ବାହାଘର ଦିନ ବର ଜାଣିଲା କନ୍ୟା ତା’ର ଭଉଣୀ, ତା’ପରେ ଯାହା ହେଲା…

ବାହାଘର ଦିନ ବର ଜାଣିଲା କନ୍ୟା ତା’ର ଭଉଣୀ, ତା’ପରେ ଯାହା ହେଲା…


ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବାହାଘର ସମୟରେ ସମସ୍ତଙ୍କ ଘରେ ଖୁସି ଉଲ୍ଲାସର ମାହୋଲ ରହିଥାଏ । ହେଲେ ଚାଇନାର ଗୋଟିଏ ପରିବାରର ନିଦ ହଜେଇ ଦେଇଛି ପୁଅ ବାହାଘର । ଚାଇନାରେ ଏକ ବିବାହ ସମୟରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଯାହା କେହି କଳ୍ପନା ମଧ୍ୟ କରି ନଥିବେ। ଏହି ବିବାହ ସମୟରେ ପୁଅର ମାଆଙ୍କ ନଜର ତାଙ୍କ ଭାବି ବୋହୂର ହାତ ଉପରେ ପଡ଼ିଗଲା, ଏହାପରେ ସେ ଚମକି ପଡ଼ିବା ସହ ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଥିଲେ । କାରଣ ଯେଉଁ ଦମ୍ପତିଙ୍କ ବିବାହ ହେଉଥିଲା ସେମାନଙ୍କ ପ୍ରକୃତରେ ରକ୍ତ ସମ୍ପର୍କ ଥିଲେ । ଆର୍ଥାତ୍ ବାସ୍ତବରେ ଉଭୟ ଭାଇଭଉଣୀ ବୋଲି ଜଣା ପଡିଥିଲା। ଯେତେବେଳେ ମହିଳା ଜଣକ କନ୍ୟାର ହାତରେ ଜନ୍ମ ଚିହ୍ନ ଦେଖିଥିଲେ, ସେ ସଙ୍ଗେ ସଙ୍ଗେ ତାଙ୍କ ଝିଅକୁ ଚିହ୍ନି ଥିଲେ।
ମାର୍ଚ୍ଚ ୩୧ ତାରିଖରେ ଏହି ଘଟଣାଟି ଚୀନ୍‌ର ସୋଜୋରେ ଘଟିଥିବାର ଜଣାପଡ଼ିଛି । ଭାବି ଶାଶୁ, ଝିଅଟିର ହାତରେ ଥିବା ଏକ ନ୍ୟୁଚୁରାଲ୍ ଚିହ୍ନ ଦେଖି ଦେଖି ଚକିତ ହୋଇପଡିଥିଲେ । କାରଣ ତାଙ୍କ ନିଖୋଜ ଝିଅ ହାତରେ ବି ସମାନ ଚିହ୍ନ ଥିଲା । ଏହାପରେ ସେ ତୁରନ୍ତ ଯାଇ କନ୍ୟାର ମାଆବାପାଙ୍କ ସହ କଥା ହୋଇଥିଲେ । ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ, ୨୦ ବର୍ଷ ପୂର୍ବେ ସେ ଏହି ଝିଅଟିକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ସେମାନେ ଝିଅଟି ରାସ୍ତା କଡ଼ରେ ପଡ଼ିଥିବା ବେଳେ ମିଳିଥିଲା। ଏହି ଘଟଣା ପ୍ରକାଶ ପାଇବା ପରେ, ଝିଅଟି ତାଙ୍କ ଜନ୍ମ କଲା ମାଆକୁ ଜାବୁଡ଼ି ଧରି କାନ୍ଦିବାକୁ ଲାଗିଲା ଏବଂ ତାର ଜନ୍ମିତ ପିତାମାତାଙ୍କ ବିଷୟରେ ଜାଣିବାକୁ ଚାହିଁଥିଲେ ।
କୁହାଯାଉଛି ଯେ, ବରକୁ ମଧ୍ୟ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବାରୁ କନ୍ୟାର ପ୍ରକୃତ ମାଆଙ୍କୁ ଏହି ବିବାହରେ କୌଣସି ଆପତ୍ତି ନଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଉକ୍ତ ମହିଳାଙ୍କ ଝିଅ ୨୦ ବର୍ଷ ପୂର୍ବେ ହଜି ଯାଇଥିଲେ, ଯେତେବେଳେ ସେ ତାଙ୍କୁ ବହୁତ୍ ଖୋଜା ଖୋଜି କରି ପାଇନଥିଲେ । ଏହାପରେ ସେ ଏକ ପୁତ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଏବଂ ନିଜ ଅଜାଣତରେ ତାଙ୍କ ଝିଅକୁ ସେହି ପୁଅ ସହିତ ବିବାହ କରିଥିଲେ। ଏହି ବିବାହରେ ଉପସ୍ଥିତ ଥିବା ଲୋକମାନେ ସମସ୍ତ ଘଟଣା ଜାଣିବା ପରେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ ଏବଂ ଅତିଥିମାନେ ମାଆ ଓ ଝିଅକୁ ଅଭିନନ୍ଦନ ଜଣାଇଥିଲେ। ତେବେ ଏହାକୁ ଅନେକ ଲୋକ ଭାଗ୍ୟର ଖେଳ ବୋଲି କହିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: