ଗୋଟିଏ ଘରେ ରୁହନ୍ତି ମହିଳାଙ୍କ ସ୍ବାମୀ ଓ ପ୍ରେମିକ…

ଗୋଟିଏ ଘରେ ରୁହନ୍ତି ମହିଳାଙ୍କ ସ୍ବାମୀ ଓ ପ୍ରେମିକ…

 ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କଳି ଯୁଗରେ ନ ହେବା କଥା ବି ଦେଖିବାକୁ ମିଳେ । ଏଠି ଆଳୁ ଗଛରେ ଟମାଟୋ ଫଳୁଛି । ବାଘ ହରିଣ ଛୁଆକୁ କ୍ଷୀର ଦେବା ଭଳି ଘଟଣା ଘଟୁଛି । ସେମିତି ସ୍ଵାମୀ ଆଉ ପ୍ରେମିକ ଦୁଇଟି ବିପରୀତ ଦିଗ । ହେଲେ ଏବେ ଏକା ସାଙ୍ଗରେ ପୁଣି ଗୋଟିଏ ଘରେ ଗୋଟିଏ ଛାତ ତଳେ ରହୁଛନ୍ତି ମହିଳା ଏବଂ ତାଙ୍କ ସ୍ବାମୀ ଓ ପ୍ରେମିକା । ଏମିତି ଏକ ଘଟଣାକୁ ନେଇ ବେଶ ଚର୍ଚ୍ଚା । ଏବେ ଏହି ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଏବଂ ପ୍ରେମିକଙ୍କ ସହିତ ଏକାଠି ରୁହନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଉଭୟ ଗୋଟିଏ ଘରେ ରହୁଥିଲେ ମଧ୍ୟ କାହାର କୌଣସି ଆପତ୍ତି ନାହିଁ।

ଟ୍ୱିଟରରେ @ m33sh_baby ନାମକ ଏକ ଆକାଉଣ୍ଟରେ ଉକ୍ତ ମହିଳାଙ୍କ ସହ ତାଙ୍କ ପ୍ରେମିକ ଏବଂ ସ୍ୱାମୀଙ୍କ ସହ ଏକା ସଙ୍ଗେ ଗୋଟିଏ ଫଟୋ ସେୟାର ହୋଇଛି। ଏହାପରେ ଫାଟୋଟି ସେୟାର ହେବା ମାତ୍ରେ ଭାଇରାଲ୍ ହୋଇଥିଲା । ଏହି ମହିଳା ଜଣକ ନିଜର ଖୋଲା ସମ୍ପର୍କକୁ ପ୍ରକାଶ କରିଥିଲେ, ଯାହା ପରେ ଲୋକଙ୍କ ଜୋରଦାର କାମେଣ୍ଟ ଆସିବାକୁ ଲାଗିଥିଲା । ମହିଳା ଜଣକ ଟ୍ୱିଟରରେ ତାଙ୍କ ସ୍ୱାମୀ ଏବଂ ପ୍ରେମିକଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଉଭୟ ଫରାସୀ ଅଟନ୍ତି। ମହିଳା ଜଣକ ଚିତ୍ର ସେୟାର କରିବା ସହିତ ପ୍ରକାଶ କରିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କର ପ୍ରେମିକ ସହିତ କୌଣସି ଅସୁବିଧା ନାହିଁ ।

https://twitter.com/m33sh_baby/status/1391283623370821632?s=20

ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ପ୍ରେମିକ ସହିତ ଥିବା ସମ୍ପର୍କକୁ ପ୍ରକାଶ କରିଥିଲେ। ମହିଳା ଜଣକ କହିଛନ୍ତି ଯେ, ତିନିଜଣ ଏକାଠି ରୁହନ୍ତି। କିନ୍ତୁ ତାଙ୍କ ସ୍ୱାମୀ ସ୍ପଷ୍ଟ କରିଛନ୍ତି ଯେ, ତିନି ଜଣ ଏକାଠି ରୋମାନ୍ସ କରିବେ ନାହିଁ। ତିନିଜଣ ଗୋଟିଏ ଘରେ ରୁହନ୍ତି କିନ୍ତୁ ଗୋଟିଏ କୋଠରୀରେ ନୁହଁନ୍ତି। ମହିଳା ଏହା ମଧ୍ୟ କହିଛନ୍ତି ଯେ, ଏହି ଦୁଇଜଣଙ୍କ ବ୍ୟତୀତ ତାଙ୍କର ଅନେକ ପୁରୁଷଙ୍କ ସହ ମଧ୍ୟ ସମ୍ପର୍କ ରହିଛି। ତାଙ୍କ ସ୍ୱାମୀଙ୍କର ମଧ୍ୟ ବାହାରେ ଅନେକ ସମ୍ପର୍କ ଅଛି। ଏଥିରେ ମହିଳାଙ୍କର ମଧ୍ୟ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି । ଏହି ପୋଷ୍ଟ ପରେ ୩ ଜଣ ଲାଇମଲାଇଟ୍ ରେ ଆସିଥିଲେ। ଅନେକ ଲୋକ ଏହି ପୋଷ୍ଟରେ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। ଅନେକ ଲେଖିଛନ୍ତି ଆଜିର ସମୟରେ କେତେ ଲୋକ ଅସୁରକ୍ଷିତ ହୋଇଛନ୍ତି । ଅନେକ ଲୋକ ଏହାକୁ ସର୍ବୋତ୍ତମ ସାଣ୍ଡୱିଚ୍ ଭାବରେ ବର୍ଣ୍ଣନା କରିଛନ୍ତି ମଧ୍ୟ । ସେହି ସମୟରେ କେହି କେହି ଏହାକୁ ବୁଝାବଣାର ସର୍ବୋତ୍ତମ ଉଦାହରଣ ଭାବରେ ବର୍ଣ୍ଣନା କରିଛନ୍ତି। ଲୋକଙ୍କ ମନ୍ତବ୍ୟ ଏବଂ ପସନ୍ଦରୁ ଏହି ପୋଷ୍ଟ ଦେଖି ଏହା ଭାଇରାଲ୍ ହୋଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: