ମହିଳାଙ୍କୁ ଲୁଟିବାକୁ ଚେଷ୍ଟା କରୁଥିଲା ଚୋର, କୁକୁର ଦେଲା ପାନେ, ଭିଡିଓ ଭାଇରାଲ

ମହିଳାଙ୍କୁ ଲୁଟିବାକୁ ଚେଷ୍ଟା କରୁଥିଲା ଚୋର, କୁକୁର ଦେଲା ପାନେ, ଭିଡିଓ ଭାଇରାଲ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୁକୁର ବହୁତ ବୁଦ୍ଧିମାନ ଏବଂ ଅତ୍ୟନ୍ତ ବିଶ୍ୱସ୍ତ ପ୍ରାଣୀ । ସେଥିପାଇଁ ତ ମଣିଷ ପ୍ରାଚୀନ କାଳରୁ କୁକୁର ପାଳିବା ସହ ପୋଲିସ ଓ ସୈନ୍ୟ ବାହିନୀରେ କୁକୁରର ସହାୟତା ନିଆଯାଇଥାଏ । ସୁରକ୍ଷା ଏବଂ ଶିକାରରେ ସାହାଯ୍ୟ କରିବା ପାଇଁ ମଣିଷ , କୁକୁର ପଳିଥାଏ। ଏବେ ବି ଲୋକମାନେ ନିଜ ଘରେ ଦାମୀ କୁକୁର ପାଳିବା ସହ ସେମାନଙ୍କ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି । ବର୍ତ୍ତମାନ କୁକୁର ପାଳିବା ସଉକ ଆଉ ସୁରକ୍ଷା ଦୃଷ୍ଟିରୁ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ଗୋଟିଏ କୁକୁର ତାର ବୁଦ୍ଧିମତା ପ୍ରମାଣ କରିବା ସହ ଜଣେ ମହିଳାଙ୍କୁ ଲୋଟେରାଙ୍କୁ କବଳରୁ ରକ୍ଷା କରିପାରିଛି।
ଏହି ଭିଡିଓକୁ ଆପଣ ଦେଖିଲେ ଜାଣଇପାରିବେ କେମିତି କୁକୁରଟି ଜଣେ ମହିଳାଙ୍କୁ ଲୁଟରୁ ରକ୍ଷା କରୁଛି। ଜଣେ ମହିଳା ରାସ୍ତାରେ ଯାଉଛନ୍ତି । ଏବଂ ସେ ତାଙ୍କ ହାତରେ ଏକ ବ୍ୟାଗ ଧରିଛନ୍ତି । ଏହା ସହିତ ମୋବାଇଲ୍ ଭଳି ଆହୁରି ଅନେକ ମୂଲ୍ୟବାନ ସାମଗ୍ରୀ ଧରିଛନ୍ତି । ଅନ୍ୟ ଜଣେ ଯୁବକ ମହିଳାଙ୍କ ପଛରେ ଯାଉଛନ୍ତି । ଯେ କେହି ବି ଭାବିବ ସେହି ଯୁବକ ଜଣକ ନିଜ କାମରେ କୌଣସି ସ୍ଥାନକୁ ଯାଉଛନ୍ତି। କିନ୍ତୁ ଏହି ଯୁବକ ଜଣକ ମହିଳାଙ୍କ ନିକଟତର ହେବା ମାତ୍ରେ ହିଁ ସେ ତାଙ୍କ ବ୍ୟାଗ ଛଡ଼ାଇବାକୁ ଚେଷ୍ଟା କରୁଛି । ଏହି ସମୟରେ ମହିଳା ଜଣକ ଯୁବକଙ୍କୁ ଠେଲିବାକୁ ଚେଷ୍ଟା କରିଥିଲେ । ଏହି ଠେଲାପେଲାରେ ମହିଳାଙ୍କ ମୋବାଇଲ୍ ଫୋନ୍ ହାତରୁ ତଳେ ପଡିଯାଇଥିଲା । ତେବେ ସେହି ପାଖରେ ବୁଲୁଥିବା ଗୋଟିଏ କୁକୁର ଅଚାନକ ଯୁବକଙ୍କୁ ଆକ୍ରମଣ କରିବା ସହ ମହିଳାଙ୍କୁ ଲୁଟର ଶିକାର ହେବାରୁ ବଞ୍ଚାଉଛି ।

https://twitter.com/newworlddd555/status/1317600487303225345?s=19


ମହିଳା ଜଣକ ମୋବାଇଲକୁ ଭୂମିରୁ ଉଠାଇବାକୁ ଚେଷ୍ଟା କରିବା ସମୟରେ କୁକୁର ଯୁବକକୁ କ୍ରମାଗତ ଭାବେ ଆକ୍ରମଣ କରିବାକୁ ଲାଗି ପଡେ। କୁକୁରଟି ଯୁବକଟିର ପାଦକୁ କାମୁଡ଼ିବାକୁ ଚେଷ୍ଟା କରେ । କୁକୁରର ଆକ୍ରମଣରେ ଯୁବକଟି ଭୟଭୀତ ହୋଇ ମହିଳାଙ୍କୁ ଲୁଟିବା ବଦଳରେ ଜାଗା ଛାଡି ପଳେଇବାରେ ଲାଗିଛି । ହେଲେ ଯୁବକ ପଛରେ କୁକୁରଟି ମଧ୍ୟ ଦ୍ରୁତ ଗତିରେ ଦୌଡିବାକୁ ଲାଗେ, କୁକୁରକୁ ଦେଖି ଯୁବକ ଜଣକ ପ୍ରାଣ ବିକଳରେ ଦୌଡିବାକୁ ଲାଗେ । ଯେତେବେଳେ କୁକୁର ନିଶ୍ଚିତ ହୋଇଥିଲା ଯେ ଯୁବକ ଜଣକ ମହିଳାଙ୍କୁ ଲୁଟିବା ପାଇଁ ଆଉ ଫେରିବ ନାହିଁ, ସେତେବେଳେ କୁକୁରଟି ତାଙ୍କୁ ଗୋଡ଼ାଇବା ବନ୍ଦ କରିଦିଏ । କୁକୁରର ଏହି କାର୍ଯ୍ୟକୁ ଦେଖି ବହୁତ ଲୋକ ବେଶ ପ୍ରଶଂସା କରୁଛନ୍ତି । ଏହି ଭିଡିଓଟି @ newworlddd555 ନାମକ ଏକ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି। ଲୋକେ କୁକୁରକୁ ସାବାସୀ ଦେବା ସହ ଏହି ଭିଡିଓକୁ ଅଧିକରୁ ଅଧିକ ସୋସିଆଲ ମିଡିଆରେ ସେୟାର କରଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: