ସ୍କଟ୍ ପିନ୍ଧି ସ୍କୁଲ ଆସୁଛନ୍ତି ଶିକ୍ଷକ, କାରଣ ଜାଣିଲେ ପ୍ରଶଂସା ନକରି ରହିପାରିବେ ନାହିଁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବେଳେବେଳେ କିଛି ଲୋକ ଅଜବ କାମ କରି ବସନ୍ତି, ଯାହାକୁ ଆଖିରେ ଦେଖି ବିଶ୍ବାସ କରିବା ମଧ୍ୟ କଷ୍ଟକର ହୁଏ। ସେମିତି ଏକ ଅଜବ ଘଟଣା ସ୍ପେନରେ ଦେଖିବାକୁ ମିଳୁଛି। କିଛି ମାସ ତଳେ ଏଠାରେ ଜଣେ ଛାତ୍ର ସ୍କର୍ଟ ପିନ୍ଧି ସ୍କୁଲ ଆସିବାରୁ ସେ ବହିଷ୍କୃତ ହୋଇଥିଲେ। ସେବେଠାରୁ ଏହି ଦେଶରେ ଏକ ବିରୋଧ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ଆନ୍ଦୋଳନର ନାମ ହେଉଛି ପୋଷାକର ଲିଙ୍ଗ ନାହିଁ ଏବଂ ପିଲାମାନଙ୍କର ଏହି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଅନେକ ବିଦ୍ୟାଳୟର ଶିକ୍ଷକ ସ୍କର୍ଟ ପିନ୍ଧି ସ୍କୁଲ ଆସୁଥିବାର ଦେଖିବାକୁ ମିଳିଛି।ଓରଟେଗା ଏବଂ ବୋରଜା ଭାଲାଡୋଲିଡ୍ର ମଧ୍ୟ ସ୍ପେନର ଗୋଟିଏ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ତାଙ୍କ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଟି-ସାର୍ଟ ଦେଖିବା ପରେ ତାଙ୍କୁ ସମଲିଙ୍ଗୀ କହି ପରିହାସ କରାଯାଇଥିଲା। ଯାହା ପରେ ସେହି ଛାତ୍ରଙ୍କୁ ବାଧ୍ୟ ହୋଇ ତାଙ୍କ ଟି-ସାର୍ଟ ବଦଳାଇବାକୁ ପଡିଥିଲା। ଏହି ଘଟଣା ଓରଟେଗାଙ୍କୁ ବହୁତ ଖରାପ ଲାଗିଥିଲା। ଯେଉଁଥିପାଇଁ ସେ ତାଙ୍କ ସହକର୍ମୀ ବୋରଜାଙ୍କ ସହିତ ମିଶି ସ୍କର୍ଟ ପିନ୍ଧି ସ୍କୁଲକୁ ଆସିବାକୁ ସ୍ଥିର କରିଥିଲେ। ସ୍କର୍ଟ ପିନ୍ଧି ଲୋକପ୍ରିୟତା ହାସଲ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ ବୋଲି ଓରଟେଗା କହିଛନ୍ତି। ସେ କହିଛନ୍ତି ଯେ ଏହି ପଦକ୍ଷେପର ସାହାଯ୍ୟରେ ଆମେ ସମାଜରେ ସହନଶୀଳତା ବୃଦ୍ଧି କରିବାକୁ ଚାହୁଁଛୁ ଏବଂ ଏହି ଅଭିଯାନରେ ଯୋଗଦେବାକୁ ସେ ଅନ୍ୟ ଲୋକଙ୍କୁ ନିବେଦନ କରୁଛନ୍ତି। ତେବେ ତାଙ୍କୁ ଅନ୍ୟ କେତେକ ସ୍କୁଲର ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ ସମର୍ଥନ କରୁଥିବାର ଜଣା ପଡ଼ିଛି। ଏହାସହ ଓରଟେଗା ଏବଂ ବୋରଜାଙ୍କ ଫଟୋ ସୋସିଆଲ ମିଡିଆରେ ବେ

Leave a Reply

Your email address will not be published. Required fields are marked *