Amazonରୁ ମାଉଥ୍ ୱାସ୍ ବଦଳରେ ଆସିଲା ଦାମୀ ମୋବାଇଲ୍

Amazonରୁ ମାଉଥ୍ ୱାସ୍ ବଦଳରେ ଆସିଲା ଦାମୀ ମୋବାଇଲ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଅଧିକାଂଶ ସମୟରେ ଅନଲାଇନରେ କୌଣସି ଜିନିଷ ମଗେଇବା ସମୟରେ ଡେଲିଭରି ଜିନିଷକୁ ନେଇ ଓଲଟା ପାଲଟ ଘଟଣା ପଦାକୁ ଅସୁଛି । ଗୋଟିଏ ଜିନିଷ ମଗେଇଲେ ଆଉ ଗୋଟିଏ ଜିନିଷ ଆସୁଛି। ତେବେ ଦାମୀ ଜିନିଷ ବଦଳରେ କମ୍ ଦମର ଜିନିଷ ଆସିଲେ ଲୋକଙ୍କ ମନ ଦୁଃଖ ହୋଇଥାଏ। କିନ୍ତୁ ଯଦି କମ୍ ଦାମର ଜିନିଷ ବଦଳରେ ଦାମୀ ଫୋନ୍ ମିଳେ, ତାହାଲେ ଲୋକମାନେ ଖୁସି ହେବେ ତ ନିଶ୍ଚୟ। ମୁମ୍ବାଇରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଲକଡାଉନ୍ ପାଇଁ ଘରୁ ବାହାରିବାରେ କଟକଣା ଲାଗିଥିବା ଯୋଗୁଁ ଲୋକମାନେ ଅନଲାଇନ୍ କିଣାକିଣି ଉପରେ ବେଶି ନିର୍ଭର କରୁଛନ୍ତି। ତେଣୁ ମୁମ୍ବାଇ ବାସିନ୍ଦା ଲୋକେଶ ଦାଗା ଆମାଜନରୁ ଏକ ଜିନିଷ ଅର୍ଡର କରିଥିଲେ । ମାତ୍ର ତାଙ୍କ ଡେଲିଭରି ହୋଇଥିଲା ଓଲଟା ଜିନିଷ । ଏନେଇ ନିଜେ ଲୋକେଶ, ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ।

https://twitter.com/lokeshdaga?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1392735032754642947%7Ctwgr%5E%7Ctwcon%5Es1_&ref_url=https%3A%2F%2Fzeenews.india.com%2Fhindi%2Foff-beat%2Fmumbai-mouth-wash-ordered-from-amazon-but-got-redmi-note-10-in-delivery%2F900576

ସେ କହିଛନ୍ତି ତାଙ୍କର ଅର୍ଡର ଏକ ନିତ୍ୟ ବ୍ୟବହାର ଆଇଟମ୍ ଥିଲା କିନ୍ତୁ ତାଙ୍କୁ ଏକ ଦାମୀ ଫୋନ୍ ଡେଲିଭରି ହୋଇଛି। ମୋବାଇଲ୍ ଫୋନ୍ ବିତରଣ ସମ୍ପର୍କରେ ଲୋକେଶ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି। ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ସେ ଲୋକପ୍ରିୟ ଅନଲାଇନ୍ ସପିଂ ସାଇଟ୍ ଆମାଜନରୁ ନିଜର ଦୈନନ୍ଦିନ ଜିନିଷ, କଲଗେଟ୍ ମାଉଥ ୱାସ୍ ଅର୍ଡର କରିଥିଲେ । କିନ୍ତୁ ଏହା ବଦଳରେ ସେ Redmi Note- 10 ମୋବାଇଲ୍ ଫୋନ୍ ପାଇଛନ୍ତି । ଏହି ଘଟଣାଟି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

    ତେବେ ଏଥିପାଇଁ ସେ କେବଳ ମାଉଥ୍ ୱାଶର ଟଙ୍କା ଦେଇଛନ୍ତି। ବ୍ୟକ୍ତି ଜଣକ ଟ୍ୱିଟ୍ କରି ଆମାଜନକୁ ଏହି ବିଷୟରେ ଜଣାଇଥିଲେ। କେବଳ ଏତିକି ନୁହେଁ, ସେ ତାଙ୍କ ଅର୍ଡର ନମ୍ବର ମଧ୍ୟ କହିଛନ୍ତି ଏବଂ ଟ୍ୱିଟର ମାଧ୍ୟମରେ ଅର୍ଡ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ଲୋକେଶ ଏହା ମଧ୍ୟ କହିଛନ୍ତି ଯେ, ସେ ଏହି ଜିନିଷ ଫେରସ୍ତ କରିବାରେ ଅସମର୍ଥ । ସେ ଏହି ଟ୍ୱିଟ୍ ସହିତ ଚିତ୍ର ମଧ୍ୟ ପୋଷ୍ଟ କରିଛନ୍ତି । ଅନ୍ୟ ଏକ ଟ୍ୱିଟରେ ସେ ତାଙ୍କ ଇନଭଏସ୍ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ଏହି ଟୁଇଟ୍ ଦେଖିବା ପରେ ଲୋକମାନେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି। ଜଣେ ୟୁଜର୍ସ ମନ୍ତବ୍ୟ ଦେଇଛନ୍ତି ଯେ, ରେଡମି ଫୋନ୍ ଆପଣଙ୍କ ପାଖରେ ରଖନ୍ତୁ ଏବଂ ନିକଟ ଦୋକାନରୁ ମାଉଥ୍ ୱାସ୍ ଆଣନ୍ତୁ। ତେବେ ଡେଲିଭରି ସଂସ୍ଥା କି ଆମାଜନ ପକ୍ଷରୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ମିଳି ନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: