପଶୁପକ୍ଷୀଙ୍କ ପୋଟ ଚିହ୍ନି ପାରନ୍ତି । ତାହାର ନିଚ୍ଛକ ଉଦାହରଣ ସୃଷ୍ଟି କରିଛନ୍ତି ନାଗପୁରର ରଣଜିତ୍ ନାଥ । ବୁଲା କୁକୁରଙ୍କୁ ନିଜ ହାତରେ ରୋଷେଇ କରି ଏହି ବ୍ୟକ୍ତି ବର୍ଷ ବର୍ଷ ହେଲା ଚିକେନ ବିରିୟାନୀ ଦେଉଛନ୍ତି । ତେବେ ଆପଣ ଏହାକୁ ଅବିଶ୍ବାସ କରିପାରନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ଏହି ବଦାନୀୟ ବ୍ୟକ୍ତିଙ୍କ କାହାଣୀ ଏବେ ଭାଇରାଲ ହେବାରେ ଲାଗିଛି ।

      ୫୮ ବର୍ଷିୟ ରଣଜିତ୍ ନାଥ, ଗତ ୧୧ ବର୍ଷ ଧରି ପ୍ରତିଦିନ ପ୍ରାୟ ୧୫୦-୧୭୦ ବୁଲା କୁକୁରଙ୍କୁ ଚିକେନ୍ ବିରିୟାନୀ ଖାଇବାକୁ ଦେଉଛନ୍ତି । ରଣଜିତ ନାଥଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓଟି ଇନଷ୍ଟାଗ୍ରାମରେ ନାଗପୁରର ଲାଇଫ୍ ଷ୍ଟାଇଲ୍ ବ୍ଲଗର୍ ଅଭିନବ ଜେସୱାନିଙ୍କ ଦ୍ୱାରା ସେୟାର କରାଯାଇଛି । ଏହାପରେ ଲୋକମାନେ ତାଙ୍କୁ “ ଡଗ୍ ମ୍ୟାନ୍ ଅଫ୍ ନାଗପୁର” ବୋଲି କହିବା ଆରମ୍ଭ କରିଛନ୍ତି । ପ୍ରଥମେ ସେ କୁକୁରମାନଙ୍କୁ ବିସ୍କୁଟ ଖାଇବାକୁ ଦେଉଥିଲେ, ଏହାପରେ ସେ ସେମାନଙ୍କୁ ଚିକେନ୍ ଏବଂ ମଟନ୍ ବିରିୟାନି ଖାଇବାକୁ ଦେଉଛନ୍ତି ।

https://www.instagram.com/abhinavjeswani/?utm_source=ig_embed&ig_rid=550fd428-fd86-4acf-a5c9-14e0e9656483

ରଣଜିତଙ୍କ ସହଯୋଗୀ ରାହୁଲ ମୋଟୱାନୀ କୁହନ୍ତି, ରଞ୍ଜିତ ପ୍ରତିଦିନ ୩୫ରୁ ୪୦ କିଲୋ ବିରିୟାନି ରାନ୍ଧନ୍ତି, “ସେ ଗତ କିଛି ବର୍ଷ ହେବ ଏହା କରି ଆସୁଥିଲେ ମଧ୍ୟ ମହାମାରୀ ଆରମ୍ଭ ହେବା ଦିନଠାରୁ ସେ ଏହାକୁ ଆହୁରି ଅଧିକ ବଢାଇ ଦେଇଛନ୍ତି । ସେ ବୁଲା କୁକୁରକୁ ପସନ୍ଦ କରନ୍ତି ଏବଂ ସେ ସେମାନଙ୍କୁ ତାଙ୍କର ସନ୍ତାନ ଭଳି ଭାବନ୍ତି। ରଣଜିତ କୁହନ୍ତି ଯେ, ‘ମୁଁ ତାଙ୍କୁ କୁକୁର ବୋଲି କହିବାକୁ ପସନ୍ଦ କରେ ନାହିଁ । ମୁଁ ସେମାନଙ୍କୁ ମୋ ପିଲାଙ୍କ ପରି ଭଲ ପାଏ ।

https://www.instagram.com/abhinavjeswani/?utm_source=ig_embed&ig_rid=5a564c09-bacb-4d3e-86d0-18df422af304

   ସେ ଦିନରେ ବିରିୟାନୀ ତିଆରି କରିବା ଆରମ୍ଭ କରି ସନ୍ଧ୍ୟା ସମୟରେ ନିଜ ବାଇକରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦିଅନ୍ତି । ଏହି ଚିକେନ୍ ବିରିୟାନୀରେ କମ୍ ମାଂସ ଏବଂ ଅଧିକ ହାଡ଼ ରହିଥାଏ । ତେବେ କରୋନା ସମୟରେ କୁକୁରମାନଙ୍କ ପାଇଁ ଖାଦ୍ୟ ଅଭାବ ରହିଥିବା ବେଳେ ସେ ଦେବଦୂତ ସାଜିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: