ସ୍ପ୍ରିଣ୍ଟର-ସରସ୍ୱତୀ ଓ ସେକ୍ସ: ଦୂତୀ ଦୋହରାଇଲେ ଦେହ ଓ ମନର କଥା

ସ୍ପ୍ରିଣ୍ଟର-ସରସ୍ୱତୀ ଓ ସେକ୍ସ: ଦୂତୀ ଦୋହରାଇଲେ ଦେହ ଓ ମନର କଥା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଦୌଡ଼ ରାଣୀ ଦୂତୀ ଚାନ୍ଦ । ଏଥର ସେ ପୁଣି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଗତକାଲି ଫେସବୁକ୍ ରେ ଏକ ପୋଷ୍ଟ କରିଥିଲେ ଦୂତୀ ଚାନ୍ଦ । ନିଜ ସମଲିଙ୍ଗି ସମ୍ପର୍କକୁ ନେଇ ସେ ଏହି ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ‘ଯିଏ ଦିନେ ମୋର ସେମ୍ ସେକ୍ସ (ସମଲିଙ୍ଗି) ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ ଆଜି ସେ ନିଜେ ସେହି ପ୍ରେମ ସମ୍ପର୍କରେ ଜଡ଼ିତ ’ ।

 କେବଳେ ସେତିକି ନୁହେଁ ନିଜ ସମଲିଙ୍ଗି ସମ୍ପର୍କକୁ ନେଇ ଜାତୀୟ ଗଣମାଧ୍ୟମରେ ଖୋଲା ଖୋଲି ଚର୍ଚ୍ଚା କରିସାରିଥିବା ଦୂତୀ ଆଗକୁ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ‘ଚାଲୁଣି କହୁଛି ଛୁଞ୍ଚିକୁ ତୋର ପଛରେ ଗୋଟିଏ କଣା’ । କୁହାଯାଉଛି ଦୂତୀଙ୍କ ଏହି ଇଶାରା ତାଙ୍କ ଭଉଣୀ ସରସ୍ୱତୀ ଚାନ୍ଦକୁ ନେଇ ହୋଇଛି । କିଛି ଆଞ୍ଚଳିକ ଟିଭି ଚ୍ୟାନେଲ ମଧ୍ୟ ଏସମ୍ପର୍କିତ ଖବର ପ୍ରସାରଣ କରୁଛନ୍ତି ।

ସୂଚନା ଥାଉ କି କିଛି ମାସ ତଳେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦୂତୀ ଚାନ୍ଦ ନିଜ ସମଲିଙ୍ଗି ସମ୍ପର୍କର ଖୁଲାସା କରିଥିଲେ । ସେତେବେଳେ ସାରା ଓଡ଼ିଶାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଦୂତୀ କିନ୍ତୁ ଫେସବୁକରେ ପୋଷ୍ଟ କରିଥିବା ଏହି ସମଲିଙ୍ଗି ସମ୍ପର୍କିତ ପୋଷ୍ଟଟିକୁ ପରବର୍ତ୍ତୀ ସମୟରେ ଡିଲେଟ୍ କରିଦେଇଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: