ଲକଡାଉନରେ ସବୁଠୁ ଅଧିକ ପ୍ରଭାବିତ ମହିଳା: କମିଛି ଗର୍ଭପାତ, ବଢ଼ିଛନ୍ତି ନବଜାତ

ଲକଡାଉନରେ ସବୁଠୁ ଅଧିକ ପ୍ରଭାବିତ ମହିଳା: କମିଛି ଗର୍ଭପାତ, ବଢ଼ିଛନ୍ତି ନବଜାତ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମାର୍ଚ୍ଚ ୨୫ରେ ସାରାଦେଶରେ ଲକଡାଉନ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋରୋନା ଯୋଗୁ ସାରା ବିଶ୍ୱ ପ୍ରଭାବିତ ହୋଇଥିବାବେଳେ ଭାରତରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ମୃତ୍ୟୁ ସଂଖ୍ୟା ବି ବଢ଼ୁଛି । ଏହାରି ଭିତରେ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥା ପର୍ଯ୍ୟନ୍ତ, ସମସ୍ତେ ପ୍ରଭାବିତ ହୋଇଛନ୍ତି । ୱାର୍କ ଫ୍ରମ୍ ହୋମ୍ ବା ଘରେ ରହି କାମ କରିବା ଏବେ ବି ଜାରି ରହିଛି । କେତେଦିନ ପର୍ଯ୍ୟନ୍ତ ଏହା ଚାଲିବ, ତାହା କେହି ଜାଣିନାହାନ୍ତି । ଏହାରି ଭିତରେ ଏକ ରିପୋର୍ଟ ଆସିଛି । ଦେଶରେ ଲକଡାଉନ୍ ହେବା ପରଠାରୁ ମହିଳାମାନେ ଅନିଚ୍ଛାପୂର୍ଣ୍ଣ ଗର୍ଭବତୀର ଶିକାର ହୋଇଛନ୍ତି । ଗର୍ଭପାତ କରିବାକୁ ଚାହଁଥିବା ମହିଳାମାନେ ଲକଡାଉନ୍ ଓ କୋରୋନା ଯୋଗୁ ନିଜର ଗର୍ଭପାତ କରିପାରୁ ନାହାନ୍ତି, ଫଳରେ ହସ୍ପିଟାଲ ଯାଇ ନ ପାରି ଘରେ ପିଲା ଜନ୍ମ କରିବାକୁ ବାଧ୍ୟ ହେଉଛନ୍ତି ।ଜାତୀୟ ଗଣମାଧ୍ୟମ ସଂସ୍ଥା ଡାଉନ୍ ଟୁ ଆର୍ଥ ମଧ୍ୟ ଏ ସମ୍ପର୍କରେ ଖବର ପ୍ରକାଶ କରିଛି । ୟୁଏସ୍ ଅଧୀନସ୍ଥ ଏକ ସଂସ୍ଥାର ଏକ ରିପୋର୍ଟ ଅନୁସାରେ, ଗତ ୨୦୧୫ରେ ଭାରତରେ ପ୍ରାୟ ୧୫.୬ ମିଲିୟନ ଗର୍ଭପାତ ହୋଇଥିଲା । ପ୍ରତି ୧ ହଜାର ମହିଳାଙ୍କ ମଧ୍ୟରୁ ୪୭ ଜଣ ମହିଳା ନିଜର ଗର୍ଭପାତ କରିଥିଲେ । ବିଶେଷ କରି ୧୫-୪୯ ବର୍ଷର ମହିଳା ଗର୍ଭପାତ କରିଥିଲେ । ଇଣ୍ଟରନ୍ୟାସନାଲ ନନ୍ ପ୍ରୋଫିଟ୍, ipas ରିପୋର୍ଟ ଅନୁସାରେ, କୋରୋନା କାରଣରୁ ୧.୮୫ ମିଲିୟନ ମହିଳା ଗର୍ଭପାତ କରି ପାରି ନାହାନ୍ତି । ଫଳରେ ସିଧାସଳଖ ସେମାନଙ୍କ ପ୍ରଜନନ ଉପରେ ଏହାର ପ୍ରଭାବ ପଡ଼ିଛି । ଓଡ଼ିଶା, ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଲକଡାଉନ୍ ସମୟରେ ହସ୍ପିଟାଲରେ ପିଲାଜନ୍ମ କରିବା ହାର ୪୦ ପ୍ରତିଶତରୁ ବି ଅଧିକ ହ୍ରାସ ପାଇଛି । ଏନେଇ ସୂଚନା ଦେଇଛନ୍ତି ପପୁଲେସନ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ଏକଜିକୁଟିଭ ଡାଇରେକ୍ଟର ପୁନମ୍ ମୁତ୍ତେର୍ଜା ।

ସେହିପରି ଲକଡାଉନ୍ ସମୟରେ ଗୃହ ହିଂସା ମଧ୍ୟ ବୃଦ୍ଧି ପାଇଛି । ଜାତୀୟ ମହିଳା କମିଶନ ମଧ୍ୟ ଏସମ୍ପର୍କିତ ରିପୋର୍ଟ ପ୍ରକାଶ କରିଛନ୍ତି । ଏପ୍ରିଲରୁ ଜୁଲାଇ ୮ ପର୍ଯ୍ୟନ୍ତ ୫ ହଜାର ୮୭ଟି ମାମଲାରୁ ୧ ହଜାର ୨୫୯ଟି ମାମଲା କେବଳ ଗୃହ ହିଂସା ଜନିତ । ସେହିପରି ଉତ୍ତର ପ୍ରଦେଶ, ବିହାର ଓ ରାଜସ୍ଥାନରେ ୫୧ ପ୍ରତିଶତ କୈଶୋରୀ ଏବଂ ୨୩ ପ୍ରତିଶତ କୌଶୋରଙ୍କ ଘରେ ରହି ଅଧିକ କାର୍ଯ୍ୟ କରୁଛନ୍ତି । ୟୁନିସେଫ୍ ରିପୋର୍ଟ ଅନୁସାରେ, ଭାରତରେ ଲକଡାଉନ୍ ପରେ ନବଜାତ ଶିଶୁଙ୍କ ସଂଖ୍ୟା ଢେର୍ ମାତ୍ରାରେ ବୃଦ୍ଧି ପାଇଛି । ମାର୍ଚ୍ଚରୁ ଡିସେମ୍ୱର ମଧ୍ୟରେ ୨୦ ମିଲିୟନ ଶିଶୁ ଜନ୍ମ ହେବାର ଆକଳନ କରାଯାଉଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: