ଚମତ୍କାର: ମନ୍ଦିରରେ ପାଣିରେ ଜଳୁଛି ଦୀପ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତରେ ରହିଥିବା ବିଭିନ୍ନ ଧାର୍ମିକ ପୀଠ ଗୁଡ଼ିକର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ସେଗୁଡ଼ିକର ପୌରାଣିକ ଗାଥା ଓ ଚମତ୍କାରୀତାର ରହସ୍ୟ ଭେଦ କରିବାରେ ଆଜି ଯାଏଁ କୌଣସି ବୈଜ୍ଞାନିକ ସଫଳ ହୋଇନାହାନ୍ତି । ସେହିଭଳି ଏକ ଆଶ୍ଚର୍ଯ୍ୟ ହେଉଛି ଗଡିୟାଘାଟ ଦେବୀ ମାଆଙ୍କ ମନ୍ଦିର । କାଲିସିନ୍ଧ ନଦୀ କୂଳରେ ନିର୍ମିତ ଏହି ମନ୍ଦିରର ମାହାତ୍ମ୍ୟ ହେଉଛି ଏଠାରେ ଦୀପ ତେଲ ବଦଳରେ ପାଣିରେ ଜଳିଥାଏ । ଏବଂ ଏହି ଚମତ୍କାର ଦେଖିବାକୁ ଏଠାକୁ ହଜାର ହଜାର ଲୋକ ଆସଥାନ୍ତି।


ଏହି ମନ୍ଦିରଟି ମଧ୍ୟପ୍ରଦେଶରେ ଅଗର-ମାଲୱା ନାଲକେଡା ଗ୍ରାମଠାରୁ ପ୍ରାୟ ୧୫ କିଲୋମିଟର ଦୂର କାଲିସିନ୍ଧ ନଦୀ କୂଳରେ ଥିବା ଗାଡିଆ ଗାଁ ନିକଟରେ ଅବସ୍ଥିତ। ମନ୍ଦିର ପୂଜାରୀ କୁହନ୍ତି ଯେ, ଏଠାରେ ଆଗରୁ ଦୀପ ଜାଳିବା ପାଇଁ ତେଲର ବ୍ୟବହାର ହେଉଥିଲା କିନ୍ତୁ ପ୍ରାୟ ୧୦ ବର୍ଷ ପୂର୍ବେ ତାଙ୍କୁ ମାଆ ସପନରେ ଆସି ପାଣିରେ ଦୀପ ଜଳିବାକୁ କହିଥିଲେ। ସ୍ବପ୍ନ ଦେଖିବା ପର ଦିନ ପୁରୋହିତ ସକାଳୁ ଉଠି ଯେତେବେଳେ ସେ ନିକଟସ୍ଥ କାଲିସିନ୍ଧ ନଦୀରୁ ପାଣି ନେଇ ଦୀପରେ ପକାଇ ସଳିତାରେ ନିଆଁ ସଂଯୋଗ କଲେ, ତାହା ଜଳି ଉଠିଥିଲା | ତେବେ ଏହି ଚମତ୍କାର ଦେଖି ପୁରୋହିତ ଭୟଭୀତ ହୋଇଯାଇଥିଲେ, ସେ ଏହି ବିଷୟରେ କିଛି ଗ୍ରାମବାସୀଙ୍କୁ ଜଣାଇଥିଲେ। ହେଲେ ତାଙ୍କ କଥାକୁ ପ୍ରଥମେ କେହି ବିଶ୍ୱାସ କରି ନଥିଲେ କିନ୍ତୁ ଯେତେବେଳେ ସେମାନେ ନିଜେ ଦୀପରେ ପାଣି ଢ଼ାଳି ଜଳାଇଥିଲେ, ସେତେବେଳେ ଘଟଣାର ସତ୍ୟତା ଉପରେ ବିଶ୍ବାସ କରିବା ସହ ଏହି ଚମତ୍କାରିତା ବିଷୟରେ ସବୁ ଆଡ଼େ ପରିବ୍ୟାପ୍ତ ହୋଇଥିଲା । ତେବେ ଏହି ନଦୀ ପାଣିରେ କଣ ଅଛି ଯେଉଁଥିପାଇଁ ଦୀପ ଜଳୁଛି ତାହାର ଉତ୍ତର ଏବେ ଯାଏଁ ବୈଜ୍ଞାନିକ ମାନେ ଜାଣି ପାରି ନାହାନ୍ତି।

Leave a Reply

Your email address will not be published. Required fields are marked *