ରବନେ ବନାଦି ଯୋଡ଼ି, ୨ ଫୁଟିଆ ବରକୁ ୪ ଫୁଟିଆ କନ୍ୟା

ରବନେ ବନାଦି ଯୋଡ଼ି, ୨ ଫୁଟିଆ ବରକୁ ୪ ଫୁଟିଆ କନ୍ୟା

ପ୍ରିଜମ୍ ନ୍ୟୁ୍ଜ ବ୍ୟୁରୋ: କିଏ କାହା ହାତ ଧରିବ, ତାର ଯୋଡି ଭଗବାନ ତିଆରି କରିଥାନ୍ତି । ଯାହା ହାଣ୍ଡିରେ ଯିଏ ଚାଉଳ ପକିଥାଏ, ତା ସହିତ ହିଁ ତାର ବାହାଘର ହୁଏ । ଏହାର ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି, ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ମୁମ୍ମିଦିବରାମରେ । ଏଠାରେ ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ୨ ଫୁଟର ବର ଏବଂ ୪ ଫୁଟର କନ୍ୟା ବିବାହ କରିବା ଘଟଣା ବେଶ ଚର୍ଚ୍ଚାର ବି।ଷୟ ପାଲଟିଛି । ଏହି ବର-କନ୍ୟାଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।


ଉଭୟ ବର ଏବଂ କନ୍ୟା ଖ୍ରୀଷ୍ଟିଆନ ସମ୍ପ୍ରଦାୟର । ଗତ ମାର୍ଚ୍ଚ ୩୧ ତାରିଖରେ ଏମାନଙ୍କ ବିବାହ ସଂପନ୍ନ ହୋଇଥିବା ଜଣାପଡ଼ିଛି । ଏହି ବିବାହରେ ଉଭୟ ପକ୍ଷର ପରିବାର ଲୋକ ବହୁତ ଖୁସି ଥିବା କହିଛନ୍ତି । ଚର୍ଚ୍ଚ କର୍ତ୍ତୃପକ୍ଷ ଏବଂ ଗାଁର ଗୁରୁଜନଙ୍କ ସମେତ ପରିବାର ସଦସ୍ୟ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ମୁମ୍ମିଦିବରାମର ମଣ୍ଡଳର ଶାନ୍ତିନଗର ନିବାସୀ ୨ ଫୁଟ୍ ଉଚ୍ଚତାର ଏହି ବରଙ୍କ ନାମ ଦେବରାପଲ୍ଲୀ ଶ୍ରୀନିବାସ (ଶ୍ରୀନୁବାବୁ) । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ୍ । ପିଲାଦି ଦିନରୁ ତାଙ୍କର ଉଚ୍ଚତା ବଢିବା ବନ୍ଦ ହୋଇଯାଇଥିଲା । ଶ୍ରୀନିବାସ ଗ୍ରାଜୁଏସନ୍ କରିବା ପରେ ତାଙ୍କ ବିବାହ କରିବାକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ ପରିବାର ଲୋକେ । କଥାରେ ଅଛି ଯୋଡ଼ି ଭଗବାନ ତିଆରି କରିଥାନ୍ତି । ଶେଷରେ ଶ୍ରୀନିବାସଙ୍କୁ ତାଙ୍କ ଜୀବନ ସାଧି ମିଳିଥିଲା । ସେ ଅମଲାପୁରମ୍ ମଣ୍ଡଳର ସାମାନାସା ଗାଁର ସତ୍ୟ ଦୁର୍ଗାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏବେ ଏହି ଦମ୍ପତିଙ୍କ ଫଟୋ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ୍ ହେବାରେ ଲାଗୁଛି । ୟୁଜର୍ସମାନେ ଉଭୟ ବର-କନ୍ୟାଙ୍କ ଯୋଡ଼ି ବେଶ ପସନ୍ଦ କରିବା ସହ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: