ମଇଁଷି ଖାଉଛି ଟେଷ୍ଟି ଟେଷ୍ଟି ସାଣ୍ଡୱିଚ୍

ମଇଁଷି ଖାଉଛି ଟେଷ୍ଟି ଟେଷ୍ଟି ସାଣ୍ଡୱିଚ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମଣିଷମାନଙ୍କ ନିତିଦିନିଆ ଖାଦ୍ୟ ଗୁଡିକ ମଧ୍ୟରୁ ସାଣ୍ଡୱିଚ୍ ହେଉଛି ଅନ୍ୟତମ। ଏହା ବିଭିନ୍ନ ପ୍ରକାରର ଓ ଭିନ୍ନ ଭିନ୍ନ ଫ୍ଲେବରର ହୋଇଥାଏ। ଭେଜ୍ ସାଣ୍ଡୱିଚ୍, ନନ୍ ଭେଜ ସାଣ୍ଡୱିଚ୍, ପନିର ସାଣ୍ଡୱିଚ୍ ଏହି ପରି ବିଭିନ୍ନ ପ୍ରକାରର ସାଣ୍ଡୱିଚ୍ ବଜାରରେ ମିଳିଥାଏ। ହେଲେ ମଣିଷଙ୍କ ପରି ପଶୁମାନେ ମଧ୍ୟ ସାଣ୍ଡୱିଚ୍ ଖାଇବା କଥା କେବେ ଦେଖିଛନ୍ତି କି? ଏହା ଆପଣକୁ ଏକଥା ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚୟ। ପଶୁମାନଙ୍କ ପାଇଁ ସାଣ୍ଡୱିଚ୍ ସେ ପୁଣି କେମିତି ହୋଇଥିବା, ସେଥିରେ କଣ କଣ ଉପାଦାନ ରହିଥିବ, ତାହାର ଆକୃତି କିପରି ଥିବ । ଏହିଭଳି କେତେ କଣ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଥିବ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯାହାକୁ ଦେଖି ଲୋକମାନେ ହସି ହସି ବେଦମ୍ ହେଉଛନ୍ତି।


ଏହି ଭିଡିଓରେ ଗୋଟିଏ ମଇଁଷି ବହୁତ ମଜାର ସହିତ ସାଣ୍ଡୱିଚ୍ ଖାଉଥିବାର ଦେଖିବାକୁ ମିଳିଛି । ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ଏହି ଭିଡିଓଟି ଇନଷ୍ଟାଗ୍ରାମରେ ‘ଫୁଡି ଅବତାର’ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଭିଡିଓଟି ସେୟାର କରାଯିବା ସହ ଏକ ମଜାଦାର କ୍ୟାପସନ୍ ଲେଖାଯାଇଛି, ‘ଭିଟାମିନ୍ ଏଚ୍ ସାଣ୍ଡୱିଚ୍’, ଜଣେ ବ୍ୟକ୍ତି କାହିଁକି ଖାଲି ସବୁ ମଜା ନେବା ଉଚିତ୍? ‘ ଏହି ଭିଡିଓରେ ଦର୍ଶାଯାଇଛି ଯେ, ମଇଁଷି ପାଇଁ ଏକ ସ୍ୱତନ୍ତ୍ର ସାଣ୍ଡୱିଚ୍ ପ୍ରସ୍ତୁତ କିପରି ହୋଇଛି।
ଭିଡିଓରେ, ଜଣେ ବ୍ଲଗର୍ କହିଥିଲେ ଯେ. ସେ କିପରି ମଇଁଷ ପାଇଁ ଏହି ସ୍ପେଶିଆଲ ସାଣ୍ଡୱିଚ୍ ପ୍ରସ୍ତୁତ କରିଛନ୍ତି ଏବଂ ସେଥିରେ କ’ଣ କଣ ମିଶିଛି। ଏହି ସାଣ୍ଡୱିଚ୍ ରେ ବ୍ରେଡ ସହିତ ଗାଈ ଦାନା ଓ କଞ୍ଚା ଘାସ ଦିଆଯାଇଥିବାର ଦେଖିବାକୁ ମିଳିଛି । ଭିଡିଓ ଦେଖିବା ପରେ ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: