ପୋଷା କୁକୁର ଜୀବନ ବଞ୍ଚାଇବା ପାଇଁ ଭାଲୁ ସହ ଲଢ଼ିଲେ ମହିଳା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡ଼ିଓ ଦେଖିଥିବେ। ସେଥି ମଧ୍ୟରୁ କେତେକ ଆପଣଙ୍କୁ ଭଲ ଲାଗିପାରେ ଆଉ କେତେକ ଭଲ ନାଲଗି ପରେ ମଧ୍ୟ। ହେଲେ ଏବେ ଏପରି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଆପଣ ସନ୍ତୁଷ୍ଟି ଅନୁଭବ କରିବେ ନିଶ୍ଚୟ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ତାଙ୍କ ପୋଷା କୁକୁର ସହ ଲଢିଥିବାର ଦେଖିବାକୁ ମିଳିଛି। ଏହି ଭିଡିଓଟି ଟ୍ୱିଟରରେ ବହୁଳମାତ୍ରରେ ସେୟାର କରାଯାଉଛି। ଯାହାକୁ ବ୍ୟବହାକାରୀମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। ଆପଣ ଏହି ଭିଡିଓରେ ଦେଖିପାରିବେ ଯେ ଜଣେ ମହିଳା ନିଜର ପୋଷା କୁକୁରମାନଙ୍କୁ ବଞ୍ଚାଇବା ପାଇଁ ଅଦ୍ୟମ ସାହସ ଦେଖାଇ ଭାଲୁ ସହିତ ଲଢେ଼ଇ କରୁଛନ୍ତି। ଭିଡିଓରେ ଗୋଟିଏ ଭାଲୁ ଏବଂ ତାର ଦୁଇଟି ଛୁଆ ଘରର ବଗିଚା କାନ୍ଥରେ ବୁଲୁଥିବାର ଦେଖିବାକୁ ମିଳିଛି। ତେବେ ଭାଲୁ ଏବଂ ଏହାର ଛୁଆମାନଙ୍କୁ ଦେଖି କୁକୁରମାନେ ଘରୁ ବାହାରକୁ ଆସି ଭୁକିବାକୁ ଲାଗନ୍ତି। ଏହି ସମୟରେ ଭାଲୁ କୁକୁରମାନଙ୍କ ଉପରେ ଆକ୍ରମଣ କରିଦିଏ। ଏଭଳି ଦୃଶ୍ୟ ଦେଖି ମହିଳା ଜଣକ ତାଙ୍କ ଘରୁ ବାହାରି ନିଜ ପ୍ରିୟ କୁକୁରମାନଙ୍କ ଜୀବନ ରକ୍ଷା କରିବା ପାଇଁ ଭାଲୁକୁ କାନ୍ଥ ଧାରରୁ ଠେଲି ଦେଇ ଶୀଘ୍ର ସେମାନଙ୍କ ସହିତ ଭିତରକୁ ଦୌଡ଼ି ଯାଆନ୍ତି। ଏହି ଭିଡ଼ିଓଟିକୁ ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଜୁନ୍ ୧ ସନ୍ଧ୍ୟାରେ ସେୟାର ହୋଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଥର ଦେଖାଯାଇଛି। ଏଥି ସହିତ, ଏହି ଭିଡିଓକୁ ୧୮୦୦ ରୁ ଅଧିକ ଲାଇକ୍ ଏବଂ ୨୦୦ ରୁ ଅଧିକ ଥର ରିଟ୍ୱିଟ କରାଯାଇଛି। ତେବେ ମହିଳାଙ୍କୁ ବେଶ ପ୍ରଶଂସା କରିଛନ୍ତି ବ୍ୟବହାରକାରୀମାନେ।

Leave a Reply

Your email address will not be published. Required fields are marked *