ମହିଳାଙ୍କ ଅଜବ ନିଶା, ଉଲଗ୍ନ ହୋଇ ପାହାଡ଼ ଚଢ଼ିବାକୁ କରନ୍ତି ପସନ୍ଦ

ମହିଳାଙ୍କ ଅଜବ ନିଶା, ଉଲଗ୍ନ ହୋଇ ପାହାଡ଼ ଚଢ଼ିବାକୁ କରନ୍ତି ପସନ୍ଦ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆମ ସମାଜରେ ପ୍ରଚଳିତ ପ୍ରଥାକୁ ବିରୋଧ କରି ଓ ନିଜର ହକ ପାଇଁ କେତେକ ମହିଳା ଏପରି କିଛି କାରନାମା କରନ୍ତି, ଯାହା ଜାଣିବା କିମ୍ବା ଦେଖିବା ପରେ କେହି ନିଜ ଆଖି କାନକୁ ବିଶ୍ଵାସ କରି ନପାରେ। ଏହିପରି ଜଣେ ମହିଳା ହେଉଛନ୍ତି ଲୌରା ଜାସୋରକା। ୩୭ ବର୍ଷୀୟ ଲୌରା ଆମେରିକାର ନ୍ୟୁ ଜର୍ସିରେ ରୁହନ୍ତି।
ମହିଳାଙ୍କୁ ନିଜର ଶକ୍ତି ଅନୁଭବ କରିବା ପାଇଁ ସେ ନ୍ୟୁଡୋ ରକ୍ କ୍ଲାଇମ୍ବିଂ କରନ୍ତି । ଅର୍ଥାତ୍ ସେ ବିନା ପୋଷାକରେ ପର୍ବତ ଆରୋହଣ କରିଥାନ୍ତି। ଏହି ସମୟରେ, ସେ ନିଜର ସୁରକ୍ଷା ପାଇଁ କୌଣସି ପ୍ରକାର ଉପକରଣ ମଧ୍ୟ ବ୍ୟବହାର କରନ୍ତି ନାହିଁ। ସୋସିଆଲ ମିଡିଆରେ ଲୌରାଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯାହାକି ବ୍ରିଟିଶ ଖବରକାଗଜ ଦି ସନ୍ ତାହାର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି। ଜୁନ୍ ୨୧ ତାରିଖରେ ଏହି ଭିଡିଓ ସେୟାର କରାଯାଇଥିବା ବେଳେ ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ୩ ଲକ୍ଷ ୨୧ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଲୌରା ଏକ ପର୍ବତ ନିକଟରେ ପହଞ୍ଚିଛନ୍ତି। ସେଠାରେ ସେ ବିନା ପୋଷାକରେ ପର୍ବତ ଉପରକୁ ଚଢ଼ିବା ଆରମ୍ଭ କରିଛନ୍ତି। ତାଙ୍କ ଶରୀରରେ ଗୋଟିଏ ବି କପଡା ନାହିଁ। ସେ କେବଳ ଚପଲ ପିନ୍ଧିଛନ୍ତି ଏବଂ କୌଣସି ଉପକରଣ ବିନା ସେ ପର୍ବତ ଉପରକୁ ଚଢ଼ୁଥିବାର ନଜର ଆସିଛନ୍ତି। କିଛି ସମୟ ଭିତରେ ସେ ନିଜର ଶକ୍ତିଶାଳୀ ହାତ ଏବଂ ପାଦ ସାହାଯ୍ୟରେ ପର୍ବତ ଉପରକୁ ଚଢ଼ି ଖୁସି ହୁଅନ୍ତି।
ଲୌରାଙ୍କ ଏହି ଦୁଃସାହସିକ କାର୍ଯ୍ୟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୁଅନ୍ତି। ଆପଣଙ୍କୁ କହି ରଖୁ ଯେ ଲୌରାନ୍ ନ୍ୟୁ ଜର୍ସିର ଏକ କାସିନୋରେ କାମ କରନ୍ତି। ଏନେଇ କୁହନ୍ତି ଯେ ଗତ କିଛି ବର୍ଷ ଧରି ସେ ଏହି ଉପାୟରେ ପାହାଡ ଚଢ଼ି ଆସୁଛନ୍ତି। ଏହାସହ ସେ କହିଛନ୍ତି ଯେ ତାଙ୍କୁ ଉଲଗ୍ନ ହୋଇ ଫଟୋ ଉଠାଇବାର ସଉକ ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: