ଗର୍ଭବତୀଙ୍କ ପେଟରେ କାର୍, ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଖି ଉଡ଼ିଗଲା ଦମ୍ପତ୍ତିଙ୍କ ହୋସ୍

ଗର୍ଭବତୀଙ୍କ ପେଟରେ କାର୍, ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଖି ଉଡ଼ିଗଲା ଦମ୍ପତ୍ତିଙ୍କ ହୋସ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମାଆ ହେବା ପ୍ରତ୍ୟେକ ମହିଳାଙ୍କ ଅସୁମାରୀ ସ୍ବପ୍ନ । ସନ୍ତାନ ପାଇବା ଖୁସିରେ ସେମାନେ ଅଧିର ହୋଇପଡନ୍ତି । ଘରକୁ ନୂଆ ଅତିଥି ଆସିବା କଥା ଜାଣିବା ପରେ ପରିବାର ଲୋକଙ୍କ ଖୁସି କହିଲେ ନସରେ । ମହିଳା ଗର୍ଭବତୀ ହେବାପରେ ତା ନିଜ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଯତ୍ନ ବଢ଼ିଥାଏ । ଖାଦ୍ୟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ପରୀକ୍ଷା ସବୁ କିଛି ଡାକ୍ତରଙ୍କ ପରାମର୍ଶ ଅନୁସାରେ କରିଥାନ୍ତି।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗର୍ଭରେ ସନ୍ତାନ କିପରି ଅଛି । ତାହା ଜାଣିବାକୁ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଥାଏ ପ୍ରବଳ ଉତ୍ସାହ । ସେମାନଙ୍କର ଭବିଷ୍ୟତ ସନ୍ତାନ ପେଟରେ କେମିତି ଅଛି ? ସୁସ୍ଥ ଅଛି କି ନାହିଁ ? ଏପରି ନାନା ପ୍ରଶ୍ନ ସେମାନଙ୍କ ମନରେ ଉଙ୍କି ମାରିଥାଏ। ସେଥିପାଇଁ ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଲଟ୍ରାସାଉଣ୍ଡ କରିଥାନ୍ତି । ଜଣେ ଦମ୍ପତ୍ତି ନିଜ ପିଲାର ଅଲଟ୍ରାସାଉଣ୍ଡ କରିବାକୁ ଡାକ୍ତରଙ୍କ କ୍ଲିନିକରେ ପହଞ୍ଚିଥିଲେ ଆଉ ଡାକ୍ତର ଜଣକ ଅଲଟ୍ରାସାଉଣ୍ଡ କରିବା ପରେ ଯାହା କହିଥିଲେ ଦମ୍ପତ୍ତିଙ୍କ ହୋସ ଉଡି ଯାଇଥିଲା। ଡାକ୍ତର ତାଙ୍କୁ ଶୁଭେଚ୍ଛା ଜଣାଇବା କହିଥିଲେ ଆପଣ ଏକ ସ୍ପୋର୍ସ କାର୍ ର ପିତା ହେବାକୁ ଯାଉଛନ୍ତି । ଡାକ୍ତରଙ୍କଠୁ ଏପରି କଥା ଶୁଣି ଉଭୟ ଦମ୍ପତ୍ତି ହଠାତ୍ କିଛି ବୁଝି ପାରୁନଥିଲେ। ଅଲଟ୍ରାସାଉଣ୍ଡ ରିପୋର୍ଟରେ ଥିବା ଚିତ୍ର ବି ଏକ କାର୍ ଆକୃତିର ଥିଲା । ଏହା ଦେଖି ଉଭୟ ସ୍ୱାମୀ-ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆପଣଙ୍କ ପରି ସେହି ସମୟରେ ସେ ଚିନ୍ତା କରି ବସିଥିଲେ ଯେ ‘ଏହା କିପରି ସମ୍ଭବ ହୋଇପାରେ?


ଯେତେବେଳେ ଏହା ଜଣାପଡ଼େ ଯେ ପେଟରେ କାର୍ ନାହିଁ, ଏହା ସେମାନଙ୍କର ଶିଶୁ। ତାର ଆକୃତି ବର୍ତ୍ତମାନ ଏକ କାର୍ ପରି ଦେଖାଯାଉଛି, ତା’ପରେ ତାଙ୍କ ପିଣ୍ଡରେ ପ୍ରାଣ ପଶିଥିଲା । ମହିଳାଙ୍କ ସ୍ବାମୀ କହିଛନ୍ତି, ପ୍ରଥମେ ତ ମୁଁ ଚକିତ ଥିଲି ତାଙ୍କ ପତ୍ନୀ ଏତେ ଶୀଘ୍ର କେପରି ଦ୍ବିତୀୟ ସନ୍ତାନଙ୍କୁ ଜନ୍ମ ଦେବାକୁ ଯାଇଛନ୍ତି । କାରଣ ପ୍ରଥମ ସନ୍ତାନ ଜନ୍ମ ହେବାର ମାତ୍ର ୬ ମାସ ହୋଇଛି। ଆଉ ତା ପରେ ପୁଣି ପେଟରେ ସ୍ପୋର୍ଟସ୍ କାର୍ ରହିଥିବା ଶୁଣିବା ପରେ ମୁଁ ଚକିତ ହୋଇଗଲି । ପରେ ପ୍ରକୃତ କଥା ଜାଣିବା ପରେ ମୁଁ ଏବେ ବହୁତ ଖୁସି । ଏହାପରେ ସେ ସଙ୍ଗେ ସଙ୍ଗେ ଅଲଟ୍ରାସାଉଣ୍ଡର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହାକୁ ଦେଖି ୟୁଜର୍ସ ମଜାଳିଆ ମନ୍ତବ୍ୟ ଦେବା ଆରମ୍ଭ କରିଦେଇଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: