ଲକଡାଉନରେ ପୋଲିସ ମାଡ଼ରୁ ବର୍ତ୍ତିବାକୁ ଅଭିନବ ଉପାୟ

ଲକଡାଉନରେ ପୋଲିସ ମାଡ଼ରୁ ବର୍ତ୍ତିବାକୁ ଅଭିନବ ଉପାୟ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା ଭାଇରସ୍ ବୃଦ୍ଧି ହେତୁ ଦେଶର ଅନେକ ରାଜ୍ୟରେ ଲକଡାଉନ୍ ଲଗାଯାଇଛି । ଏହି ସମୟ ମଧ୍ୟରେ ବିଭିନ୍ନ ସ୍ଥାନରୁ ଭିଡିଓ ଭାଇରାଲ ହୋଇଛି । ଯେଉଁଠାରେ ପୋଲିସ ଲକଡାଉନ୍ ନିୟମକୁ କଡାକଡି ପାଳନ କରିବା ସହ ଅମାନିଆଙ୍କୁ ଶାସ୍ତି ଦେଉଛି। ଲୋକଙ୍କୁ ବାଟକୁ ଆଣିବା ପାଇଁ ପୋଲିସକୁ ଅନେକ ଥର ଲାଠି ଚଲାଇବାକୁ ପଡୁଛି । ତେବେ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ଲକଡାଉନରେ ପୋଲିସ୍ ଲାଠି କବଳରୁ ବଞ୍ଚିବା ପାଇଁ ଏକ ନିଆରା ଜୁଗାଡ୍ ଖୋଜିଛନ୍ତି । ଲୋକମାନେ ଭିଡିଓ ଦେଖି ବ୍ୟକ୍ତିଙ୍କ ବୁଦ୍ଧିକୁ ବେଶ ପ୍ରଶଂସା କରୁଛନ୍ତି । କିଛି ଲୋକ ଏହି ଜୁଗାଡ୍ ଦେଖି କହିଛନ୍ତି ଯେ,  ବ୍ୟକ୍ତି ଜଣକ ଆଇନଷ୍ଟାଇନଙ୍କ ଦିମାଗ୍ ପାଇଛନ୍ତି । ବ୍ୟକ୍ତି ଜଣକ ଯେଉଁ ପ୍ରକାରର ଉପାୟ ବାହାର କରିଛି ପୋଲିସ ପଖରୁ ବଞ୍ଚିବା ପାଇଁ ତାହା ନିଶ୍ଚୟ ଭିନ୍ନ ସ୍ତରର।

    ଏହି ଭିଡିଓଟି କର୍ଣ୍ଣାଟକର ଉଡୁପିର ଅଞ୍ଚଳର ବୋଲି ଜଣା ପଡିଛି । ଟ୍ୱିଟରରେ ‘Ralph Alex Arakal’ ନାମକ ଜଣେ ଉପଭୋକ୍ତା ଭିଡ଼ିଓଟି ସେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି, “ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଜଣେ ବ୍ୟକ୍ତି ସାଇକେଲ ଚଳାଉଛନ୍ତି । ସେ ହେଲମେଟ, ଫେସ୍ ମାସ୍କ ସହ ପୋଲିସ ଲାଠିରୁ ରକ୍ଷା ପାଇବା ପାଇଁ ଉପାୟ ଖୋଜି ପାଇଛନ୍ତି । ଭିଡିଓ ଦେଖିବା ପରେ ଲୋକମାନେ ସେହି ବ୍ୟକ୍ତିଙ୍କ ଜୁଗାଡ୍ ଟେକ୍ନୋଲୋଜିକୁ ପ୍ରଶଂସା କରୁଛନ୍ତି। ହଜାର ହଜାର ଲୋକେ ଏହି ଭିଡିଓଟିକୁ ଦେଖୁଥିବା ବେଳେ ଅନେକ ଲୋକ ମଧ୍ୟ ଏହା ଉପରେ ମନ୍ତବ୍ୟ ଦେଉଛନ୍ତି । ଭିଡିଓରେ ଜଣେ ବ୍ୟକ୍ତି ସାଇକେଲରେ ଯାଉଥିବାର ଦେଖିବାକୁ ମିଳୁଥିବା ବେଳେ ତାଙ୍କ ପଛରେ ସାଇକେଲରେ ଆଜବେଷ୍ଟସ୍ ସିଟ୍ ବନ୍ଧା ହୋଇଛି। କୁହାଯାଉଛି ଯେ, ଲକଡାଉନରେ ପୋଲିସ୍ ଲାଠି ମାଡ଼କୁ ଏଡାଇବା ପାଇଁ ବ୍ୟକ୍ତି ଏହି ଜୁଗାଡ୍ ତିଆରି କରିଛନ୍ତି । ପ୍ରାୟ ସମସ୍ତଙ୍କୁ ଜଣା ଯେ ଭାରତରେ ‘ଜୁଗାଡ’ ଟେକ୍ନୋଲୋଜି ବହୁଳ ଭାବରେ ବ୍ୟବହୃତ ହୁଏ। ଜୁଗାଡ ଟେକ୍ନୋଲୋଜି ପାଇଁ ଭାରତୀୟମାନେ ସାରା ବିଶ୍ୱରେ ଜଣାଶୁଣା। ଏଠାରେ ଲୋକମାନେ ଜୁଗାଡ୍ ଟେକ୍ନୋଲୋଜିକୁ ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ବ୍ୟବହାର କରନ୍ତି । ଯାହା ଅନେକ ସମୟରେ ଅତ୍ୟନ୍ତ ମଜାଳିଆ ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: