ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିଅନସିପ୍: ସ୍ୱତନ୍ତ୍ର ବେଲ୍ଟ ଏବଂ ଧଳା ଗ୍ଲୋଭସ୍ ସହ ନୂତନ ଆରମ୍ଭ

ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିଅନସିପ୍: ସ୍ୱତନ୍ତ୍ର ବେଲ୍ଟ ଏବଂ ଧଳା ଗ୍ଲୋଭସ୍ ସହ ନୂତନ ଆରମ୍ଭ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିଅନସିପ୍ ସମୟରେ ଅନ୍ତରାଷ୍ଟ୍ରିୟ ବକ୍ସିଂ ଆସୋସିଏସନ୍ (AIBA) ପାରମ୍ପାରିକ ଲାଲ ଏବଂ ନୀଳ ବେଲ୍ଟକୁ ସ୍ୱତନ୍ତ୍ର ବେଲ୍ଟ ଏବଂ ଧଳା ଗ୍ଲୋଭସ୍ ସହିତ ବଦଳାଇବାକୁ ନିଷ୍ପତ୍ତି ନେଇଛି। ଏହି ପରିବର୍ତ୍ତନକୁ ବିବାଦ ବାହାରେ ଖେଳର ଏକ ନୂତନ ଆରମ୍ଭର ପ୍ରତୀକ ଭାବରେ ଦେଖାଯାଉଛି। ଆସନ୍ତା ଅକ୍ଟୋବରରୁ ୨୪ ରୁ ସର୍ବିଆର ବେଲଗ୍ରେଡରେ ବିଶ୍ୱ ଚାମ୍ପିଅନସିପ୍ ଖେଳାଯିବ। ଏଥିରେ ଭାରତ ସମେତ ଶହେରୁ ଅଧିକ ଦେଶର ୬୦୦ ରୁ ଅଧିକ ବକ୍ସର ଅଂଶଗ୍ରହଣ କରିବେ। ଏହାସହ ଏଥର ପଦକଗୁଡ଼ିକ କଠିନ ସୁନା ଓ ରୂପାରେ ନିର୍ମିତ ହେବ ବୋଲି ସୂଚନା ମିଳିଛି। AIBA ସଭାପତି ଓମାର କ୍ରେମଲେଭ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଏହି ଚାମ୍ପିଅନସିପରେ ଟାଇଟଲ ସହିତ ବିଜେତାମାନେ କେବଳ ପଦକ ଏବଂ ବେଲ୍ଟ ପାଇବେ ନାହିଁ ବରଂ ଏକ ପୁରସ୍କାର ରାଶି ମଧ୍ୟ ପାଇବେ। ଏଥର ବିଶ୍ୱ ଚାମ୍ପିଅନସିପରେ ପଦକ ବିଜେତାମାନଙ୍କୁ ୨୬ ମିଲିୟନ ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ। ଚାମ୍ପିଅନସିପରେ ନୀଳ ଏବଂ ନାଲି ଗ୍ଲୋଭସ୍ ବଦଳରେ ଧଳା ରଙ୍ଗ ବ୍ୟବହାର କରାଯିବ।

ଧଳା ଗ୍ଲୋଭସ୍ ଏକ ନୂତନ ଆରମ୍ଭର ସଙ୍କେତ:
କ୍ରେମଲେଭ କହିଛନ୍ତି ଯେ ଏହି ପରିବର୍ତ୍ତନଗୁଡିକ ସହିତ ଖେଳ ଏକ ନୂତନ ଆରମ୍ଭ କରିବାକୁ ଯାଉଛି। ସେ କହିଛନ୍ତି ଯେ ଧଳା ଗ୍ଲୋଭସ୍ ଏକ ନୂତନ ଆରମ୍ଭ, ନ୍ୟାୟ ଏବଂ ସ୍ୱଚ୍ଛତାର ସଙ୍କେତ ଅଟେ। ସମସ୍ତଙ୍କୁ ସମାନ ସୁଯୋଗ ଦେବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରିବୁ। ୨୦୧୬ ରିଓ ଅଲିମ୍ପିକ୍ସ ବକ୍ସିଂ ପ୍ରତିଯୋଗିତାର ବିଚାର ଉପରେ ଏକ ନିରପେକ୍ଷ ଅନୁସନ୍ଧାନ କରିବାକୁ ନିଷ୍ପତ୍ତି ନେବା ପରେ ଏହାର ନୂତନ ଆରମ୍ଭ। ସୂଚନା ମିଳିଛି ଯେ ଅଲିମ୍ପିକ୍ସରେ ୧୦ ରୁ ଅଧିକ ଇଭେଣ୍ଟରେ ଅର୍ଥ ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ଜାଲିଆତି କରାଯାଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: