ହଟସ୍ପଟ୍ ଅଞ୍ଚଳରୁ ଲୋକେ ଆସୁଛନ୍ତି ବୋଲି ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ହଟସ୍ପଟ୍ ଅଞ୍ଚଳରୁ ଲୋକେ ଆସୁଛନ୍ତି ବୋଲି ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ଜଟିଳ ହେଉଛି କୋରୋନା । ପ୍ରତିଦିନ ୪ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ମୃତ୍ୟୁସଂଖ୍ୟା ବି ବଢ଼ିବାରେ ଲାଗିଛି । ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗତ କିଛିଦିନ ଧରି ପ୍ରତିଦିନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ଦଶ ଦିନରେ କେବଳ ରାଜଧାନୀରେ ୩୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୧୭ ଆକ୍ରାନ୍ତଙ୍କ ମଧ୍ୟରୁ ହସ୍ପିଟାଲରୁ ୬୧ ଜଣ ଚିହ୍ନଟ ହୋଇଛନ୍ତି । ତେବେ ହଟସ୍ପଟ ଜିଲ୍ଲାରୁ ଭୁବନେଶ୍ୱରକୁ ଲୋକ ଆସୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

ସେ କହିଛନ୍ତି, ହଟ୍‌ସ୍ପଟ ଜିଲ୍ଲାରୁ ଆସୁଥିବା ଲୋକଙ୍କୁ ଧ୍ୟାନରେ ରଖି ମନିଟର କରାଯାଉଛି । ପଜିଟିଭ୍ କେସ୍ ଚିହ୍ନଟ ହେଲେ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି । ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ ଏବଂ ହାତ ଧୁଅନ୍ତୁ । ନିଜ ଦାୟିତ୍ୱ ନିଜେ ନିଅନ୍ତୁ । ମାକେର୍ଟ ଅଞ୍ଚଳରେ ସାମାଜିକ ଦୂରତା ନିୟମ ଭଙ୍ଗ ହେଉଛି । ତେଣୁ, କୋରୋନା ସ୍ଥିତିରେ ନିଜ ଦାୟିତ୍ୱ ନିଜେ ନେବାକୁ ପଡିବ । ମାକେର୍ଟରେ ଭିଡରୁ ଦୂରେଇ ରୁହନ୍ତୁ । ଅନଲାଇନ ସପିଂକୁ ଅଧିକ ଗୁରୁତ୍ୱ ଦିଅନ୍ତୁ । ଅତି ଜରୁରୀ ନ ଥିଲେ ଡାକ୍ତରଖାନାକୁ ଯାଆନ୍ତୁ ନାହିଁ । ସେହିପରି ବୟସ୍କ ବ୍ୟକ୍ତିଙ୍କ ପ୍ରତି ଅଧିକ ବିପଦ ଥିବା କମିଶନର କହିଛନ୍ତି । ସେହିପରି ବସ୍ତି ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ସେ କହିଛନ୍ତି। ବସ୍ତି ଅଞ୍ଚଳରେ ହୋମ କ୍ୱାରେଣ୍ଟାଇନକୁ ଅନୁମତି ନାହିଁ । ସ୍ଲମ କମିଟିମାନେ କୋରୋନା ମୁକାବିଲାରେ ସହଯୋଗ କରୁଛନ୍ତି । ବସ୍ତି ଅଞ୍ଚଳରେ ୱାର୍ଡ କମିଟି ସକ୍ରିୟ ରହିଛନ୍ତି ବୋଲି ବିଏମ୍‌ସି କମିଶନର କହିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: